ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଠାବ, ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ

କୋଝିକୋଡ: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନର ବ୍ଲାକବକ୍ସକୁ ଠାବ କରିଛନ୍ତି ଉଦ୍ଧାରକାରୀ ଦଳ। ଗତକାଲି ବିମାନଟି କୋଝିକୋଡ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୮ ଜଣଙ୍କ ଜୀବନ ଯାଇଛି। ଏୟାର ଇଣ୍ଡିଆ, ଭାରତ ସରକାର ଓ କେରଳ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ବିମାନଟି କେମିତି କ୍ରାଶ ଲ୍ୟାଣ୍ଡିଂ କଲା ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ଏସବୁ ଭିତରେ ବିମାନଟିର ବ୍ଲାକବକ୍ସ ଠାବ କାରାଯାଇଛି। ବ୍ଲାକବକ୍ସରେ ହିଁ ବିମାନ ଦୁର୍ଘଟଣାର […]

u

u

Hemant Lenka
  • Published: Saturday, 08 August 2020
  • Updated: 08 August 2020, 02:23 PM IST

କୋଝିକୋଡ: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନର ବ୍ଲାକବକ୍ସକୁ ଠାବ କରିଛନ୍ତି ଉଦ୍ଧାରକାରୀ ଦଳ। ଗତକାଲି ବିମାନଟି କୋଝିକୋଡ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୮ ଜଣଙ୍କ ଜୀବନ ଯାଇଛି। ଏୟାର ଇଣ୍ଡିଆ, ଭାରତ ସରକାର ଓ କେରଳ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ବିମାନଟି କେମିତି କ୍ରାଶ ଲ୍ୟାଣ୍ଡିଂ କଲା ତା’ର ଖୋଳତାଡ଼ ଆରମ୍ଭ ହୋଇଛି।

ଏସବୁ ଭିତରେ ବିମାନଟିର ବ୍ଲାକବକ୍ସ ଠାବ କାରାଯାଇଛି। ବ୍ଲାକବକ୍ସରେ ହିଁ ବିମାନ ଦୁର୍ଘଟଣାର ସବୁ ରହସ୍ୟ ରେକର୍ଡ ହୋଇ ରହିଥାଏ। ତେଣୁ ବ୍ଲାକବକ୍ସ ମିଳିଥିବାରୁ ବିମାନ ଦୁର୍ଘଟଣାର କାରଣ ଖୁବଶୀଘ୍ର ଜଣାପଡ଼ିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଆଜି ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। କୋଝିକୋଡ ବିମାନ ବନ୍ଦରର ଯେଉଁ ଅଞ୍ଚଳରେ ଏୟାର ଇଣ୍ଡିଆର ବିମାନ କ୍ରାଶ ଲ୍ୟାଣ୍ଡିଂ କରିଥିଲା, ଉକ୍ତ ସ୍ଥାନରେ ଶ୍ରୀ ପୁରୀ ପହଞ୍ଚିଛନ୍ତି। ସେ ସ୍ଥିତିର ସମୀକ୍ଷା କରିବା ସହ ରିଲିଫ କାମ କେମିତି ଚାଲିଛି, ତା’ର ତଦାରଖ କରିଛନ୍ତି। ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ସେ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି, ଡିଜିଟାଲ ଫ୍ଲାଇଟ ଡାଟା ରେକର୍ଡର ଓ କକପିଟ ଭୟସ ରେକର୍ଡର ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଉଦ୍ଧାର ହୋଇ ସାରିଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ କାରିପୁର ଏୟାରପୋର୍ଟରେ କେମିତି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର କାରଣ ଖୋଜା ଯାଉଛି। ଏହି ବିମାନକୁ ଆମର ଅନ୍ୟତମ ଅଭିଜ୍ଞ କ୍ୟାପ୍ଟେନ ଦୀପକ ସେଠ ଚଳାଉଥିଲେ। ସେ ଏହି ବିମାନବନ୍ଦରରେ ପୂର୍ବରୁ ୨୭ ଥର ବିମାନକୁ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲେ।

ଏବେ କେହି ବି ଦୁର୍ଘଟଣାର କାରଣ ଆକଳନ କରନ୍ତୁ ନାହିଁ। ସମସ୍ତେ ତଦନ୍ତ ଶେଷ ହେବା ଯାଏ ଅପେକ୍ଷା କରନ୍ତୁ। ୧୦ ବର୍ଷ ତଳେ ମେଙ୍ଗାଲୁରୁ ଏୟାରପୋର୍ଟରେ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଗତକାଲି ପ୍ରତିଷେଧକ ବ୍ୟବସ୍ଥା ଯୋଗୁ ଅନେକଙ୍କ ଜୀବନ ରକ୍ଷା ହୋଇଯାଇଛି ବୋଲି ସେ କହିଛନ୍ତି।

ସେହିପରି ମୃତକଙ୍କ ପରିବାରୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କୋଝିକୋଡ ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି। ଏଥିସହ କେରଳ ସରକାର ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos