ଆଇଏସ ଆତଙ୍କବାଦୀଙ୍କ ଭୟଙ୍କର ବିସ୍ଫୋରଣ, ୧୦ ଜଣଙ୍କ ମୃତ୍ୟୁ

ମାନିଲା: ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ପକ୍ଷରୁ ଆଜି ଦକ୍ଷିଣ ପୂର୍ବ ଫିଲିପାଇନ୍ସରେ ବଡ଼ ଧରଣର ବିସ୍ଫୋରଣ କରାଯାଇଛି। ଏଥିରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଆକ୍ରମଣ କରିବେ ବୋଲି ପୂର୍ବରୁ ହିଁ ସୂଚନା ମିଳିଥିଲା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ସୁରକ୍ଷାକର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆତଙ୍କୀମାନେ ଆକ୍ରମଣ କରିଛନ୍ତି।

ରିଜନାଲ ମିଲିଟାରୀ କମାଣ୍ଡର ଜେନେରାଲ କ୍ରୋଲେଟୋ ଭିନଲୁଆନ କହିଛନ୍ତି, ସୁଲୁ ପ୍ରଦେଶର ଜୋଲୋ ସହରରେ ଥିବା ଗୋଟିଏ ଗ୍ରୋସରୀ ଓ କମ୍ପ୍ୟୁଟର ଦୋକାନ ଆଗରେ ଦୁଇଟି ସେନା ଗାଡ଼ି ଛିଡ଼ା ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ବାଇକ ଦ୍ୱାରା ବିସ୍ଫୋରଣ କରିଥିଲେ। ଏଥିରେ ୫ ଜଣ ଯବାନ ଓ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି।

ଏହାର କିଛି ସମୟରେ ଆଉ ଗୋଟିଏ ସ୍ଥାନରେ ବିସ୍ଫୋରଣ ହୋଇଥିଲେ। ଜଣେ ମହିଳା ଆତ୍ମଘାତୀ ଆତଙ୍କୀ ସେନା ବାହିନୀକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ। ଏହି ହମଲାରେ ଆକ୍ରମଣକାରୀ ସହ ଜଣେ ଯବାନ ପ୍ରାଣ ହରାଇଛନ୍ତି।

ନିକଟସ୍ଥ ମାର୍କେଟରୁ ବିସ୍ଫୋରଣ ହୋଇଥିବା ଗୋଟିଏ ବୋମା ଠାବ କରାଯାଇଛି। ଏହାକୁ ତୁରନ୍ତ ନିଷ୍କ୍ରିୟ କରାଯିବା ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଦୁଇଟି ଯାବ ବୋମା ବିସ୍ଫୋରଣ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।