ଆସାମର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସୈୟଦା ଅନୱର ତୈମୁରଙ୍କ ପରଲୋକ

ଗୌହାଟୀ: ଆସାମ ଇତିହାସରେ ଗୋଟିଏ ଯୁବର ଅବସାନ ଘଟିଛି। ରାଜ୍ୟର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୈୟଦା ଅନୱର ତୈମୁରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନରୁ ଅଷ୍ଟ୍ରେଲିଆରେ ନିଜ ପୁଅଙ୍କ ପାଖରେ ରହୁଥିଲେ। ତେବେ ଅଷ୍ଟ୍ରେଲିଆରେ ରହିବା ସମୟରେ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ୪ଥର ବିଧାୟକ ହୋଇଥିବା ତୈମୁର ୧୯୮୦ ମସିହା […]

fg

fg

Hemant Lenka
  • Published: Monday, 28 September 2020
  • Updated: 28 September 2020, 10:08 PM IST

ଗୌହାଟୀ: ଆସାମ ଇତିହାସରେ ଗୋଟିଏ ଯୁବର ଅବସାନ ଘଟିଛି। ରାଜ୍ୟର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୈୟଦା ଅନୱର ତୈମୁରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନରୁ ଅଷ୍ଟ୍ରେଲିଆରେ ନିଜ ପୁଅଙ୍କ ପାଖରେ ରହୁଥିଲେ। ତେବେ ଅଷ୍ଟ୍ରେଲିଆରେ ରହିବା ସମୟରେ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି।

୪ଥର ବିଧାୟକ ହୋଇଥିବା ତୈମୁର ୧୯୮୦ ମସିହା ଡିସେମ୍ବର ୬ରୁ ୧୯୮୧ ମସିହା ଜୁନ୍‌ ୩୦ ଯାଏ ଆସାମର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଆସାମର ପ୍ରଥମ ମହିଳା ଭାବେ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ। ତୈମୁରଙ୍କ ପରେ ଆଜି ଯାଏ କୌଣସି ମହିଳା ଆସାମର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି।

ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ୧୯୮୩ରୁ ୧୯୮୫ ଯାଏ ତୈମୁର ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଆସାମ ବିଧାନସଭାକୁ ୧୯୭୨,୧୯୭୮,୧୯୮୩ ଓ ୧୯୯୧ରେ ନିର୍ବାଚିତ ହୋଇଥିଲେ। ତୈମୁର ଆସାମ କଂଗ୍ରେସର ନେତା ଥିବା ବେଳେ ଏଆଇସିସିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଆଜି ତାଙ୍କ ବିୟୋଗରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos