ସିଏଏ ଦଳିତ ବିରୋଧୀ, ସୁପ୍ରିମକୋର୍ଟରେ ପହଞ୍ଚିଲେ ଆଜାଦ

ନୂଆଦିଲ୍ଲୀ: ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ସିଏଏ ଦ୍ୱାରା ଦଳିତଙ୍କ ଅଧିକାର ମଧ୍ୟ କ୍ଷୁଣ୍ଣ ହେଉଛି ବୋଲି ଆଜାଦ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି। ଆଜାଦ, ସ୍ୱାମୀ ଅଗ୍ନିବେଶ ଓ ୱାଜହତ ହବିବୁଲ୍ଲା ମିଳିତ ଭାବେ ସିଏଏ, ଏନପିଆର ଓ ଏନଆରସିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତେବେ ଏହା କେବେ ଶୁଣାଣି […]

dd

dd

Hemant Lenka
  • Published: Wednesday, 22 January 2020
  • Updated: 22 January 2020, 05:43 PM IST

Sports

Latest News

ନୂଆଦିଲ୍ଲୀ: ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ସିଏଏ ଦ୍ୱାରା ଦଳିତଙ୍କ ଅଧିକାର ମଧ୍ୟ କ୍ଷୁଣ୍ଣ ହେଉଛି ବୋଲି ଆଜାଦ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଆଜାଦ, ସ୍ୱାମୀ ଅଗ୍ନିବେଶ ଓ ୱାଜହତ ହବିବୁଲ୍ଲା ମିଳିତ ଭାବେ ସିଏଏ, ଏନପିଆର ଓ ଏନଆରସିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତେବେ ଏହା କେବେ ଶୁଣାଣି ହେବ ଜଣାପଡ଼ିନାହିଁ।

ଆଜି ସିଏଏକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୧୪୪ଟି ଆବେଦନର ଶୁଣାଣି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ସିଏଏ କାର୍ଯ୍ୟକାରିତା ଉପରେ କୌଣସି ରୋକ ଲଗାଇ ନଥିଲେ ହେଁ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ ୪ ସପ୍ତାହର ସମୟ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ସମସ୍ତ ଆବେଦନକୁ କ୍ୟାଟାଗୋରୀ କରି ଶୁଣାଣି କରିବେ ବୋଲି କହିଛନ୍ତି। ଏଥିସହ ଦରକାର ପଡ଼ିଲେ ଆବେଦନଗୁଡ଼ିକର ବିଚାର ୫ ଜଣିଆ ସାମ୍ବିଧାନିକ ପୀଠରେ ମଧ୍ୟ କରାଯିବ ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story