ବାଣ କାରଖାନାରେ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ

ମଦୁରାଇ: ତାମିଲନାଡ଼ୁର ମଦୁରାଇ ଠାରେ ଥିବା ଗୋଟିଏ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ବାଣ ତିଆରି ପାଇଁ ବ୍ୟବହୃତ କେମିକାଲ ଯୋଗୁ ପ୍ରଥମେ ନିଆଁ ଲାଗି ଯାଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ଘଟି ପୂରା କାରଖାନା କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ବେଳେ ଏହା ମଧ୍ୟରେ ଏକାଧିକ ଲୋକ କାମ କରୁଥିଲେ। ସେମାନଙ୍କ […]

t

t

Hemant Lenka
  • Published: Friday, 23 October 2020
  • Updated: 23 October 2020, 06:14 PM IST

Sports

Latest News

ମଦୁରାଇ: ତାମିଲନାଡ଼ୁର ମଦୁରାଇ ଠାରେ ଥିବା ଗୋଟିଏ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ବାଣ ତିଆରି ପାଇଁ ବ୍ୟବହୃତ କେମିକାଲ ଯୋଗୁ ପ୍ରଥମେ ନିଆଁ ଲାଗି ଯାଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ଘଟି ପୂରା କାରଖାନା କ୍ଷତିଗ୍ରସ୍ତ ହୋଇଥିଲା।

ବିସ୍ଫୋରଣ ବେଳେ ଏହା ମଧ୍ୟରେ ଏକାଧିକ ଲୋକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଘଟଣାସ୍ଥଳରେ ହିଁ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ପୁଲିସ୍ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୁଲିସ୍ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos