ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ବେଙ୍ଗାଲୁରୁ: ଫେସବୁକ ପୋଷ୍ଟକୁ ନେଇ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଦଙ୍ଗା ବେଳେ ଲୋକମାନେ ଅସ୍ତ୍ରଶସ୍ତ୍ର ଧରି ପୁଲିସ୍‌କୁ ଆକ୍ରମଣ କରିଥିଲେ। ଏପରି କି ସେମାନେ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କର ବୋଲି ନାରାବାଜି କରିଥିଲେ। ଏହି କାରଣରୁ ପୁଲିସ୍‌ ଗୁଳି ଚଳାଇଥିଲା ଓ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦଙ୍ଗାକାରୀମାନେ ଆକ୍ରମଣ କରି ୨୦୦ରୁ ଅଧିକ କାରରେ ନିଆଁ ଲଗାଇ ଦେବା ସହ ଡିଜେ […]

yua

yua

Hemant Lenka
  • Published: Thursday, 13 August 2020
  • Updated: 13 August 2020, 05:19 PM IST

Sports

Latest News

ବେଙ୍ଗାଲୁରୁ: ଫେସବୁକ ପୋଷ୍ଟକୁ ନେଇ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଦଙ୍ଗା ବେଳେ ଲୋକମାନେ ଅସ୍ତ୍ରଶସ୍ତ୍ର ଧରି ପୁଲିସ୍‌କୁ ଆକ୍ରମଣ କରିଥିଲେ। ଏପରି କି ସେମାନେ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କର ବୋଲି ନାରାବାଜି କରିଥିଲେ। ଏହି କାରଣରୁ ପୁଲିସ୍‌ ଗୁଳି ଚଳାଇଥିଲା ଓ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଦଙ୍ଗାକାରୀମାନେ ଆକ୍ରମଣ କରି ୨୦୦ରୁ ଅଧିକ କାରରେ ନିଆଁ ଲଗାଇ ଦେବା ସହ ଡିଜେ ହାଲ୍ଲୀ ପୁଲିସ୍‌ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ବେଙ୍ଗାଲୁରୁ ପୁଲିସ୍‌ ଆଜି ଏଫଆଇଆର ରୁଜୁ କରିଛି। ଏହି ଏଫଆଇଆରରେ ୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ପୁଲିସ୍‌ କହିଛି ଯେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮.୪୫ରେ ୫ ଅଭିଯୁକ୍ତ ଅରଫାନ, ଏସଡିପିଆଇର ମୁଜାମିଲ ପାଶା, ସୟଦ ମସୁଦ, ଆୟଜ ଆହ୍ଲା ବକଶଙ୍କ ସହ ପ୍ରାୟ ୩୦୦ ଜଣ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ନିଜର ଦିଆସିଲି, ଲୁହା ରଡ, କାଠ ଫାଳିଆ ଓ ଧାରୁଆ ଅସ୍ତ୍ର ଧରି ପୁଲିସ୍‌ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ।

ସେମାନେ ଆକ୍ରମଣ ସମୟରେ ପୁଲିସ୍‌ କର୍ମୀଙ୍କୁ ହତ୍ୟା କର ଓ ସେମାନଙ୍କୁ ଛାଡ଼ ନାହିଁ ବୋଲି ନାରା ବାଜି କରିଥିଲେ। ଏହି ଦଙ୍ଗାକାରୀମାନେ ପୁଲିସ୍‌ ଷ୍ଟେସନ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହି ସମୟରେ ପୁଲିସ୍‌ ଷ୍ଟେସନ ଇନଚାର୍ଜରେ ଥିବା ଶ୍ରୀଧର ଏଚସିଙ୍କ ମୁଣ୍ଡରେ ଆଘାତ ଲାଗିଛି।

ଆକ୍ରମଣକାରୀଙ୍କୁ ପୁଲିସ୍‌ ଭଙ୍ଗାରୁଜା କରିବାକୁ ନିବେଦନ କରିଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ। ସେମାନେ ଡିଜେ ହାଲ୍ଲୀ ଓ କେଜେ ହାଲ୍ଲୀ ପୁଲିସ୍‌ ଷ୍ଟେସନରେ ଥିବା ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଏହି କାରଣରୁ ସେଠାରେ ୧୪୪ ଧାରା ଲାଗୁ କରାଯାଇଥିଲା।

ଦଙ୍ଗାକାରୀମାନଙ୍କୁ ପୁଲିସ୍‌ ସ୍ଥାନ ଛାଡ଼ିବାକୁ କହିଥିଲେ ହେଁ ସେମାନେ ପୁଲିସ୍‌ ଅଧିକାରୀଙ୍କୁ ହତ୍ୟା ନ କରିବା ଯାଏ ଏଠାରୁ ଯିବେନାହିଁ ବୋଲି କହିଥିଲେ। ସେମାନେ ବେସମେଣ୍ଟ ଦେଇ ପୁଲିସ୍‌ ଷ୍ଟେସନରେ ପ୍ରବେଶ କରି କର୍ମଚାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ଅଧିକାରୀମାନେ ନିଜକୁ ବଞ୍ଚାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ। ତେବେ ଅରଫାନ, ଏସଡିପିଆଇର ମୁଜାମିଲ ପାଶା, ସୟଦ ମସୁଦ, ଆୟଜ ଆହ୍ଲା ବକଶ ପୁଲିସ୍‌ ଅଧିକାରୀମାନଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ଅଧିକାରୀମାନେ ଆଉ କିଛି ରାଉଣ୍ଡ ଗୁଳି ଚଳାଇ ସମସ୍ତଙ୍କୁ ଗିରଫ କରିଥିଲେ।

ଦଙ୍ଗାକାରୀମାନେ ପୁଲିସ୍‌ ଷ୍ଟେସନ ବାହାରେ ପାର୍କିଂ ହୋଇଥିବା ଗାଡ଼ି ଗୁଡ଼ିକରେ ନିଆଁ ଲଗାଇବାକୁ ଉଦ୍ୟମ କରିବାରୁ ପୁଲିସ୍ ସମସ୍ତଙ୍କୁ ଚେତାବନୀ ଦେଇଥିଲା। ଏଥିରେ ଭୟଭୀତ ନ ହୋଇ ସେମାନେ ପୁଲିସ୍‌ ଷ୍ଟେସନରେ ପଶି କବାଟ ଝରକା ଭାଙ୍ଗିଥିଲେ। ଶେଷରେ ଅତିରିକ୍ତ ପୁଲିସ୍‌ ଫୋର୍ସ ଆସି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ବୋଲି ଏଫଆଇଆରରେ କୁହାଯାଇଛି। ଦଙ୍ଗାକାରୀଙ୍କ ଆକ୍ରମଣରେ ୬୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story