କରାଚି: ପାକିସ୍ତାନର ଗୃହମନ୍ତ୍ରୀ ଏହସାନ ଇକବାଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ତାଙ୍କ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଅଛନ୍ତି।
ଏହସାନ ଇକବାଲ ଆଜି ନରୋୱାଲ ସହର ନିକଟସ୍ଥ କାଞ୍ଜରୁରରେ ଏକ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ସେ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଗୁଳିଟି ତାଙ୍କ କାନ୍ଧରେ ବାଜିଛି।
ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀର ବୟସ ୨୦ ରୁ ୨୨ ବର୍ଷ ମଧ୍ୟରେ ହେବ। ତାକୁ ଗିରଫ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।