କୋଭାକ୍ସିନର ଡୋଜ୍‌ ପିଛା ଦର ୨୯୫, ମାଗଣାରେ କମ୍ପାନୀ ଦେବ ୧୬.୫୦ ଲକ୍ଷ ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଆଜି ଠାରୁ ବିଭିନ୍ନ ରାଜ୍ୟରେ ଟିକା ପହଞ୍ଚିବା ଆରମ୍ଭ ହୋଇଛି। ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ କରୋନା ବିରୋଧୀ ଟିକାକରଣ ଆରମ୍ଭ ହେବ। ଆଜି ପ୍ରଥମ ଦଫାରେ କେବଳ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦିତ କରିଥିବା କୋଭିସିଲ୍ଡ ଟିକା ବିଭିନ୍ନ ରାଜ୍ୟକୁ ପୁଣେରୁ ପଠା ଯାଇଛି। ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ କୋଭିସିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍‌ ପହଞ୍ଚି ଯାଇଛି। ଏସବୁ ଭିତରେ […]

e

e

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 05:15 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଆଜି ଠାରୁ ବିଭିନ୍ନ ରାଜ୍ୟରେ ଟିକା ପହଞ୍ଚିବା ଆରମ୍ଭ ହୋଇଛି। ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ କରୋନା ବିରୋଧୀ ଟିକାକରଣ ଆରମ୍ଭ ହେବ। ଆଜି ପ୍ରଥମ ଦଫାରେ କେବଳ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦିତ କରିଥିବା କୋଭିସିଲ୍ଡ ଟିକା ବିଭିନ୍ନ ରାଜ୍ୟକୁ ପୁଣେରୁ ପଠା ଯାଇଛି। ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ କୋଭିସିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍‌ ପହଞ୍ଚି ଯାଇଛି।

ଏସବୁ ଭିତରେ ଆଜି କେନ୍ଦ୍ର ସରକାର ଟିକା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସରକାର ଉଭୟ କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ପ୍ରଥମ ଦଫାରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ମାଗଣାରେ ଦେବେ। ଏଥିପାଇଁ ସେରମ ଓ ଭାରତ ବାୟୋଟେକ ଠାରୁ ଟିକା ଅଣାଯିବ। ସେହିପରି ସରକାର ଉଭୟ କମ୍ପାନୀ ଠାରୁ ମୋଟ ୧୬.୫ କୋଟି ଟିକା ଆଣିବାକୁ ଲକ୍ଷ୍ୟ ରଖିଛି। ଏହା ମଧ୍ୟରୁ ସେରମ ଠାରୁ ୧୧୦ ଲକ୍ଷ କୋଭିସିଲ୍ଡ ଟିକା ଅଣା ଯିବ। ଏହାର ଡୋଜ୍‌ ପିଛା ଦର ୨୦୦ ଟଙ୍କା ରହିଛି।

ସେହିପରି ଭାରତ ବାୟୋଟେକ ଠାରୁ କୋଭାକ୍ସିନର ୫୫ ଲକ୍ଷ ଡୋଜ୍‌ ଆଣିବାକୁ ନିଷ୍ପତ୍ତି ହୋଇଛି। ଏହି ୫୫ ଲକ୍ଷ ଡୋଜ୍‌ ମଧ୍ୟରୁ କମ୍ପାନୀ ଭାରତ ସରକାରକୁ ୧୬.୫୦ ଲକ୍ଷ ଡୋଜ୍‌ ମାଗଣାରେ ଦେବ। ବାକି ୩୮.୫ ଲକ୍ଷ ଡୋଜ୍‌ ସରକାର କମ୍ପାନୀ ଠାରୁ କିଣିବେ। ଏହାର ଡୋଜ୍‌ ପିଛା ଦର ୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଭାରତ ସରକାର ଓ ଭାରତ ବାୟୋଟେକ ମଧ୍ୟରେ ଏଥିପାଇଁ ଚୁକ୍ତି ମଧ୍ୟ ଶେଷ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ଟିକା ନେବା କ୍ଷଣି ଜଣଙ୍କ ଶରୀରରେ ତୁରନ୍ତ ଆଣ୍ଟିବଡି ବିକଶିତ ହେବ ନାହିଁ। ଜଣେ ବ୍ୟକ୍ତି ୨୮ ଦିନ ବ୍ୟବଧାନରେ ଯେକୌଣସି ଟିକାର ଦୁଇଟି ଡୋଜ୍‌ ନେବେ। ଏହାର ୧୪ ଦିନ ପରେ ତାଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦେଶର କରୋନା ସ୍ଥିତି ବିଷୟରେ ସେ କହିଛନ୍ତି, ବର୍ତ୍ତମାନ କେବଳ ମହାରାଷ୍ଟ୍ର ଓ କେରଳରେ ଆକ୍ଟିଭ କେସ୍‌ ସଂଖ୍ୟା ୫୦ ହଜାର ଉପରେ ରହିଛି। ବାକି ରାଜ୍ୟରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୨.୨ ଲକ୍ଷ ତଳେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story