ଭୁଶୁଡ଼ି ପଡ଼ିଲା ବିରାଟକାୟ ବିଲଡିଂ, ୭୦ ଜଣ ଫସିଥିବା ଆଶଙ୍କା

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ବିପତ୍ତି ମହାରାଷ୍ଟ୍ରକୁ କଲବଲ କରିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ଆଉଟ ପାଉଟ ହେଉଥିବା ମହାରାଷ୍ଟ୍ରରେ ଆଜି ପୁଣି ଥରେ ଗୋଟିଏ ବଡ଼ ଦୁର୍ଘଟଣା ଘଟିଛି। ରାଇଗଡ଼ ଜିଲ୍ଲାର ମାହାଦ ସହରରେ ଥିବା ଏକ ବିରାଟକାୟ ବିଲଡିଂ ଆଜି ହଠାତ୍‌ ଭୁଶୁଡ଼ି ପଡ଼ିଛି। ବିଲଡିଂଟି ୫ ମହଲା ବିଶିଷ୍ଟ ଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି।

ବିଲଡିଂ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ପ୍ରାୟ ୭୦ ଜଣ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଖବର ପାଇ ୩ଟି ଏନଡିଆରଏଫ ଟିମ୍‌ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଧ୍ୱଂସାବଶେଷ ତଳକୁ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ରିପୋର୍ଟ ଲେଖାହେବା ବେଳକୁ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ

୨୧ ସେପ୍ଟେମ୍ବର, ସୋମବାର: ପରିଶ୍ରମ ଅନୁସାରେ ସଫଳତା ପାଇବେ

ନେପୋଟିଜିମ୍ ପାଇଁ କିଏ ଦାୟୀ? ଜବାବ ରଖିଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

ରାଜ୍ୟରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ, କଟକରେ ୫୦୦ରୁ ଅଧିକ

୨୦ ସେପ୍ଟେମ୍ବର, ରବିବାର: ଶତ୍ରୁମାନେ ପରାଜିତ ହେବେ

ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଆକବରଙ୍କ ମନ୍ତ୍ରୀ ତୋଡରମଲ୍ଲ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ!

୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା

୧୯ ସେପ୍ଟେମ୍ବର, ଶନିବାର: ମନ ବିଚଳିତ ରହିବ

କୃଷି ବିଧେୟକ ବିଲ ଲୋକସଭାରେ ପାରିତ, ବିରୋଧ କରି ଫଶିଗଲା କଂଗ୍ରେସ!