ବିଜେପି ସାଂସଦ ବରୁଣ ଗାନ୍ଧିଙ୍କ ବିବାଦୀୟ ବୟାନ ପରେ ତେଜିଲା ବିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସାଂସଦ ବରୁଣ ଗାନ୍ଧି କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଆଜି ଏଭଳି ଏକ ବିବାଦୀୟ ବୟାନ ତାଙ୍କୁ ପୁଣିଥରେ ଚର୍ଚ୍ଚା ଘେରକୁ ଟାଣିଆଣିଛି। ସେ କହିଛନ୍ତି ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଭାରତରେ ରହିବାକୁ ଦିଆଯାଉ। ଏହାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ରମନ୍ତ୍ରୀ ହଂସରାଜ ଅହିର ବରୁଣଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏପରି ବୟାନ ଦେଶଭକ୍ତମାନେ ଦେଇନଥାନ୍ତି। ସମସ୍ତଙ୍କ ପାଇଁ ଦେଶଭକ୍ତି ପ୍ରଥମେ ହେବା ଉଚିତ। ବରୁଣଙ୍କ ଏଭଳି ଏକ ବିବାଦୀୟ ବୟାନ ପାଇଁ ଟ୍ୱିଟର୍‌ରେ ମଧ୍ୟ ସେ ସମାଲୋଚନା ହୋଇଛନ୍ତି। କେହିକେହି ତାଙ୍କର ବୟାନକୁ ପ୍ରଶଂସା ମଧ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ

ଟ୍ରମ୍ପଙ୍କ ପୁଅର ପ୍ରେମିକା କରୋନାରେ ଆକ୍ରାନ୍ତ

ଧୋକ୍କା ଦେଲେ ସହଯୋଗୀ, ଚାଲିଗଲା ଡିଏସପିଙ୍କ ଜୀବନ

ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ୍ ଦାଖଲ, ବିଜେପି ନେତାଙ୍କ ନାମ ସାମିଲ୍

ଚୀନ ସହ ସୀମା ବିବାଦ ବେଳେ ଭାରତକୁ ଅନେକ ଦେଶର ସମର୍ଥନ

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ପ୍ରଧାନମନ୍ତ୍ରୀ ମୋଦିଙ୍କ ହଠାତ ଲେହ ଗସ୍ତ ପଛରେ କିଏ?

ବିରୋଧ ସତ୍ତ୍ୱେ ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା

ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ

କରୋନା ପାଇଁ ଜେଇଇ ଓ ନିଟ ପରୀକ୍ଷା ଘୁଞ୍ଚିଲା, ଜାଣନ୍ତୁ ନୂଆ ତାରିଖ