ବଦଳିବ ପଶ୍ଚିମ ବଙ୍ଗର ନାଁ

କୋଲକାତା: ପଶ୍ଚିମ ବଙ୍ଗର ନାଁ ବଦଳିବାକୁ ଯାଉଛି। ଏ ନେଇ ସୋମବାର ରାଜ୍ୟ କ୍ୟାବିନେଟ୍‌ରେ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱେଷ୍ଟ ବେଙ୍ଗଲରୁ ୱେଷ୍ଟକୁ ହଟାଇବାକୁ ଚାହୁଁଛନ୍ତି। ତେଣୁ ନୂଆ ନାଁ ଇଂରାଜୀରେ ‘ବେଙ୍ଗଲ’ ଓ ବଙ୍ଗଳାରେ ‘ବାଙ୍ଗଲା’ କିମ୍ବା ‘ବଙ୍ଗ’ ରଖାଯିବ। ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, “ବିଧାନସଭାର ବିଶେଷ ଅଧିବେଶନ ଡକାଯାଇ ଏ ବିଷୟରେ ଚର୍ଚ୍ଚା କରାଯିବ। ସେ ପର୍ଯ୍ୟନ୍ତ ଇଂରାଜୀ ନାଁ ରହିବ। ଇଂରାଜୀ ବର୍ଣ୍ଣମାଳା ଯୋଗୁଁ ଏହାକୁ ବଦଳା […]

mamata

mamata

Rakesh Mallick
  • Published: Tuesday, 02 August 2016
  • Updated: 02 August 2016, 05:31 PM IST

Sports

Latest News

କୋଲକାତା: ପଶ୍ଚିମ ବଙ୍ଗର ନାଁ ବଦଳିବାକୁ ଯାଉଛି। ଏ ନେଇ ସୋମବାର ରାଜ୍ୟ କ୍ୟାବିନେଟ୍‌ରେ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱେଷ୍ଟ ବେଙ୍ଗଲରୁ ୱେଷ୍ଟକୁ ହଟାଇବାକୁ ଚାହୁଁଛନ୍ତି। ତେଣୁ ନୂଆ ନାଁ ଇଂରାଜୀରେ ‘ବେଙ୍ଗଲ’ ଓ ବଙ୍ଗଳାରେ ‘ବାଙ୍ଗଲା’ କିମ୍ବା ‘ବଙ୍ଗ’ ରଖାଯିବ।

ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, “ବିଧାନସଭାର ବିଶେଷ ଅଧିବେଶନ ଡକାଯାଇ ଏ ବିଷୟରେ ଚର୍ଚ୍ଚା କରାଯିବ। ସେ ପର୍ଯ୍ୟନ୍ତ ଇଂରାଜୀ ନାଁ ରହିବ। ଇଂରାଜୀ ବର୍ଣ୍ଣମାଳା ଯୋଗୁଁ ଏହାକୁ ବଦଳା ଯାଉଛି। ଏହା କୌଣସି ନୂଆ ଦାବି ନୁହେଁ। ରାଜ୍ୟ ନାଁ ବଦଳାଇବାକୁ ବହୁଦିନରୁ ଦାବି ହୋଇ ଆସୁଛି।”

୨୦୧୧ରେ ୱେଷ୍ଟ ବେଙ୍ଗଲ ନାଁ ବଦଳା ଯିବାକୁ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଉକ୍ତ ବୈଠକରେ କୁହାଯାଇଥିଲା ଇଂରାଜୀ ବର୍ଣ୍ଣମାଳା ଯୋଗୁଁ ରାଜ୍ୟର ନାଁ ପ୍ରଥମେ ଆସୁ ନ ଥିବାରୁ ଏହାକୁ ବଦଳା ଯିବା ଦରକାର। ଉକ୍ତ ବୈଠକରେ ତୃଣମୂଳ କଂଗ୍ରେସ ବ୍ୟତୀତ ସିପିଏମ୍‌ ନେତୃତ୍ୱରେ ବିରୋଧୀ ମଧ୍ୟ ମମତା ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଏହା ପୂର୍ବରୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ବାମ ସରକାର ଏହି ପ୍ରସଙ୍ଗ ଉଠାଇଥିଲେ।

ସୂଚନା ମୁତାବକ କୌଣସି ସମ୍ମିଳନୀ ହେଲେ ପଶ୍ଚିମବଙ୍ଗର ପ୍ରତିନିଧିଙ୍କୁ ଶେଷ ଆଡ଼କୁ କହିବାକୁ ସୁଯୋଗ ମିଳିଥାଏ। ସେଠାରେ ସେମାନଙ୍କୁ ନିଜ ମତ ଉପସ୍ଥାପନ କରିବାକୁ କମ ସମୟ ମିଳିଥାଏ। ଏହି କାରଣରୁ ରାଜ୍ୟର ନାଁ ବଦଳା ଯିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି।

ପଶ୍ଚିମବଙ୍ଗର ନାଁ ବଦଳା ଯିବାକୁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସ୍ୱାଗତ କରିଛନ୍ତି। ମାତ୍ର ବୋଙ୍ଗୋ ଏକ ବାଦ୍ୟଯନ୍ତ୍ର ହୋଇଥିବାରୁ ବୋଙ୍ଗୋ ନାଁ ରଖାଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos