ପରବର୍ତ୍ତୀ ନୋଟିସ ଯାଏ ଆକାଉଣ୍ଟକୁ ଏନପିଏ ଘୋଷଣା କରିପାରିବ ନାହିଁ ବ୍ୟାଙ୍କ

ନୂଆଦିଲ୍ଲୀ: ଋଣ ମୋରାଟରିୟମମାମଲାରେ ସୁପ୍ରିମକୋର୍ଟ ଆଜି ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପ୍ରଦାନରେ ବିଳମ୍ବ ପାଇଁ କାହାର ଆକାଉଣ୍ଟକୁ ଏନପିଏ କରି ନାହିଁ, ତା’ହେଲେ ପରବର୍ତ୍ତୀ ନୋଟିସ ଯାଏ ଏହାକୁ ଏନପିଏ ଘୋଷଣା କରାଯିବ ନାହିଁ।

ଯଦି ଋଣର ଇଏମଆଇ କ୍ରମାଗତ ତିନି ମାସ ପାଇଁ ଜମା ହୋଇନଥାଏ, ତେବେ ବ୍ୟାଙ୍କଗୁଡିକ ଏହାକୁ ଏନପିଏ ଘୋଷଣା କରନ୍ତି। ଏନପିଏର ଅର୍ଥ ହେଉଛି ବ୍ୟାଙ୍କ ଗୁଡ଼ିକ ଏହାକୁ ଏକ ଅଟକି ରହିଥିବା ଋଣ ଭାବରେ ବିବେଚନା କରନ୍ତି। ଏହିପରି ଋଣ ଗ୍ରହୀତାଙ୍କ ସିଭିଲ ଖରାପ ହୁଏ ଏବଂ ଭବିଷ୍ୟତରେ ସେମାନଙ୍କୁ ଋଣ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେହି ଏବେ ଋଣ ପରିଶୋଧ ନ କରିପାରୁଛନ୍ତି, ତା’ହେଲେ ସରକାର କିମ୍ବା ବ୍ୟାଙ୍କ ତାଙ୍କ ଉପରେ ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ନୁହେଁ। ସୁପ୍ରିମକୋର୍ଟ ପୁଣିଥରେ ଋଣ ମୋରାଟରିୟମ ଉପରେ ଶୁଣାଣି ସେପ୍ଟେମ୍ବର ୧୦ରେ କରିବେ।

ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି, ଦୁଇ ବର୍ଷ ପାଇଁ ମୋରାଟରିୟମ ଅବଧିକୁ ବୃଦ୍ଧି କରାଯାଇ ପାରିବ। କିନ୍ତୁ ଏହା କେବଳ ଅଳ୍ପ ସେକ୍ଟରଙ୍କ ପାଇଁ ଉପଲବ୍ଧ ହେବ। ସୁଧ ଉପରେ ସୁଧ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେବ ବୋଲି କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ କହିଛନ୍ତି।

କେଉଁ କ୍ଷେତ୍ରକୁ ଅଧିକ ରିଲିଫ୍ ଦିଆଯାଇପାରିବ ସେନେଇ ମଧ୍ୟ ସରକାର ଏକ ତାଲିକା ଦାଖଲ କରିଛନ୍ତି। ସରକାରଙ୍କ ତରଫରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ କହିଛନ୍ତି ଯେ ଯେଉଁ ସେକ୍ଟର ଅଧିକ କ୍ଷତି ସହିଦ ସେହି ଅନୁସାରେ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯିବ।

କୋଭିଡ -୧୯ ମହାମାରୀ ଭିତରେ ଆରବିଆଇ ପକ୍ଷରୁ ମାର୍ଚ୍ଚ ୨୭ରେ ଏକ ସର୍କୁଲାର ଜାରି କରାଯାଇଥିଲା। ଏଥିରେ ତିନି ମାସ ପାଇଁ ଇଏମଆଇ ପ୍ରଦାନ ଉପରେ କୋହଳ ନୀତି ପୋଷଣ କରାଯାଇଥିଲା। ଅର୍ଥାତ ଜଣେ ଚାହିଁଲେ, ନିଜ ଇମଏମଆଇ ପ୍ରଦାନ ଉପରେ ରୋକ ଲଗାଇ ପାରିବେ। ପ୍ରଥମେ ୩ ମାସ ଓ ଏହାପରେ ଏହି ନିୟମକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ତେବେ ବ୍ୟାଙ୍କଗୁଡ଼ିକ ଇଏମଆଇ ଉପରେ ଅଧିକ ସୁଧ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।

 

ଆହୁରି ପଢ଼ନ୍ତୁ

ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଲେ ମହିଳା, ଦୁଇ ଝିଅ ଗୁରୁତର

ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍

‘ଟିକା ସମସ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’

ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ବର୍ଷିଲା ଭାରତ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ