ଆତ୍ମହତ୍ୟାର ୨୦ ଦିନ ପରେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ସାଥୀ କଳାକାର

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ପ୍ରାୟ ୨୦ ଦିନ ବତିଗଲାଣି। ହେଲେ ତାଙ୍କ ସାଙ୍ଗସାଥୀ ଓ ସାଥୀ କଳାକାରଙ୍କ ମନରୁ ସେ ଆଜି ବି ଜୀବିତ ରହିଛନ୍ତି। କେହି ବି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଏଯାଏ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ସହ ଯେଉଁମାନେ ସ୍କ୍ରିନ ଶେୟାର କରିଥିଲେ ବା ମିଶିଥିଲେ ସେମାନେ ଏବେ ବି ତାଙ୍କୁ ଝୁରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର […]

daw

daw

Hemant Lenka
  • Published: Saturday, 04 July 2020
  • Updated: 04 July 2020, 09:11 PM IST

Sports

Latest News

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ପ୍ରାୟ ୨୦ ଦିନ ବତିଗଲାଣି। ହେଲେ ତାଙ୍କ ସାଙ୍ଗସାଥୀ ଓ ସାଥୀ କଳାକାରଙ୍କ ମନରୁ ସେ ଆଜି ବି ଜୀବିତ ରହିଛନ୍ତି। କେହି ବି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଏଯାଏ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ସହ ଯେଉଁମାନେ ସ୍କ୍ରିନ ଶେୟାର କରିଥିଲେ ବା ମିଶିଥିଲେ ସେମାନେ ଏବେ ବି ତାଙ୍କୁ ଝୁରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି ଅଭିନେତ୍ରୀ ଭୂମିକା ଚାୱାଲା। ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ ଚଳଚ୍ଚିତ୍ରରେ ଅଭିନେତ୍ରୀ ଭୂମିକା ଚାୱାଲା ସୁଶାନ୍ତଙ୍କ ବଡ଼ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ସେ ଇନ୍‌ଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ “ସୁଶାନ୍ତ ତୁମେ ଚାଲିଯିବାର ୨୦ଦିନ ବିତିଗଲାଣି। ହେଲେ ଆଜି ବି ମୁଁ ତୁମ କଥା ଭାବୁଛି। ତଥାପି ଚିନ୍ତା କରୁଛି ଏସବୁ କଣ? ତୁମେ କେବଳ ଏକ ଚରିତ୍ର ଭାବେ ଆମ ସହ ଅଭିନୟ କରିଲ। କିନ୍ତୁ ସବୁଦିନ ଆମ ସହ ଯୋଡ଼ି ହୋଇଗଲ। ଯଦି ତୁମର ବ୍ୟକ୍ତିଗତ ଉଦାସିନତା ଥିଲା, ତେବେ ତୁମେ କହିପାରିଥାନ୍ତ। ଏହା ତୁମର ବୃତ୍ତିଗତ କାରଣ ହୋଇନପାରେ। କାରଣ ତୁମେ ଇଣ୍ଡଷ୍ଟ୍ରିକୁ ବହୁତ ଭଲଭଲ ଫିଲ୍ମ ଭେଟି ଦେଇଛ।

 

View this post on Instagram

 

It’s been almost 20 days ... and I wake up thinking of you . Still wondering what it was ... one only shared the screen space as a character briefly but still associated together .... Was it depression - personal — then you should have spoken .... If it was professional - you had already done such good films .. YES I AGREE it’s not easy to survive here — I am not talking of insider or outsiders — IT IS WHAT IT IS — yes if I have to connect with someone even after having done 50 plus films it ain’t easy — but I am still grateful I am doing work — maybe I just choose to work on this perspective — constantly pushing myself to think and believe good .. Yes there are times when you call or message people from the industry ( Bollywood or other places ) most people are really WARM and KIND but we do find those who refuse to acknowledge or just brush you aside — THE WORLD IS MADE OF ALL SORTS .... THERE are most who will respect you always but rare few when they need you they come to you - but when you drop a tinkle saying you would love to work together with them , they say we will see .... or smile it off ( though I never believed in doing that earlier , I did in the last few years make an effort — that’s what life is — nothing comes without effort and hard work -) ... YET I STILL THANK GOD FOR Everything ... I choose to say that it’s ok - maybe one doesn’t fit the bill , the role and so it’s ok ..... POSITIVE .... and finally if there is any thing more to you going than professional disappointment , or depression cause of various reasons —- YEH SHAHAR HAME HAMARE SAPNE DETA HAI , Naam deta hai ... kabhi Kabhi Gumnaam bhi karta ... lakho ki aabadi mein kuch TANHA BHI KARTA HAI ..... ........ if there was anything more I hope we come to know what it was ... until then FINAL GOODBYE .... PRAYERS FOR YOU - wherever you are and prayers for your family

A post shared by Bhumika Chawla (@bhumika_chawla_t) on

ହଁ ମୁଁ ତୁମ ସହ ଏକମତ ଯେ ଏଠି ବଞ୍ଚିବା ସହଜ ନୁହେଁ। ମୁଁ ଭିତର କିମ୍ୱା ବାହାର ଲୋକଙ୍କ କଥା କହୁନି। ଯଦି ୫୦ଟି ଫିଲ୍ମ କରିସାରିଲା ପରେ ବି ମତେ କାହାସହ ଯୋଡ଼ା ଯାଏ, ତେବେ ମୁଁ ଏଥିରେ କିଛି ପ୍ରତିକ୍ରିୟା ପ୍ରକାଶ କରିବି ନାହିଁ।  ମୁଁ ମୋ କର୍ଯ୍ୟ କରୁଛି। ସମସ୍ତଙ୍କ ଭଲପାଇବା ଓ ବିଶ୍ୱାସକୁ ନେଇ ମୁଁ ଆଗକୁ ବଢ଼ିଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos