ଅରୁଣାଚଳ ପ୍ରଦେଶରେ ୬ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପରେ ଅରୁଣାଚଳ ପ୍ରଦେଶରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଏହି ନିହତ ସମସ୍ତ ୬ ଆତଙ୍କବାଦୀ ଏନଏସ୍‌ସିଏନ(ଆଇଏମ) ସଂଗଠନର ସଦସ୍ୟ। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅରୁଣାଚଳପ୍ରଦେଶର ତିରାପ ଜିଲ୍ଲା ଅନ୍ତର୍ଗତ ଖୋନସାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସେମାନଙ୍କ ପାଖରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ବି ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଖବର ପାଇ ଆସାମ ରାଇଫଲର ଦୁଇ […]

u

u

Hemant Lenka
  • Published: Saturday, 11 July 2020
  • Updated: 11 July 2020, 02:05 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପରେ ଅରୁଣାଚଳ ପ୍ରଦେଶରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଏହି ନିହତ ସମସ୍ତ ୬ ଆତଙ୍କବାଦୀ ଏନଏସ୍‌ସିଏନ(ଆଇଏମ) ସଂଗଠନର ସଦସ୍ୟ। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅରୁଣାଚଳପ୍ରଦେଶର ତିରାପ ଜିଲ୍ଲା ଅନ୍ତର୍ଗତ ଖୋନସାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା।

ସେମାନଙ୍କ ପାଖରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ବି ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଖବର ପାଇ ଆସାମ ରାଇଫଲର ଦୁଇ କଲମ ଯବାନ ସର୍ଚ୍ଚ ଅପରେସନ ବାହାରି ପଡ଼ିଥିଲେ।

ଭୋର ପ୍ରାୟ ୪.୩୦ରେ ଏନଏସ୍‌ସିଏନ (ଆଇଏମ) ଆତଙ୍କବାଦୀଙ୍କ ପତ୍ତା ମିଳିଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ଜବତ କରାଯାଇଛି ଓ ସେମାନଙ୍କ ନିକଟରୁ ୬ଟି ଅତ୍ୟାଧୁନିକ ରାଇଫଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଅପରେସନ ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos