ଜିଏସ୍‌ଟି ପ୍ରଭାବ: ଜୁଲାଇ ୧ରୁ  ଶସ୍ତାରେ ମିଳିବ ବାଇକ୍‌, ଜାଣନ୍ତୁ କେଉଁ ବାଇକ୍‌ର ମୂଲ୍ୟ କେତେ କମିବ

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଜୁଲାଇ ୧ ତାରିଖ ଠାରୁ ଦୁଇ ଚକିଆ ଯାନ ହେବ ଶସ୍ତା । ଜୁଲାଇ ୧ ତାରିଖରୁ ଦେଶରେ ଜିଏସ୍‌ଟି ଲାଗୁ ହେଉଥିବାରୁ ଏହାର ପ୍ରଭାବରେ ଦୁଇ ଚକିଆ ଯାନ ଉପରେ ଦାମ କମିବ। ବଜାଜ୍‌ ଅଟୋ କମ୍ପାନୀ ବାଇକ୍‌ ଉପରେ ୪୫୦୦ ଟଙ୍କା ରିହାତି ଦେବାକୁ ଘୋଷଣା କରିଥିବା ବେଳେ ହୋଣ୍ଡା କମ୍ପାନୀ ବାଇକ୍‌ର ମୂଲ୍ୟ ଉପରେ ୩ ରୁ ୫ ପ୍ରତିଶତ ଟଙ୍କା ଛାଡ କରିବ। ଏହାସହ […]

Indiatv-Paisa_Bikes

Indiatv-Paisa_Bikes

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 08:00 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଜୁଲାଇ ୧ ତାରିଖ ଠାରୁ ଦୁଇ ଚକିଆ ଯାନ ହେବ ଶସ୍ତା । ଜୁଲାଇ ୧ ତାରିଖରୁ ଦେଶରେ ଜିଏସ୍‌ଟି ଲାଗୁ ହେଉଥିବାରୁ ଏହାର ପ୍ରଭାବରେ ଦୁଇ ଚକିଆ ଯାନ ଉପରେ ଦାମ କମିବ। ବଜାଜ୍‌ ଅଟୋ କମ୍ପାନୀ ବାଇକ୍‌ ଉପରେ ୪୫୦୦ ଟଙ୍କା ରିହାତି ଦେବାକୁ ଘୋଷଣା କରିଥିବା ବେଳେ ହୋଣ୍ଡା କମ୍ପାନୀ ବାଇକ୍‌ର ମୂଲ୍ୟ ଉପରେ ୩ ରୁ ୫ ପ୍ରତିଶତ ଟଙ୍କା ଛାଡ କରିବ। ଏହାସହ ଅନ୍ୟ ବାଇକ୍‌ କମ୍ପାନୀ ମଧ୍ୟ ଦୁଇ ଚକିଆ ଯାନର ମୂଲ୍ୟ ୧ ଜୁଲାଇ ଠାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା କରିପାରନ୍ତି। କିଛି ଦିନ ପୂର୍ବରୁ ବିଏସ-୩ ମଡେଲ୍‌ ବାଇକ୍‌ର ବିକ୍ରି ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଥିଲେ। ଫଳରେ ଏପ୍ରିଲ ୧ ପୂର୍ବରୁ ସମସ୍ତ ବାଇକ୍‌ କମ୍ପାନୀ ବିଭିନ୍ନ ବାଇକ୍‌ ଉପରେ ୨୨ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରି ରାତାରାତି ସମସ୍ତ ବାଇକ୍ ବିକ୍ରି କରିଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos