ପ୍ରଥମ ଦିନରେ ଟ୍ରମ୍ପଙ୍କ ମୁସଲିମ ଟ୍ରାଭେଲ ବ୍ୟାନକୁ ହଟାଇବେ ବାଇଡେନ!

ୱାଶିଂଟନ: ଆଜିଠାରୁ ଆମେରିକାରେ ଆରମ୍ଭ ହେବ ଜୋ ବାଇଡେନ ଯୁଗ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଭାରତୀୟ ସମୟ ରାତି ୧୦.୩୦ରେ ବାଇଡେନ ଶପଥ ଗ୍ରହଣ କରିବେ। ତାଙ୍କ ସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ମଧ୍ୟ ପ୍ରଥମ ମହିଳା ଭାବେ ଉପ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ଶପଥ ନେବା କ୍ଷଣି ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଲାଗୁ କରିଥିବା ବିବାଦୀୟ ନିଷ୍ପତ୍ତି ଉପରେ ବାଇଡେନ ପୂର୍ଣ୍ଣଚ୍ଛେଦ […]

fe

fe

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 04:53 PM IST

Sports

Latest News

ୱାଶିଂଟନ: ଆଜିଠାରୁ ଆମେରିକାରେ ଆରମ୍ଭ ହେବ ଜୋ ବାଇଡେନ ଯୁଗ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଭାରତୀୟ ସମୟ ରାତି ୧୦.୩୦ରେ ବାଇଡେନ ଶପଥ ଗ୍ରହଣ କରିବେ। ତାଙ୍କ ସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ମଧ୍ୟ ପ୍ରଥମ ମହିଳା ଭାବେ ଉପ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।

ତେବେ ଶପଥ ନେବା କ୍ଷଣି ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଲାଗୁ କରିଥିବା ବିବାଦୀୟ ନିଷ୍ପତ୍ତି ଉପରେ ବାଇଡେନ ପୂର୍ଣ୍ଣଚ୍ଛେଦ ଟାଣିବେ ବୋଲି ଜଣାପଡ଼ିଛି। ପ୍ରଥମ ଦିନରେ ହିଁ ସେ ଟ୍ରମ୍ପଙ୍କ ଦ୍ୱାରା ଜାରି ହୋଇଥିବା ମୁସଲିମ ଟ୍ରାଭେଲ ବ୍ୟାନ ନିଷ୍ପତ୍ତିକୁ ଶେଷ କରିବାକୁ ଦସ୍ତାବିଜ୍‌ରେ ଦସ୍ତଖତ କରିବେ।

ସେହିପରି ସୀମାରେ କାନ୍ଥ ନିର୍ମାଣ କରିବାକୁ ଟ୍ରମ୍ପ ଯେଉଁ କାମ ଆରମ୍ଭ କରିଥିଲେ, ତା’ ଉପରେ ମଧ୍ୟ ବାଇଡେନ ରୋକ ଲଗାଇବେ ବୋଲି ଜଣାପଡ଼ିଛି। ଶପଥ ନେବେ ପରେ ବାଇଡେନ ଆମେରିକାକୁ ପ୍ୟାରିସ ଜଳବାୟୁ ବୁଝାମଣାରେ ସାମିଲ କରିବେ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ପୁଣିଥରେ ସମ୍ପର୍କ ସ୍ଥାପନ କରିବେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ ଶପଥ ଗ୍ରହଣ କରିବା ମାତ୍ରେ ୧୭ଟି ଆଦେଶ ଉପରେ ସ୍ୱାକ୍ଷର କରିବେ। ଟ୍ରମ୍ପଙ୍କ ଏକାଧିକ ବିବାଦୀୟ ନିଷ୍ପତ୍ତିକୁ ଆମେରିକାରେ ବନ୍ଦ କରିବା ବାଇଡେନଙ୍କ ପ୍ରଥମ ଲକ୍ଷ। ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ସମୟରେ ଏକାଧିକ ମୁସଲିମ ରାଷ୍ଟ୍ରରୁ ଲୋକଙ୍କର ଆମେରିକା ପ୍ରବେଶ ଉପରେ ରୋକ ଲଗାଇଥିଲେ। ସେହିପରି ଶରଣାର୍ଥୀଙ୍କ ପ୍ରବେଶ ବନ୍ଦ କରିବାକୁ ଆମେରିକା ଓ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ କାମ ଆରମ୍ଭ କରିଥିଲେ।

ଏହାପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ କାର୍ଯ୍ୟକାଳର ଶେଷ ଦିନରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଶପଥ ଗ୍ରହଣ କରିବାକୁ ବାଇଡେନ ମଧ୍ୟ ୱାଶିଂଟନ ଅଭିମୁଖେ ଉଡ଼ାଣ ଭରିଛନ୍ତି। ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବାଇଡେନ ତୁରନ୍ତ ଦେଶବାସୀଙ୍କୁ ସମ୍ବୋଧନ କରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବାଇଡେନଙ୍କ ପ୍ରଥମ ଭାଷଣକୁ ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ ଲେଖିଛନ୍ତି। ଏଥିରେ ଏକତା ଓ ସୌହାର୍ଦ୍ଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story