ୟୁପି ଗୁଳିକାଣ୍ଡ: ଅଭିଯୁକ୍ତ ନାଁରେ ଲାଗିବ ଏନଏସ୍‌ଏ ଓ ଗ୍ୟାଙ୍ଗଷ୍ଟର ଆକ୍ଟ

ବଲିୟା: ଉତ୍ତର ପ୍ରଦେଶ ବଲିୟା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ନେତା ଧୀରେନ୍ଦ୍ର ପ୍ରତାପ ସିଂହ ନାଁରେ ଏନଏସଏ ଓ ଗ୍ୟାଙ୍ଗଷ୍ଟର ଆକ୍ଟ ଲାଗିବ। ଏହି ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ପୁଲିସ୍ ପକ୍ଷରୁ କୁହାଯାଇଛି। ଗୁଳିକାଣ୍ଡ ପରେ ଧୀରେନ୍ଦ୍ର ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଏଯାଏ ତାଙ୍କୁ ଧରିପାରି ନାହିଁ। ଧୀରେନ୍ଦ୍ରଙ୍କ ବିଷୟରେ ସୂଚନା ଦେଲେ ପୁଲିସ୍ ପୁରସ୍କାନ ଦେବ ବୋଲି ମଧ୍ୟ ଘୋଷଣା କରିଛି। ଅକ୍ଟୋବର […]

fm

fm

Hemant Lenka
  • Published: Saturday, 17 October 2020
  • Updated: 17 October 2020, 09:47 PM IST

Sports

Latest News

ବଲିୟା: ଉତ୍ତର ପ୍ରଦେଶ ବଲିୟା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ନେତା ଧୀରେନ୍ଦ୍ର ପ୍ରତାପ ସିଂହ ନାଁରେ ଏନଏସଏ ଓ ଗ୍ୟାଙ୍ଗଷ୍ଟର ଆକ୍ଟ ଲାଗିବ। ଏହି ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ପୁଲିସ୍ ପକ୍ଷରୁ କୁହାଯାଇଛି। ଗୁଳିକାଣ୍ଡ ପରେ ଧୀରେନ୍ଦ୍ର ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଏଯାଏ ତାଙ୍କୁ ଧରିପାରି ନାହିଁ। ଧୀରେନ୍ଦ୍ରଙ୍କ ବିଷୟରେ ସୂଚନା ଦେଲେ ପୁଲିସ୍ ପୁରସ୍କାନ ଦେବ ବୋଲି ମଧ୍ୟ ଘୋଷଣା କରିଛି।

ଅକ୍ଟୋବର ୧୫ରେ ଘଟିଥିବା ଗୁଳିକାଣ୍ଡରେ ୮ ଜଣ ଅଭିଯୁକ୍ତ ରହିଛନ୍ତି। ପୁଲିସ୍ ଏବେ ବିଜେପି ନେତା ଧୀରେନ୍ଦ୍ରଙ୍କ ସମେତ ୬ ଜଣ ଖୋଜିବାରେ ଲାଗିଛି। ଘଟଣାରେ କେବଳ ୨ ଜଣ ହିଁ ଗିରଫ ହୋଇଛନ୍ତି। ସେହିପରି ୫ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

୮ ଜଣଙ୍କ ବ୍ୟତୀତ ଗୁଳିକାଣ୍ଡ ଘଟଣାରେ ରୁଜୁ ହୋଇଥିବା ଏଫଆଇଆରରେ ଆଉ ୨୦ରୁ ୨୫ ଅଜ୍ଞାତ ଲୋକଙ୍କୁ ପୁଲିସ୍ ଅଭିଯୁକ୍ତ ଦର୍ଶାଇଛି। ପୁଲିସ୍‌ କହିଛି, ବଲିୟା ଗୁଳିକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଓ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ମାମଲା କରାଯିବ। ଡିଜି (ଆଜମଗଡ ରେଞ୍ଜ) ସୁଭାଷ ଚନ୍ଦ୍ର ଦୁବେ ପ୍ରତ୍ୟେକ ଅଭିଯୁକ୍ତଙ୍କ ସମ୍ପର୍କ ସୂଚନା ଦେଲେ ୫୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଘୋଷଣା କରିଛନ୍ତି।

ଏସବୁ ଭିତରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ପ୍ରତାପ ସିଂହଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଦୁଇଟି ରାସନ ଦୋକାନ ଆବଣ୍ଟନ ପାଇଁ ତତ୍କାଳୀନ ଯୋଗାଣ ନିରୀକ୍ଷକଙ୍କୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି। ଏହି ଅଡିରେ ସେ ଏରିଆ ଇନ୍ସପେକ୍ଟର ଦୁର୍ଗା ଯାଦବଙ୍କୁ ଧମକ ଦେଇଛନ୍ତି। ଅଡିଓରେ ଯୋଗାଣ ଇନ୍ସପେକ୍ଟରଙ୍କ ସହ କଥାବାର୍ତ୍ତା କରି ଧମକ ଦେବା ବେଳେ ସେ ସ୍ଥାନୀୟ ବିଜେପି ବିଧାୟକଙ୍କ ନାଁ ମଧ୍ୟ ନେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନର ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅକ୍ଟୋବର ୧୫ରେ ଦୁର୍ଜନପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story