ବିଜେପି ନେତା ମାନିଲେ, ୟୁପି-ବିହାରରେ ଚାଲିଛି ମାଫିଆ ଶାସନ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି ନେତା ନିଜ ଦଳର ପୋଲ ଖୋଲି ଦେଇଛନ୍ତି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ ମମତା ସରକାରଙ୍କୁ ସମାଲୋଚନା କରିବା ବେଳେ ଉତ୍ତର ପ୍ରଦେଶ ଓ ବିହାର କଥା ଉଠାଇଥିଲେ। ସେ କହିଥିଲେ ପଶ୍ଚିମବଙ୍ଗରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ପଶ୍ଚିମବଙ୍ଗ ମାଫିଆ ଶାସିତ ରାଜ୍ୟ ଉତ୍ତର ପ୍ରଦେଶ ଓ ବିହାର ଭଳି ହେବାକୁ ବସିଲାଣି ବୋଲି ସେ […]

hg

hg

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 08:31 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି ନେତା ନିଜ ଦଳର ପୋଲ ଖୋଲି ଦେଇଛନ୍ତି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ ମମତା ସରକାରଙ୍କୁ ସମାଲୋଚନା କରିବା ବେଳେ ଉତ୍ତର ପ୍ରଦେଶ ଓ ବିହାର କଥା ଉଠାଇଥିଲେ। ସେ କହିଥିଲେ ପଶ୍ଚିମବଙ୍ଗରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ପଶ୍ଚିମବଙ୍ଗ ମାଫିଆ ଶାସିତ ରାଜ୍ୟ ଉତ୍ତର ପ୍ରଦେଶ ଓ ବିହାର ଭଳି ହେବାକୁ ବସିଲାଣି ବୋଲି ସେ କହିଛନ୍ତି।

ବିଜେପି ନେତାଙ୍କ ଏହି ବୟାନକୁ ନେଇ ଟିଏମସି ଜୋରଦାର ହମଲା କରି କଟାକ୍ଷ କରିଛି। ଦଳ କହିଛି ଯେ ଏହା ଭଲ କଥା ଯେ ଉତ୍ତର ପ୍ରଦେଶରେ ମାଫିଆ ଶାସନ ଚାଲିଥିବା ବିଜେପି ସ୍ୱୀକାର କରିଛି। ଏହି ଦୁଇ ରାଜ୍ୟରେ ବିଜେପି କ୍ଷମତାରେ ହିଁ ରହିଛି।

ଉତ୍ତର ୨୪ ପ୍ରଙ୍ଗଣା ଜିଲ୍ଲା ତିତାଗର୍ଗରେ ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟା କାଣ୍ଡ ଘଟଣାରେ ଗଣମାଧ୍ୟମକୁ ସୂଚନା ଦେଇ ଦିଲ୍ଲୀପ ଘୋଷ କହିଛନ୍ତି, “ପଶ୍ଚିମବଙ୍ଗ ଏବେ ଉତ୍ତର ପ୍ରଦେଶ ଓ ବିହାର ଭଳି ମାଫିଆ ଶାସନ ଆଡ଼େ ଗତି କରିବାକୁ ବସିଲାଣି। ଷ୍ଟେନଗନରେ ପୁଲିସ୍ ଷ୍ଟେସନ ଆଗରେ ଜଣେ କାଉନସିଲରଙ୍କୁ ଯେଉଁଭଳି ଗୁଳି କରି ହତ୍ୟା କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ।

ଦିନ ବିତିବା ସହ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଶୁକ୍ଳାଙ୍କ ଭଳି ଲୋକପ୍ରିୟ ନେତାଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ରରେ ପୁଲିସ୍‌ର ହାତ ରହିଛି। ଗତକିଛି ବର୍ଷ ମଧ୍ୟରେ ଏଠାରେ ୧୨୦ରୁ ଅଧିକ ବିଜେପି ନେତାଙ୍କୁ ହତ୍ୟା କରାଗଲାଣି। ଏଭଳି ସ୍ଥିତି ଲାଗି ରହିଲେ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଆଦୌ ସମ୍ଭବ ନୁହେଁ ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos