ମାଛର ଜୀବନ ବଞ୍ଚାଇବାକୁ ଘୁଷୁରୀଙ୍କ ଉଦ୍ୟମ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଧୁନିକ ଦୁନିଆରେ ମଣିଷ ଯେତିକି ସୁଖ ସୁବିଧାର ଅଧିକାରୀ ହେଉଛି ସେତିକି ସ୍ୱାର୍ଥପର ମଧ୍ୟ ହୋଇଯାଉଛି। କିନ୍ତୁ ପଶୁପକ୍ଷୀମାନଙ୍କ ଉଦାରତା ଓ ସାହାଯ୍ୟ କରିବାର ଗୁଣ ଏବେ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ଯାହା କି ଦେଖୁଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଏପରି ଏକ ଭିଡିଓ ଭାରତୀୟ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଯେଉଁଥିରେ ଗୋଟିଏ ମାଛର ଜୀବନକୁ ଘୁଷୁରୀମାନେ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି, ତା’ର ତା’ର ଦୃଶ୍ୟ ରହିଛି। ଭଡିଓରେ ଥିବା ଦୃଶ୍ୟ ଅନୁଯାୟୀ, ପ୍ରଥମେ ୩ଟି ଛୁଆ ଘୁଷୁରୀ ମାଟି ଉପରେ ନିସ୍ତେଜ ହୋଇ ପଡ଼ିଥିବା ଗୋଟିଏ ମାଛକୁ ଦେଖୁଛନ୍ତି। ମାଛଟି ସମ୍ଭବତଃ ପାଣିରୁ ଉପରକୁ ଉଠି ଆସିଥିଲା।

ମାଛଟି ବଞ୍ଚିଛି କି ପ୍ରାଣ ହରାଇଛି, ସେକଥା ଭିଡିଓରୁ ଜଣାପଡ଼ୁ ନାହିଁ। କିନ୍ତୁ ମାଛର ଏପରି ଅବସ୍ଥା ଦେଖି ଘୁଷୁରୀମାନେ ତା’କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ୩ଟି ଘୁଷୁରୀଙ୍କ ଏପରି ପ୍ରୟାସ ଦେଖି ଅନ୍ୟ ଘୁଷୁରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲା। ସମସ୍ତେ ମିଳିତ ଭାବେ ମାଛଟିକୁ ମୁଣ୍ଡରେ ଠେଲିଠେଲି ପାଣି ଭିତକୁ ପକାଇ ଦେଉଛନ୍ତି।

ତେବେ ଶ୍ରୀ ନନ୍ଦ ଏହି ଭିଡିଓଟିକୁ ଟ୍ୱିଟରରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ