ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଇଟାନଗର: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋ ପୁଲଙ୍କ ମୃତଦେହ ଆଜି ସନ୍ଦେହଜନକ ଅବସ୍ଥାରେ ତାଙ୍କ ଇଟାନଗରସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ସ୍ୱର୍ଗତ ପୁଲ୍‌ ଗତ ଫେବୃଆରୀ ୧୯ ତାରିଖରେ ଅରୁଣାଚଳ ପ୍ରଦେଶର କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ। ଏହାପରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ପୂର୍ବରୁ ପୁଲ୍‌ […]

kalikho-pul

kalikho-pul

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 04:01 PM IST

Sports

Latest News

ଇଟାନଗର: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋ ପୁଲଙ୍କ ମୃତଦେହ ଆଜି ସନ୍ଦେହଜନକ ଅବସ୍ଥାରେ ତାଙ୍କ ଇଟାନଗରସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ସ୍ୱର୍ଗତ ପୁଲ୍‌ ଗତ ଫେବୃଆରୀ ୧୯ ତାରିଖରେ ଅରୁଣାଚଳ ପ୍ରଦେଶର କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ। ଏହାପରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।

ପୂର୍ବରୁ ପୁଲ୍‌ ୨୦୦୩ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିଲେ। କିଛିଦିନ ହେବ ସେ କଂଗ୍ରେସ ପ୍ରତି ବିମୁଖ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos