ସିଏବିକୁ କାହିଁକି ବିରୋଧ ହେଉଛି କହିଲା କଂଗ୍ରେସ

ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସୁଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ କାହିଁକି ବିରୋଧ କରାଯାଉଛି ଏହାର କାରଣ ଆଜି କଂଗ୍ରେସ ରାଜ୍ୟସଭାରେ କହିଛି। ଆଜି ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଲ ଉପସ୍ଥାପନ କରି ଏହା ସପକ୍ଷରେ ଯୁକ୍ତି କରିଥିଲେ। ଏହାର ଜବାବ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଦେଇଛନ୍ତି। ସେ କହିଛନ୍ତି, “ଏହି ବିଲ୍‌ ସମ୍ବିଧାନ ଉପରେ […]

dc

dc

Hemant Lenka
  • Published: Wednesday, 11 December 2019
  • Updated: 11 December 2019, 03:33 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସୁଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ କାହିଁକି ବିରୋଧ କରାଯାଉଛି ଏହାର କାରଣ ଆଜି କଂଗ୍ରେସ ରାଜ୍ୟସଭାରେ କହିଛି।

ଆଜି ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଲ ଉପସ୍ଥାପନ କରି ଏହା ସପକ୍ଷରେ ଯୁକ୍ତି କରିଥିଲେ। ଏହାର ଜବାବ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଦେଇଛନ୍ତି।

ସେ କହିଛନ୍ତି, “ଏହି ବିଲ୍‌ ସମ୍ବିଧାନ ଉପରେ ଆକ୍ରମଣ। ବିଲ ସମ୍ବିଧାନର ପ୍ରସ୍ତାବନାର ବିରୋଧୀ। କ’ଣ ପାଇଁ ତରବରିଆ ଭାବେ ଏହି ବିଲକୁ ଅଣାଯାଉଛି?ଏହାକୁ ଆମେ ବିରୋଧ କରୁଛୁ। ଏହା ରାଜନୀତିକ ବିରୋଧ ନୁହେଁ ବରଂ ଆଦର୍ଶଗତ ବିରୋଧ। ଭାରତର ସମ୍ବିଧାନ ଯେଉଁ ଉଦ୍ଦେଶ୍ୟ ରଖି ପ୍ରଣୟନ କରାଯାଇଥିଲା, ଏହି ବିଲ ତା’ ଉପରେ ସିଧାସଳଖ ଏକ ଆକ୍ରମଣ।

ରିପବ୍ଲିକ ଅଫ ଇଣ୍ଡିଆ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ଏହା ଭାରତର ଆତ୍ମାକୁ ଆଘାତ ଦେଉଛି। ଏହି ବିଲ ଆମ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ। ନାଗରିକତାର ମୂଳ ଢାଞ୍ଚା କ’ଣ ସେକଥା ଆମେ ସମସ୍ତେ ଜାଣିଛେ। ଏକଥା ଆମ ସମ୍ବିଧାନରେ କୁହାଯାଇଛି। ଜଣଙ୍କୁ ନାଗରିକତା ଦେବା ପାଇଁ ଆମ ସମ୍ବିଧାନ ପ୍ରଣୟନମାନେ କାହିଁକି ଏଭଳି ବ୍ୟବସ୍ଥା କରି ନଥିଲେ? କ’ଣ ସେମାନେ ଦେଶକୁ ଭଲ ଭାବେ ଜାଣି ନଥିଲେ?

ଦେଶ ବିଭାଜନ ପରେ ପୂର୍ବ ଓ ପଶ୍ଚିମ ପାକିସ୍ତାନରୁ ଅନେକ ଲୋକ ଏଠାକୁ ଆସିଛନ୍ତି। କ’ଣ ସେମାନଙ୍କୁ ଭାରତର ନାଗରିକତା ଦିଆଯାଇ ନଥିଲା? କ’ଣ ସେମାନେ ସମ୍ମାନର ସହ ବଞ୍ଚି ନାହାନ୍ତି? ଆମ ଦେଶର ଦୁଇ ଜଣ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଓ ଆଇକେ ଗୁଜରାଲ ବିଭାଜନ ପରେ ହିଁ ଭାରତ ଆସିଥିଲେ। ଯଦି ବିଲରେ କିଛି ଖରାପ ନାହିଁ, ତା’ହେଲେ ଆସାମବାସୀ କାହିଁକି ନିଜକୁ ଅସୁରକ୍ଷିତ ମଣୁଛନ୍ତି?

କ’ଣ ପାଇଁ ଲୋକମାନେ ଆନ୍ଦୋଳନ କରୁଛନ୍ତି? ଡିଟେନସ ସେଣ୍ଟରରେ ରହୁଥିବା ଲୋକମାନଙ୍କ ଅବସ୍ଥା କ’ଣ ସେକଥା ଥରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଖିକି ଆସନ୍ତୁ। ଡିଟେନସ କେନ୍ଦ୍ରରେ ୫ଟି ରୁମରେ ୬୦୦ ଜଣ ଲୋକ ରହୁଛନ୍ତି। ଏହା ଆମକୁ କନସେନଟ୍ରେସନ କ୍ୟାମ୍ପ କଥା ମନେ ପକାଇ ଦେଉଛି।

ଏହି ବିଲ ଜରିଆରେ ସରକାର କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି? କ’ଣ ପାଇଁ ଧର୍ମ ଆଧାରରେ ନାଗରିକତା ଦିଆଯିବ ବୋଲି କୁହାଯାଉଛି। କ’ଣ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଏହା ମଧ୍ୟରୁ ବାଦ ଦିଆଯାଉଛି? ୧୯୫୫ ନାଗରିକତା ବିଲକୁ ଏକାଧିକ ଥର ସଂଶୋଧନ କରାଯାଇଛି। ହେଲେ ସମ୍ବିଧାନର ମୂଳ ଢାଞ୍ଚାକୁ କେବେ ହେଲେ ଉଲ୍ଲଙ୍ଘନ କରାଯାଇ ନାହିଁ।

ଦୁଇଟି ରାଷ୍ଟ୍ର ଗଠନ ଯୋଜନା କଂଗ୍ରେସର ନଥିଲା ବରଂ ହିନ୍ଦୁ ମହାସଭା ପ୍ରଥମେ ଏହାକୁ ଉଠାଇଥିଲା। ୧୯୩୭ରେ ଅହମଦାବାଦ ଠାରେ ସାବରକର ଓ ହିନ୍ଦୁ ମହାସଭା ଦୁଇଟି ରାଷ୍ଟ୍ର ସଂକଳ୍ପକୁ ପ୍ରଥମେ ପାରିତ କରିଥିଲେ। ସାବରକର କହିଥିଲେ, “ଦୁଇଟି ରାଷ୍ଟ୍ର ଗଠନ ହେଲେ ହିନ୍ଦୁ ମହାସଭାର କୌଣସି ଅସୁବିଧା ନାହିଁ।”

କଂଗ୍ରେସର ଯେଉଁ ନେତାମାନେ ଏହାକୁ ବିରୋଧ କରିଥିଲେ, ସେମାନଙ୍କୁ ବ୍ରିଟିଶ ଶାସନକୁ ଲଗାଇ ଜେଲ ମଧ୍ୟରେ ରଖାଯାଇଥିଲା। ୧୮୯୩ ସେପ୍ଟେମ୍ବର ୧୧ରେ ସ୍ୱାମୀ ବିବେକାନନ୍ଦ କହିଥିଲେ, ଭାରତରେ ସବୁ ଧର୍ମକୁ ଉପଯୁକ୍ତ ସମ୍ମାନ ଦିଆଯାଏ। ଏଠାରେ ଯେଉଁ ଧର୍ମର ଲୋକ ଆସିଲେ ବି ତାଙ୍କୁ ସମ୍ମାନ ମିଳେ। ଆମ ସମ୍ବିଧାନ ମଧ୍ୟ ଭାରତୀୟ ସୀମାରେ ରହୁଥିବା ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଛି। ବ୍ୟକ୍ତି ଜଣଙ୍କ ଯେଉଁ ଦେଶର ହୁଅନ୍ତୁ ପଛେ, ସେ ଭାରତକୁ ଆସିଲେ, ତାଙ୍କୁ ଅନ୍ୟମାନଙ୍କ ଭଳି ସମାନ ଅଧିକାର ମିଳିବାର ନିୟମ ରହିଛି। ଏସବୁ ସତ୍ତ୍ୱେ ଧର୍ମ ଆଧାରରେ ନାଗରିକତା କ’ଣ ପାଇଁ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story