ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଭାରତ? ସେନା ବାହିନୀକୁ ମିଳିଲା ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୀମାରେ ଚାଇନା ସୃଷ୍ଟି କରୁଥିବା ଉତ୍ତେଜନାର ଜବାବ ଦେବାକୁ ଚାହୁଁଛି କି ଭାରତ? ବାରମ୍ବାର ଚାଇନା ସୀମା ଲଙ୍ଘୁଥିବାରୁ ପୂର୍ବାପେକ୍ଷା ଅଧିକ ସତର୍କ ହୋଇଛି ଭାରତୀୟ ସେନା। ଚାଇନାକୁ ମୁହଁତୋଡ଼ ଜବାବ ଦେବା ପାଇଁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଖଚିତ କରି ରଖିବାକୁ ଭାରତୀୟ ସେନାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ଏପରି ଚର୍ଚ୍ଚା। ସୂଚନା ଅନୁସାରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଯବାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସୀମାରେ […]

g

g

Hemant Lenka
  • Published: Monday, 14 December 2020
  • Updated: 14 December 2020, 05:39 PM IST

ନୂଆଦିଲ୍ଲୀ: ସୀମାରେ ଚାଇନା ସୃଷ୍ଟି କରୁଥିବା ଉତ୍ତେଜନାର ଜବାବ ଦେବାକୁ ଚାହୁଁଛି କି ଭାରତ? ବାରମ୍ବାର ଚାଇନା ସୀମା ଲଙ୍ଘୁଥିବାରୁ ପୂର୍ବାପେକ୍ଷା ଅଧିକ ସତର୍କ ହୋଇଛି ଭାରତୀୟ ସେନା। ଚାଇନାକୁ ମୁହଁତୋଡ଼ ଜବାବ ଦେବା ପାଇଁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଖଚିତ କରି ରଖିବାକୁ ଭାରତୀୟ ସେନାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ଏପରି ଚର୍ଚ୍ଚା।

ସୂଚନା ଅନୁସାରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଯବାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସୀମାରେ ମୁତୟନ ହେଉଥିବା ଯବାନଙ୍କ ପାଖରେ ୧୦ ଦିନ ସମ୍ମୁଖ ଯୁଦ୍ଧ ପାଇଁ ଆବଶ୍ୟକ ଯୁଦ୍ଧାସ୍ତ୍ର ଖଚିତ ରଖିବାକୁ ନିୟମ ରହିଥିଲେ। ହେଲେ ଏବେ ୧୫ ଦିନିଆ ଦ୍ୱିପାକ୍ଷିକ ଭୀଷଣ ଯୁଦ୍ଧ ପାଇଁ ଆବଶ୍ୟକ ଗୁଳିଗୋଳା, ଯୁଦ୍ଧାସ୍ତ୍ର ଓ ଯବାନଙ୍କୁ ଠୁଳ କରିବା ପାଇଁ ସେନା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ବିଭିନ୍ନ ଯୁଦ୍ଧାସ୍ତ୍ରକୁ ଷ୍ଟକ ରଖିବା ଓ ଜରୁରୀ କାଳୀନ ପାଣ୍ଠି ବ୍ୟବହାର କରିବା ପାଇଁ କୁହାଯାଇଛି। ଏଥିପାଇଁ ୫୦,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଛି। ଏହି ଅର୍ଥରେ ସେନା ବାହିନୀ ପାଇଁ ବିଦେଶ ଓ ଦେଶ ଭିତରୁ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କିଣାଯିବ। ସୂତ୍ର ଅନୁସାରେ, ଭାରତୀୟ ସେନା ବିପୁଳ ସଂଖ୍ୟାରେ ମିସାଇଲ ଓ ଟ୍ୟାଙ୍କ ସହ ଗୁଳିଗୋଳା କିଣିବାକୁ ଯୋଜନା କରିଛି।

ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ଦିନ ହେଲାଣି ପୂର୍ବ ଲଦାଖରେ ବିବାଦ ଲାଗି ରହିଛି। ଦିନକୁ ଦିନ ଏହା ଚରମ ରୂପ ଧାରଣ କରୁଥିବା ଆଶଙ୍କା କରାଯାଉଛି। ସେହିପରି ପାକିସ୍ତାନ ପଟୁ ମଧ୍ୟ ବିପଦ ରହିଛି। ଏଥିପାଇଁ ଭାରତ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ଦୀର୍ଘ ବର୍ଷ ତଳେ ସେନା ବାହିନୀକୁ ୪୦ ଦିନିଆ ପ୍ରଚଣ୍ଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। କିନ୍ତୁ ଯୁଦ୍ଧାସ୍ତ୍ର ଓ ଗୁଳିଗୋଳା ଗଚ୍ଛିତ କରିବାରେ ସମସ୍ୟା ସୃଷ୍ଟି ହେବାରୁ ଏହାକୁ ୧୦-I ସ୍ତରକୁ ବା ୧୦ ଦିନକୁ ହ୍ରାସ କରାଯାଇଥିଲା। ମାତ୍ର ଉରି ଆକ୍ରମଣ ପରେ ଯବାନଙ୍କ ପାଖରେ ଗଚ୍ଛିତ ଥିବା ଗୁଳିଗୋଳା ଯଥେଷ୍ଟ କମ୍‌ ବୋଲି ସ୍ପଷ୍ଟ ବାରି ହୋଇପଡ଼ିଥିଲା।

ଏଥିପାଇଁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ନେତୃତ୍ୱାଧିକ ପ୍ରତିରକ୍ଷା ମନ୍ତ୍ରଣାଳୟ ୩ ସେନା ବାହିନୀର ଆର୍ଥିକ କ୍ଷମତାକୁ ୧୦୦ କୋଟିରୁ ୫୦୦ କୋଟିକୁ ବୃଦ୍ଧି କରିଥିଲେ। ୩ ବାହିନୀ ଜରୁରୀକାଳୀନ ପରିସ୍ଥିତିରେ ନିଜର ଆବଶ୍ୟକତା ପୂରଣ ଓ ଯୁଦ୍ଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅତିରିକ୍ତ ୩୦୦ କୋଟି ଟଙ୍କା ଲେଖାଏ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story