ଆସନ୍ତାକାଲି ପ୍ରକାଶ ପାଇବ ଏନ୍‌ଆରସି ଲିଷ୍ଟ, ବାଦ୍‌ ପଡ଼ି ପାରନ୍ତି ୪୧ ଲକ୍ଷ ଲୋକ

ନୂଆଦିଲ୍ଲୀ: ଆସାମ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)ର ଚୂଡ଼ାନ୍ତ ତାଲିକା ଆସନ୍ତାକାଲି ପ୍ରକାଶ ପାଇବ। ଏହି ଚୂଡ଼ାନ୍ତ ତାଲିକାରୁ ପ୍ରାୟ ୪୧ ଲକ୍ଷ ଲୋକ ବାଦ୍‌ ପଡ଼ିବେ ବୋଲି ଆଶଙ୍କା କରାଯାଉଛି। ତାଲିକା ପ୍ରକାଶ ପାଇବା ପରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଆଜି ସମଗ୍ର ଆସାମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୋହାଟୀ ସମେତ ଏକାଧିକ ସମ୍ବେଦନଶୀଳ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ଆସାମର ସ୍ଥାୟୀ ନାଗରିକ କିଏ ଏବଂ ବାଂଲାଦେଶରୁ ଅନୁପ୍ରବେଶ […]

wef

wef

Hemant Lenka
  • Published: Friday, 30 August 2019
  • Updated: 31 August 2019, 08:30 AM IST

Sports

Latest News

ନୂଆଦିଲ୍ଲୀ: ଆସାମ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)ର ଚୂଡ଼ାନ୍ତ ତାଲିକା ଆସନ୍ତାକାଲି ପ୍ରକାଶ ପାଇବ। ଏହି ଚୂଡ଼ାନ୍ତ ତାଲିକାରୁ ପ୍ରାୟ ୪୧ ଲକ୍ଷ ଲୋକ ବାଦ୍‌ ପଡ଼ିବେ ବୋଲି ଆଶଙ୍କା କରାଯାଉଛି। ତାଲିକା ପ୍ରକାଶ ପାଇବା ପରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଆଜି ସମଗ୍ର ଆସାମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଗୋହାଟୀ ସମେତ ଏକାଧିକ ସମ୍ବେଦନଶୀଳ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ଆସାମର ସ୍ଥାୟୀ ନାଗରିକ କିଏ ଏବଂ ବାଂଲାଦେଶରୁ ଅନୁପ୍ରବେଶ କରି କେତେ ଜଣ ଏଠାରେ ରହୁଛନ୍ତି, ସେକଥା ଜାଣିବା ପାଇଁ କେନ୍ଦ୍ର ସରକାର ଏନ୍‌ଆରସି ତାଲିକା ପ୍ରସ୍ତୁତ କରିଛନ୍ତି। ତେବେ ତାଲିକାବରୁ ବାଦ୍‌ ପଡ଼ୁଥିବା ଲୋକଙ୍କୁ ସରକାର ସମସ୍ତ ପ୍ରକାରର ଆଇନଗତ ସୁବିଧାସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏନ୍‌ଆରସି ତାଲିକା ପ୍ରକାଶ ପାଇବାକୁ ଥିବାରୁ ଆସାମ ସରକାର ଅତିରିକ୍ତ ୫୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ରବଳ(ସିଏପିଏଫ୍‌) ମୁତୟନ କରିଛନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ ଆଜି ଅତିରିକ୍ତ ୫୧ କମ୍ପାନୀ ସିଏପିଏଫ୍‌ ଯବାନଙ୍କୁ ଆସାମ ପଠାଇଛନ୍ତି।

ଆସାମ ଡିଜିପି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୧୬୭ କମ୍ପାନୀ ସିଏପିଏଫ୍ ଯବାନ ରହିଛନ୍ତି। ଆସନ୍ତାକାଲି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆଉ ୫୧ କମ୍ପାନୀ ସିଏପିଏଫ୍ ଯବାନ ଆସୁଛନ୍ତି। ରାଜ୍ୟରେ ଥିବା ୨,୫୦୦ ଏନ୍ଆରସି ସେବା କେନ୍ଦ୍ର ମଧ୍ୟରୁ ୧,୨୦୦ଟିକୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।
ପ୍ରଥମେ ଜୁଲାଇ ୩୦ରେ ଏନ୍‌ଆରସି ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ସାମିଲ ହେବାକୁ ପ୍ରାୟ ୩୨, ୯୯୧, ୩୮୪ ଜଣ ଆବେଦନ କରିଥିଲେ। ତେବେ ଏନ୍‌ଆରସି ତାଲିକାରେ କେବଳ ୨୮,୯୮୩,୬୭୭ ଜଣ ସାମିଲ ହୋଇଥିଲେ। ଏହି ଡ୍ରାଫ୍‌ ତାଲିକାରୁ ୪୦ ଲକ୍ଷ ବାଦ ପଡ଼ିଥିଲେ।

ଏହାପରେ କେନ୍ଦ୍ର ସରକାର ପୁଣିଥରେ ଆବେଦନ କରିବାକୁ ଲୋକଙ୍କୁ କହିଥିଲେ। ପ୍ରାୟ ୩୬ ଲକ୍ଷ ଲୋକ ଏନ୍‌ଆରସି ତାଲିକାରେ ସାମିଲ ହେବାକୁ ଆବେଦନ କରିଥିଲେ। ପୁନଃ ଯାଞ୍ଚ ବେଳେ ପ୍ରାୟ ୪୧ ଲକ୍ଷ ଲୋକ ନୂଆ ଚୂଡ଼ାନ୍ତ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଅର୍ଥାତ ୪୧ ଲକ୍ଷ ଆସାମବାସୀ ଭାରତୀୟ ହେବାର ଅଧିକାର ହରାଇଛନ୍ତି।

ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ନାଗରିକତ୍ୱ ପାଇଁ ପଞ୍ଜୀକରଣ ନିୟମ ରହିଛି। ନିଜ ନାଁକୁ ପଞ୍ଜୀକରଣ କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ୧୯୭୧ ମସିହା ମାର୍ଚ୍ଚ ୨୪ ପୂର୍ବରୁ ତାଙ୍କ ପରିବାର ବର୍ଗ ଆସାମରେ ରହୁଥିଲେ ବୋଲି ଉପଯୁକ୍ତ ଦସ୍ତାବିଜ୍‌ ଦେବାକୁ ପଡ଼ିବ। କାରଣ ୧୯୭୧ ମସିହା ମାର୍ଚ୍ଚ ୨୫ରେ ବାଲାଂଦେଶ ଲିବରେସନ୍‌ ୱାର୍‌ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧ ଡିସେମ୍ୱର ୧୬ ଯାଏ ଚାଲିଥିଲା ଏବଂ ବିଧିବଦ୍ଧ ଭାବେ ବାଂଲାଦେଶ ଗଠିତ ହୋଇଥିଲା।
କିନ୍ତୁ ମାର୍ଚ୍ଚ ୨୬ରୁ ହିଁ ଶେଖ୍‌ ମୁଜିବୁର୍‌ ରେହମାନ୍‌ ବାଂଲାଦେଶ ଗଠନ ହେଲା ବୋଲି ଘୋଷଣା କରିଥିଲେ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନ୍‌ଆର୍‌ସି ପକ୍ଷରୁ ଆସାମରେ ନାଗରିକତ୍ୱ ପାଇଁ ନିୟମ ପ୍ରଣୟନ କରାଯାଇଥିଲା।

ପ୍ରଥମ ଏନ୍‌ଆର୍‌ସି ଡ୍ରାଫ୍ଟ ୧୯୫୧ରେ ରିଲିଜ୍‌ କରାଯାଇଥିଲା। ସେତେବେଳେ ଆସାମର ଜନସଂଖ୍ୟା ୮୦ ଲକ୍ଷ ରହିଥିଲା। ତେବେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏଏଏସ୍‌ୟୁ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୨୦୦୫ରେ ଏନ୍‌ଆର୍‌ସି ଡ୍ରାଫ୍ଟକୁ ଅପଡେଟ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଅପଡେଟ୍‌ ସମୟରେ ବିଭିନ୍ନ ସ୍ଥାନରେ ହିଂସା ଘଟିବାରୁ ଏହାକୁ ବନ୍ଦ ରଖାଯାଇଥିଲା।
୨୦୦୯ରେ ଆସାମ ପବ୍ଲିକ୍‌ ୱାର୍କସ୍‌(ଏପିଡବ୍ଲ୍ୟୁ) ନାମକ ଏକ ଏନ୍‌ଜିଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ଅପଡେଟ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅପଡେଟ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ପାଖାପାଖି ୩.୨୯ କୋଟି ଲୋକ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ। ଏନ୍‌ଆର୍‌ସିର ପ୍ରଥମ ଡ୍ରାଫ୍ଟ୍‌ ଡିସେମ୍ୱରରେ ପ୍ରକାଶ ପାଇଥିଲା। ଏହି ତାଲିକାରେ ୧.୯୦ କୋଟି ଲୋକ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story