ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ମୁସଲିମ ପକ୍ଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ଆଜି ମୁସଲିମ ପକ୍ଷ କ୍ଷମା ମାଗିଛନ୍ତି। ବୁଧବାର ଶୁଣାଣି ବେଳେ ୨୦୦୩ରେ ଏଏସ୍‌ଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ କୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଜବାବରେ ଆଜି ମୁସଲିମ ପକ୍ଷଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ କହିଛନ୍ତି, “ଏଏସ୍ଆଇ […]

qw

qw

Hemant Lenka
  • Published: Thursday, 26 September 2019
  • Updated: 26 September 2019, 05:54 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ଆଜି ମୁସଲିମ ପକ୍ଷ କ୍ଷମା ମାଗିଛନ୍ତି। ବୁଧବାର ଶୁଣାଣି ବେଳେ ୨୦୦୩ରେ ଏଏସ୍‌ଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ କୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାର ଜବାବରେ ଆଜି ମୁସଲିମ ପକ୍ଷଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ କହିଛନ୍ତି, “ଏଏସ୍ଆଇ ଦେଇଥିବା ରିପୋର୍ଟର ବୈଧତା ଉପରେ ଆମେ ପ୍ରଶ୍ନ ଉଠାଇବାର ନଥିଲା। ରିପୋର୍ଟର ଅର୍ଥୋରଶିପ୍‌ ଓ ସାରାଂଶ ଉପରେ ପ୍ରଶ୍ନ କରିବା ଠିକ୍ ନୁହେଁ। ଯଦି ଆମେ ଏପରି କରି ସାମ୍ବିଧାନିକ ଖଣ୍ଡପୀଠଙ୍କ ସମୟ ନଷ୍ଟି କରିଛୁ, ତା’ହେଲେ ଏଥିପାଇଁ ଆମେ କ୍ଷମା ମାଗୁଛୁ।

ଏବେ ରିପୋର୍ଟର ବୈଧତା ତର୍ଜମା କରିବାକୁ ଆମେ ଚାହୁଁନାହୁଁ।” ବୁଧାବର ଶୁଣାଣି ବେଳେ ମୁସଲିମ ପକ୍ଷର ଅନ୍ୟତମ ଓକିଲ ମୀନାକ୍ଷୀ ଅରୋରା କହିଥିଲେ, “ରିପୋର୍ଟ ପ୍ରତିଟି ବିଷୟର ଲେଖକ ଅଛନ୍ତି। ହେଲେ ସାରାଂଶ ଲେଖିଥିବା ବ୍ୟକ୍ତିଙ୍କ ନାଁ ନାହିଁ। ତେଣୁ ଏହାର ବୈଧତା ଉପରେ ପ୍ରଶ୍ନ ଉଠୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos