ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ ପାଇଲଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଏସବୁ ଭିତରେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ମଧ୍ୟ ସଚିନ ପାଇଲଟ ଓ ତାଙ୍କ ସହଯୋଗୀଙ୍କୁ ଅଯୋଗ୍ୟ ଘୋଷଣା କରିବା ଲକ୍ଷ୍ୟରେ ରଖିଛନ୍ତି। ତେବେ ସଚିନ ଯେଉଁ ସିପି ଯୋଶୀଙ୍କୁ କୋର୍ଟର କାଠଗଡ଼ାକୁ ଟାଣିଥିଲେ ଆଜି ତାଙ୍କୁ ସେ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ଆଜି ବାଚସ୍ପତି ସିପି ଯୋଶୀଙ୍କ ଜନ୍ମ ଦିନ ଥିବାରୁ ସଚିନ ଏଭଳି ଶୁଭେଚ୍ଛା ଜଣାଇଛନ୍ତି। […]

das

das

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 04:31 PM IST

ନୂଆଦିଲ୍ଲୀ: ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଏସବୁ ଭିତରେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ମଧ୍ୟ ସଚିନ ପାଇଲଟ ଓ ତାଙ୍କ ସହଯୋଗୀଙ୍କୁ ଅଯୋଗ୍ୟ ଘୋଷଣା କରିବା ଲକ୍ଷ୍ୟରେ ରଖିଛନ୍ତି।

ତେବେ ସଚିନ ଯେଉଁ ସିପି ଯୋଶୀଙ୍କୁ କୋର୍ଟର କାଠଗଡ଼ାକୁ ଟାଣିଥିଲେ ଆଜି ତାଙ୍କୁ ସେ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।
ଆଜି ବାଚସ୍ପତି ସିପି ଯୋଶୀଙ୍କ ଜନ୍ମ ଦିନ ଥିବାରୁ ସଚିନ ଏଭଳି ଶୁଭେଚ୍ଛା ଜଣାଇଛନ୍ତି।

ବିଦ୍ରୋହୀ ସଚିନ ପାଇଲଟ ଟ୍ୱିଟ କରି ଲେଖିଛନ୍ତି ଯେ “ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଜନ୍ମ ଦିନର ବହୁତ ବହୁତ ଶୁଭେଚ୍ଛା। ମୁଁ ଭଗବାନଙ୍କ ନିକଟରେ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos