କଟକଣା ସତ୍ତ୍ୱେ ସେନା ଅସ୍ତ୍ରାଗାର ପାଖରେ ଗୃହ ନିର୍ମାଣ କରି ବିବାଦରେ ବାଚସ୍ପତି  

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ବିବାଦରେ ଜାମ୍ମୁ କାଶ୍ମୀରର ବାଚସ୍ପତି ନିର୍ମଳ ସିଂହ । ଜାମ୍ମୁରେ ଥିବା ସେନା ଅସ୍ତ୍ରାଗାର ପାଖରେ ସେ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିଛି ସେନା।  ଅସ୍ତ୍ରାଗାର ପାଖରେ ବେସାମିରକ ଲୋକ ଗୃହ ନିର୍ମାଣ କଲେ ତାହା ବିପଦ ସୃଷ୍ଟି କରିବ ବୋଲି ସେନା କହିଛି । ଏଥିପାଇଁ ଘର ନିର୍ମାଣ ସ୍ଥଗିତ ରଖିବାକୁ କୁହାଯାଇଛି। ଏ ସମ୍ପର୍କରେ ନିର୍ମଳ କହିଛନ୍ତି ସେ ଆଇନ ଅନୁସାରେ ଘର ନିର୍ମାଣ […]

nirmal-singh

nirmal-singh

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 08:27 PM IST

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ବିବାଦରେ ଜାମ୍ମୁ କାଶ୍ମୀରର ବାଚସ୍ପତି ନିର୍ମଳ ସିଂହ । ଜାମ୍ମୁରେ ଥିବା ସେନା ଅସ୍ତ୍ରାଗାର ପାଖରେ ସେ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିଛି ସେନା।  ଅସ୍ତ୍ରାଗାର ପାଖରେ ବେସାମିରକ ଲୋକ ଗୃହ ନିର୍ମାଣ କଲେ ତାହା ବିପଦ ସୃଷ୍ଟି କରିବ ବୋଲି ସେନା କହିଛି । ଏଥିପାଇଁ ଘର ନିର୍ମାଣ ସ୍ଥଗିତ ରଖିବାକୁ କୁହାଯାଇଛି। ଏ ସମ୍ପର୍କରେ ନିର୍ମଳ କହିଛନ୍ତି ସେ ଆଇନ ଅନୁସାରେ ଘର ନିର୍ମାଣ କରୁଛନ୍ତି । କେବଳ ସେ ନୁହେଁ, ବହୁ ଲୋକଙ୍କ ଜମି ସେହି ଅସ୍ତ୍ରାଗାର ପାଖରେ ଅଛି । କୋର୍ଟକୁ ମାମଲା ଯାଇଥିଲେ ମଧ୍ୟ କୋର୍ଟ ସ୍ଥଗିତାଦେଶ ଦେଇନାହାନ୍ତି । ତେବେ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ଅସ୍ତ୍ରାଗାର ପାଖରେ ବେସାମରିକ ଲୋକ ଘର ନିର୍ମାଣ କରିବା ଉଚିତ ନୁହେଁ । ସେପଟେ ପୁରା ଘଟଣାର ତଦନ୍ତ ଦାବି କରିଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos