ଅଯୋଧ୍ୟା ଭୂମି ପୂଜନରେ ପଶିପାରିବେନି ନକଲି ଅତିଥି, କାର୍ଡରେ ରହିଛି କୋଡ ବ୍ୟବସ୍ଥା

ଅଯୋଧ୍ୟା: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅଧ୍ୟକ୍ଷ ର୍ନିତ୍ୟ ଗୋପାଲ ଦାସ ହିଁ ଷ୍ଟେଜ ଉପରେ ରହିବେ। ତେବେ ଭୂମି ପୂଜନ ପାଇଁ ଅଭୂତ ପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନକଲି ଅତିଥି ଯେଉଁଭଳି […]

uas

uas

Hemant Lenka
  • Published: Monday, 03 August 2020
  • Updated: 03 August 2020, 08:44 PM IST

Sports

Latest News

ଅଯୋଧ୍ୟା: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅଧ୍ୟକ୍ଷ ର୍ନିତ୍ୟ ଗୋପାଲ ଦାସ ହିଁ ଷ୍ଟେଜ ଉପରେ ରହିବେ।

ତେବେ ଭୂମି ପୂଜନ ପାଇଁ ଅଭୂତ ପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନକଲି ଅତିଥି ଯେଉଁଭଳି ଭାବେ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରବେଶ କରିପାରିବେ ନାହିଁ। ଏଥିପାଇଁ ନିମନ୍ତ୍ରଣ ପତ୍ରରେ ସ୍ୱତନ୍ତ୍ର କୋଡର ବ୍ୟବସ୍ଥା କରାଯାଇଛି।

ଏବେ ୫ଟି ପଏଣ୍ଟରେ ରାମ ଜନ୍ମଭୂମିରେ ହେବାକୁ ଥିବା ଭୂମି ପୂଜନ ସମ୍ପର୍କରେ ଆସନ୍ତୁ ଜାଣିବା-

୧-ଅତିଥି ତାଲିକା: ବହୁ ପ୍ରତିକ୍ଷୀତି ଭୂମି ପୂଜନ କାର୍ଯ୍ୟକ୍ରମରେ ୧୭୫ ଜଣ ଅତିଥି ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅଧ୍ୟକ୍ଷ ର୍ନିତ୍ୟ ଗୋପାଲ ଦାସଙ୍କ ବ୍ୟତୀତ ଭାରତ ଓ ନେପାଳର କିଛି ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି।

ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାବାଦ ୧୦ ହଜାରରୁ ଅଧିକ ଅଚିହ୍ନା ଶବକୁ ସତ୍କାର କରି ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ମହମ୍ମଦ ୟୁନୁସଙ୍କୁ ମଧ୍ୟ ଭୂମି ପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ମିଳିଛି। ଅଯୋଧ୍ୟା ଜମି ବିବାଦର ମୁସଲିମ ଲିଟିଗାଣ୍ଟ ଇକବାଲ ଅନସାରୀ ମଧ୍ୟ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ।

୨-ନିମନ୍ତ୍ରଣ ପତ୍ର: ଅତିଥିମାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ଦିଆଯାଉଛି। ଅଯୋଧ୍ୟାରେ ଥିବା ଅତିଥିଙ୍କୁ ପ୍ରଥମେ ଏହି କାର୍ଡ ଦିଆଯାଉଛି। ଆସନ୍ତାକାଲି ଯେଉଁମାନେ ଏଠାକୁ ଆସିବେ, ସେମାନଙ୍କୁ କାର୍ଯ୍ୟକ୍ରମ ପୂର୍ବରୁ କାର୍ଡ ଦିଆଯିବ। ଆରଏସଏସ ମୁଖ୍ୟ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ନାଁରେ ଅତିଥିଙ୍କୁ କାର୍ଡ ପଠା ଯାଉଛି।

୩-ସୁରକ୍ଷା ବ୍ୟବସ୍ଥା: କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ନିମନ୍ତ୍ରଣ ପତ୍ରରେ ସୁରକ୍ଷା କୋଡ ରହିଛି। ଏହାକୁ ଥରେ ମାତ୍ର ସ୍ୱାଇପ କରାଯାଇ ପାରିବ। ଏଥିରେ ଗୋଟିଏ କ୍ରମିକ ସଂଖ୍ୟା ରହିଛି। ଏହି ସଂଖ୍ୟାକୁ ପୁଲିସ୍‌ କ୍ରସ ଚେକ୍‌ କରି ଅତିଥିଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ଛାଡ଼ିବ। ଏହାର ଅର୍ଥ ଜଣଙ୍କ କାର୍ଡକୁ ଆଉ ଜଣେ ବ୍ୟବହାର କରିପାରିବେ ନାହିଁ ଓ ଥରେ ମାତ୍ର ଏହାର ବ୍ୟବହାର କରାଯାଇ ପାରିବ।

୪-ଗାଡ଼ି ପାଇଁ ପାସ ନାହିଁ: କୌଣସି ବୈଦ୍ୟୁତିକ ଡିଭାଇସ, ମୋବାଇଲ ଓ କ୍ୟାମେରା କାର୍ଯ୍ୟକ୍ରମ ସ୍ଥଳକୁ ଛଡ଼ା ଯିବ ନାହିଁ। ଅତିଥିମାନଙ୍କୁ ଗାଡ଼ି ପାଇଁ କୌଣସି ପାସ୍‌ ଦିଆଯିବ ନାହିଁ। ଅମ୍ବା ମନ୍ଦିର ଆଗରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଅତିଥିମାନେ ୨୫୦ ପାଦ ଚାଲି ଚାଲି ଯାଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ।

୫-କାର୍ଯ୍ୟକ୍ରମର ସମୟ: ସକାଳ ୧୦.୩୦ ସୁଦ୍ଧା ଅତିଥିମାନେ ନିଜ ନିଜ ଆସନରେ ବସିବେ। ପୂରା କାର୍ଯ୍ୟକ୍ରମ ସକାଳ ୮ରୁ ୨ଟା ପର୍ଯ୍ୟନ୍ତ ଚାଲିବ। ଭୂମି ପୂଜନ ପାଇଁ ଶୁଭବେଳା ୧୨.୧୫ ରହିଛି। ଭୂମି ପୂଜନ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ରାମ ମନ୍ଦିର ଥିବା ୫ ଟଙ୍କିଆ ପୋଷ୍ଟାଲକୁ ଉନ୍ମୋଚନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos