ଋଣ ପାଇଁ ମହିଳାଙ୍କୁ ଏମିତି ସର୍ତ୍ତ ଦେଲେ ବ୍ୟାଙ୍କ ମ୍ୟାନେଜର୍, ଆଉ ତା’ ପରେ… ଦେଖନ୍ତୁ ଭିଡିଓ
ଡାଭେନ୍ଗେରେ(କର୍ଣ୍ଣାଟକା): କର୍ଣ୍ଣାଟକାର ଦେବେଙ୍ଗେରେ ସହରର ଜଣେ ବ୍ୟାଙ୍କ ମ୍ୟାନେଜର୍ଙ୍କୁ ଜଣେ ମହିଳା ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବାର ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣଙ୍କ ବ୍ୟାଙ୍କ ମ୍ୟାନେଜରଙ୍କୁ ଋଣ ଦେବାକୁ କହିବାରୁ ସେ ତାଙ୍କ ଶଯ୍ୟାସଙ୍ଗିନୀ ହେଲେ ଯାଇ ଋଣ ମିଳିବ ବୋଲି କହିଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ କାରନାମା ଦେଖାଇଥିଲେ।
ମହିଳା ଜଣଙ୍କ ଏକ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଋଣ ଆବେଦନ କରିଥିଲେ। ଏ ସଂକ୍ରାନ୍ତ ଫାଇଲ୍ ପାସ୍ କରିବାକୁ ମହିଳା ଜଣଙ୍କ ବ୍ୟାଙ୍କ ମ୍ୟାନେଜରଙ୍କ ପାଖକୁ ଯାଇଥିଲେ। ତେବେ ଫାଇଲ୍ ପାସ୍ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ଜଣଙ୍କ ମହିଳାଙ୍କୁ ତାଙ୍କ ସହ ସେକ୍ସ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଶୁଣି ମହିଳା ଜଣଙ୍କ ଉତକ୍ଷିପ୍ତ ହୋଇ ଚଣ୍ଡୀ ରୂପ ଦେଖାଇଥିଲେ।
ମହିଳା ଜଣଙ୍କ ବ୍ୟାଙ୍କ ମ୍ୟାନେଜରଙ୍କ କଲାର ଧରି ରାସ୍ତାକୁ ଘୋଷାଡ଼ି ଆଣିବା ସହ ଏକ ବାଡ଼ିରେ ପ୍ରଥମେ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ମାରିବା ସହ ଗୋଇଠା ମଧ୍ୟ ମାରିଥିଲେ।
ସେତିକିରେ ତାଙ୍କ କ୍ରୋଧ ଶାନ୍ତ ହୋଇନଥିଲା। ବ୍ୟାଙ୍କ ମ୍ୟାନେଜରଙ୍କୁ ତଳେ ପକାଇ ଚପଲରେ ମଧ୍ୟ ମହିଳା ଜଣଙ୍କ ମାଡ଼ ମାରିଥିଲେ। ଭିଡିଓରେ ମହିଳା ଜଣଙ୍କ ବ୍ୟାଙ୍କ ମ୍ୟାନେଜରଙ୍କୁ ତାଙ୍କ ସହ ପୁଲିସ୍ ଷ୍ଟେସନ୍ ଆସିବାକୁ ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି।
ଏହି ସମୟରେ ଜଣେ ବ୍ୟକ୍ତି ମୋବାଇଲ୍ରେ ଘଟଣାର ଶୁଟିଂ କରି ଏହାକୁ ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି। ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଅନେକ ଲୋକ ମହିଳାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଥିସହ ଏହା ହିଁ ପ୍ରକୃତ ମି ଟୁ ବୋଲି କହି କିଛି ଲୋକ ମନ୍ତବ୍ୟ ଦେଇଛନ୍ତି।
ଦେଖନ୍ତୁ ଭିଡିଓ
ସୌଜନ୍ୟ: ଏଏନ୍ଆଇ
#WATCH Woman in Karnataka's Davanagere thrashes a bank manager for allegedly asking sexual favours to approve her loan (15 October) pic.twitter.com/IiiKbiEgZ9
— ANI (@ANI) October 16, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।