ବଚ୍ଚା ଖାନ୍ ବିଶ୍ୱବିଦ୍ୟାଳୟ ଆକ୍ରମଣ ଘଟଣାକୁ ଜାତିସଂଘ ମହାସଚିବଙ୍କ ନିନ୍ଦା

ୟୁଏନ୍: ପାକିସ୍ତାନର ବଚ୍ଚା ଖାନ୍ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ମହାସଚିବ ବାନ୍ କି ମୁନ୍ ନିନ୍ଦା କରିବା ସହ ଅପରାଧୀକୁ ଆଇନର କାଠଗଡ଼ାକୁ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ସମସ୍ତଙ୍କର ଶିକ୍ଷା ପ୍ରାପ୍ତିର ଅଧିକାର ରହିଛି। ଏହାକୁ ଦୃଢ଼ତାର ସହ ରକ୍ଷା କରାଯିବା ଦରକାର। ଶିକ୍ଷାନୁଷ୍ଠାନ,ଛାତ୍ର ଓ ଶିକ୍ଷକ ଉପରେ ହେଉଥିବା ଆକ୍ରମଣ କେବେ ବି ନ୍ୟାୟଚିତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ସମ୍ମାନ ଦେବା ଆବଶ୍ୟକ। ଅସୁରକ୍ଷିତ ଓ ସଂଘର୍ଷ ଚାଲିଥିବା ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବାକୁ ବାନ୍ କହିଛନ୍ତି।

ମୃତକଙ୍କ ପରିବାରବର୍ଗଙ୍କୁ ଏବଂ ପାକିସ୍ତାନବାସୀଙ୍କୁ ସେ ସମ୍ୱେଦନା ଜଣାଇଛନ୍ତି। ବର୍ଷ ତଳେ ପାକିସ୍ତାନର ପେଶୱାର ସହରର ଏକ ସ୍କୁଲରେ ହୋଇଥିବା ଆକ୍ରମଣରେ ପ୍ରାୟ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯେଉଁଥିରେ ଅଧିକ ଛୋଟ ପିଲା ଥିଲେ। ଏହି ଘଟଣା ପାକିସ୍ତାନ ଇତିହାସରେ କୌଣସି ସ୍କୁଲ ଉପରେ ପ୍ରଥମ ବଡ଼ ଆକ୍ରମଣ ଥିଲା।

ସୂଚନାଯୋଗ୍ୟ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଗତକାଲି ତେହରିକ୍-ଏ ତାଲିବାନ୍ ଆତଙ୍କୀ ବଚ୍ଚା ଖାନ୍ ବିଶ୍ୱବିଦ୍ୟାଳୟକୁ ଧସେଇ ପଶି ଛାତ୍ର ଓ ପ୍ରଫେସରଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣରେ ୨୦ ଜଣ ଲୋଙ୍କ ମୃତ୍ୟୁ ଘଟିଥିବା ବେଳେ ଯେଉଁଥିରେ ୧୮ ଛାତ୍ର ଓ ଜଣେ ପ୍ରଫେସରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ

ଆଉ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ କରୋନା

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଅପରାହ୍ଣ ୫ଟାରେ ଟିଭି ବତର୍କରେ ଭାଗ ନେଇଥିଲେ, ସନ୍ଧ୍ୟା ବେଳେ ଆସିଲା ମୃତ୍ୟୁ ଖବର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର

୬ ଦିନ ହେଲା ୬ ବର୍ଷୀୟ ଶିଶୁର ଦୁଷ୍କର୍ମକାରୀକୁ ପାଉନି ପୁଲିସ୍, ଜାରି କଲା ଫଟୋ

୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

କରୋନା ବେଳେ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି: ସର୍ଭେ

ବିଶ୍ୱର ପ୍ରଥମ କରୋନା ଟିକାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଜବାବ ରଖିଲା ରୁଷ

ବିଗିଡିବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା