ଆକ୍ରମଣ କରିବାକୁ ଯୋଜନା କରୁଛି ପାକ୍‌, ଅନୁପ୍ରବେଶ ଅପେକ୍ଷାରେ ୪୦୦ ଆତଙ୍କୀ

ଜମ୍ମୁ: ଶୀତ ଦିନେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ। ଏଥିପାଇଁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ନୀଳନକ୍ସା ଆଙ୍କିଛି ଇସଲାମାବାଦ। ୧୦ କି ୧୦୦ ନୁହେଁ, ନିଜ ଯୋଜନାକୁ ସଫଳ କରିବା ପାଇଁ ପାକିସ୍ତାନ ନିଜ ସୀମାରେ ଥିବା ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୪୦୦ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଛି। ଏହି ଆତଙ୍କବାଦୀମାନେ ଏଲଓସି ଡେଇଁ ଜମ୍ମୁ-କଶ୍ମୀରେ ପ୍ରବେଶ କରିବେ ଓ ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଟାର୍ଗେଟ […]

dc

dc

Hemant Lenka
  • Published: Wednesday, 06 January 2021
  • Updated: 06 January 2021, 09:07 PM IST

Sports

Latest News

ଜମ୍ମୁ: ଶୀତ ଦିନେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ। ଏଥିପାଇଁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ନୀଳନକ୍ସା ଆଙ୍କିଛି ଇସଲାମାବାଦ। ୧୦ କି ୧୦୦ ନୁହେଁ, ନିଜ ଯୋଜନାକୁ ସଫଳ କରିବା ପାଇଁ ପାକିସ୍ତାନ ନିଜ ସୀମାରେ ଥିବା ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୪୦୦ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଛି।

ଏହି ଆତଙ୍କବାଦୀମାନେ ଏଲଓସି ଡେଇଁ ଜମ୍ମୁ-କଶ୍ମୀରେ ପ୍ରବେଶ କରିବେ ଓ ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିବେ। ଆଜି ଏ ସମ୍ପର୍କ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମିଳିବା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି।

ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ଶୀତ ଦିନ ଚାଲିଥିବାରୁ ଏଲଓସିର ଅଧିକାଂଶ ପ୍ରବେଶ ପଥ ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ବରଫ ଚାଦରର ସୁଯୋଗ ନେଇ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ୨୦୨୦ରେ ପାକିସ୍ତାନ ୪୪ ଜଣ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇଥିବା ବେଳେ ୨୦୧୯ରେ ଏହା ୧୪୧ ଥିଲା। ସେହିପରି ୨୦୧୮ରେ ୧୪୩ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିଲେ।

ତେବେ ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ପାକିସ୍ତାନ ୨୦୨୦ରେ ଅଧିକ ଆତଙ୍କବାଦୀଙ୍କୁ ପଠାଇବାକୁ ସକ୍ଷମ ହୋଇ ପାରି ନଥିଲା। ଏଥିପାଇଁ ଗୋଟିଏ ବର୍ଷରେ ପାକିସ୍ତାନ ୫୧୦୦ ଥର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ନିଜ ଆକ୍ରୋଶ ଦେଖାଇବାକୁ ଚେଷ୍ଟା କରିଥିଲା। ୨୦୧୩ ପରେ ପ୍ରଥମଥର ପାଇଁ ୨୦୨୦ ବର୍ଷରେ ପାକିସ୍ତାନ ସର୍ବାଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।

ଏପରି କରି ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଇସଲାମାବଦ ଲକ୍ଷ୍ୟ ରଖିଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ଏବେ ମିଳିଥିବା ସୂଚନା ଅନୁଯାୟୀ, ପିଓକେରେ ଥିବା ଲଞ୍ଚ ପ୍ୟାଡ୍‌ରେ ୩୦୦ରୁ ୪୧୫ ଜଣ ତାଲିମ ପ୍ରାପ୍ତ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ସୁଯୋଗରେ ରହିଛନ୍ତି।

କଶ୍ମୀର ଉପତ୍ୟକାର ଉତ୍ତର ପୀର ପଞ୍ଜଲର ସୀମା ସେପଟେ ୧୭୫ରୁ ୨୧୦ ଆତଙ୍କୀ ରହିଥିବା ବେଳେ ଜମ୍ମୁର ପୀର ପଞ୍ଜଲର ସୀମା ସେପଟେ ୧୧୯ରୁ ୨୧୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବା ଯୋଜନାରେ ରହିଛନ୍ତି। ଜମ୍ମୁ-କଶ୍ମୀରକୁ ଟର୍ଣ୍ଣେଲ ମାଧ୍ୟମରେ ଅସ୍ତ୍ରଶସ୍ତ୍ର, ଆତଙ୍କବାଦୀ ଓ ବିସ୍ଫୋରକ ପଠାଇବାକୁ ପାକିସ୍ତାନର ସୁରକ୍ଷା ଏଜେନ୍ସି ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି। ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ପାଇଁ ଡ୍ରୋନ ଦ୍ୱାରା ମଧ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଉଛି।

ଗତବର୍ଷ ଡିସେମ୍ବର ମାସରେ ପ୍ରବଳ ବରଫ ପାତ ସମୟରେ ମଧ୍ୟ ଆତଙ୍କବାଦୀମାନେ ପୁଞ୍ଚରେ ଅନୁପ୍ରବେଶ କରିଥିଲେ। ହେଲେ ସେମାନଙ୍କୁ ଭାରତୀୟ ସୁରକ୍ଷାକର୍ମୀମାନେ ଖତମ କରିଦେଇଥିଲେ। ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ପାଇଁ ପ୍ରାୟ ୨୦ଟି ସ୍ଥାନ ଚିହ୍ନଟ ହୋଇଛି।

ଏହି ସବୁ ଅଞ୍ଚଳରେ ଭାରତୀୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ରହରା ଦିଆଯାଉଛି। ଆତଙ୍କବାଦୀମାନେ ଯେମିତି ଭାରତରେ ଅନୁପ୍ରବେଶ କରିପାରିବେ ନାହିଁ, ତା’ର ସବୁ ପ୍ରକାରର ବ୍ୟବସ୍ଥା ଏଠାରେ କରାଯାଇଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story