ଗୁରୁବାର ଠାରୁ ୪ ଦିନ ବ୍ୟାଙ୍କ ବନ୍ଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ/ଓଡ଼ିଶା: ଆସନ୍ତାକାଲି ଠାରୁ ଓଡ଼ିଶାରେ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଭାରତ ବର୍ଷରେ ଶୁକ୍ରବାର ଠାରୁ ୩ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତାକାଲି ସରସ୍ୱତୀ ପୂଜା ପାଇଁ କେବଳ ଓଡ଼ିଶାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଦେଶର ଅନ୍ୟ ପ୍ରାନ୍ତରେ ଏହା ଖୋଲା ରହିବ। କାରଣ ସମଗ୍ର ଦେଶରେ ଆଜି(ବୁଧବାର) ବସନ୍ତ ପଞ୍ଚମୀ ପାଇଁ ବ୍ୟାଙ୍କ ବନ୍ଦ ରହିଛି। ଆସନ୍ତାକାଲି ସେସବୁ ସ୍ଥାନରେ ବ୍ୟାଙ୍କ ଖୋଲା ରହିବ।

ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ୟୁନିଅନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନର ଡାକରା ଦିଆଯାଇଛି। ଏଥିରେ ଓଡ଼ିଶାରେ ଥିବା ବ୍ୟାଙ୍କ ସଂଗଠନ ଗୁଡ଼ିକ ସାମିଲ ହେବେ। ତେଣୁ ୨ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ସେହିପରି ‍ଫେବୃଆରୀ ୨ ରବିବାର ଥିବାରୁ ବ୍ୟାଙ୍କ ସ୍ୱାଭାବିକ ଭାବେ ଛୁଟି।

ତେଣୁ ଆସନ୍ତାକାଲି ଠାରୁ ଲଗାତର ୪ଦିନ ବ୍ୟାଙ୍କ ବନ୍ଦ ରହୁଛି। ୨୦୧୭ରୁ ବ୍ୟାଙ୍କ ୟୁନିଅନଗୁଡ଼ିକ ଦରମା ବୃଦ୍ଧି ପାଇଁ ଦାବି କରୁଥିଲେ ହେଁ ସରକାରୀ ସ୍ତରରେ ଏହାକୁ ଗୁରୁତ୍ୱର ସହ ନିଆଯାଉ ନାହିଁ। ତେଣୁ ୟୁନିଅନ ଦୁଇ ଦିନ ଧରି ବନ୍ଦ ଡାକରା ଦେଇଛି।

ଯଦି ସରକାର ଏହାକୁ ନଶୁଣିବେ, ତା’ହେଲେ ଏପ୍ରିଲ ମାସରୁ ୟୁନିଅନ ଅନିର୍ଦ୍ଦିଷ୍ଟ କାଳ ପାଇଁ ହରତାଲ କରିବ। ଏହାପୂର୍ବରୁ ମାର୍ଚ୍ଚ ୧୧, ୧୨ ଓ ୧୩ ତିନି ଦିନ ଧରି ମଧ୍ୟ ବ୍ୟାଙ୍କ ୟୁନିଅନ ହରତାଲ କରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।