ଏମିତି ବାଇକ୍‌, ଏକ ଲିଟର୍‌ ତେଲରେ ଚାଲୁଛି ୧୫୩ କିମି

ଲକ୍ଷ୍ନୌ: ମାତ୍ର ଗୋଟିଏ ଲିଟର ତେଲରେ ୧୫୩ କି.ମି. ଚାଲୁଛି ବାଇକ୍‌। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି କି? ହେଲେ ଏହା ସମ୍ପୂର୍ଣ୍ଣ ସତ। ଏମିତି ଏକ କରିସ୍ମା କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ବିବେକ କୁମାର ପଟେଲ ନାମକ ଜଣେ ଯୁବକ। ଯେକୌଣସି କମ୍ପାନୀର ବାଇକ୍‌ କିଣିଲେ, ଅତି ବେଶିରେ ୭୫ରୁ ୮୦ କି.ମି. ପ୍ରତି ଲିଟର ଚାଲୁଛି। ହେଲେ ବିବେକ ତାଙ୍କ ବାଇକ୍‌ରେ ମାତ୍ର ଗୋଟିଏ ଛୋଟ ଟେକ୍ନୋଲଜି ବ୍ୟବହାର କରିଛନ୍ତି, ଯାହାଦ୍ୱାରା ତାଙ୍କ ବାଇକ୍‌ ୧୫୩ […]

Bike1

Bike1

Rakesh Mallick
  • Published: Friday, 23 March 2018
  • Updated: 23 March 2018, 02:51 PM IST

Sports

Latest News

ଲକ୍ଷ୍ନୌ: ମାତ୍ର ଗୋଟିଏ ଲିଟର ତେଲରେ ୧୫୩ କି.ମି. ଚାଲୁଛି ବାଇକ୍‌। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି କି? ହେଲେ ଏହା ସମ୍ପୂର୍ଣ୍ଣ ସତ। ଏମିତି ଏକ କରିସ୍ମା କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ବିବେକ କୁମାର ପଟେଲ ନାମକ ଜଣେ ଯୁବକ। ଯେକୌଣସି କମ୍ପାନୀର ବାଇକ୍‌ କିଣିଲେ, ଅତି ବେଶିରେ ୭୫ରୁ ୮୦ କି.ମି. ପ୍ରତି ଲିଟର ଚାଲୁଛି। ହେଲେ ବିବେକ ତାଙ୍କ ବାଇକ୍‌ରେ ମାତ୍ର ଗୋଟିଏ ଛୋଟ ଟେକ୍ନୋଲଜି ବ୍ୟବହାର କରିଛନ୍ତି, ଯାହାଦ୍ୱାରା ତାଙ୍କ ବାଇକ୍‌ ୧୫୩ କିମି ପ୍ରତି ଲିଟରରେ ଚାଲୁଛି।

ଉତ୍ତରପ୍ରଦେଶ କାଉନସିଲ ଫର୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଆଲ୍ଲାହାବାଦର ମୋତିଲାଲ ନେହେରୁ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିବେକଙ୍କ ଟେକ୍ନୋଲଜିକୁ ସ୍ୱୀକୃତି ଦେଇ ସାରିଛନ୍ତି।

ବିବେକଙ୍କ ଟେକ୍ନୋଲଜି ଜରିଆରେ ବହୁତ କମ ଖର୍ଚ୍ଚରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ବାଇକ୍‌ ବି ୧୫୩ କିମି ପ୍ରତି ଲିଟର ଆଭରେଜ୍‌ରେ ଚାଲିବ।

ତଥ୍ୟ ଅନୁସାରେ, କୌସାମ୍ବି ଜିଲ୍ଲାର ଗୁଦଡ଼ି ଗାଁର ବିବେକ ଅନେକ ଦିନ ହେଲା ବାଇକ ଇଞ୍ଜିନ ସହ ଏକ ଗବେଷଣା କରୁଥିଲେ। ଯେଉଁଥିରେ ସେ ସଫଳ ହୋଇଛନ୍ତି ଓ କୌଣସି ବି ବାଇକ ଇଞ୍ଜିନରେ ନିଜ ଟେକ୍ନୋଲଜି ପ୍ରୟୋଗ କରି ତା’ର ଆଭରେଜ୍ ୩୦ରୁ ୩୫ କିମି ବଢ଼ାଇ ପାରୁଛନ୍ତି।

କ’ଣ ଏହି ଟେକ୍ନୋଲଜି

ଏହି ଟେକ୍ନୋଲଜିରେ ବିବେକ କେବଳ କାର୍ବୋରେଟରକୁ ବଦଳାଇଥାନ୍ତି। ସେ ବାଇକ୍‌ରେ ଲାଗିଥିବା କାର୍ବୋରେଟରକୁ ବଦଳାଇ ନିଜ ଟେକ୍ନୋଲିଜିରେ ତିଆରି କାର୍ବୋରେଟର ଲଗାଇ ଦେଉଛନ୍ତି। ଫଳରେ ବାଇକର ଆଭରେଜ୍ ବଢ଼ିଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିପାଇଁ ହଜାର ହଜାର ନୁହେଁ, ମାତ୍ର ୫୦୦ ଟଙ୍କା ଖର୍ଚ୍ଚ ହେଉଛି।

ଶ୍ରୀମା ବୈଷ୍ଣବ ଦେବୀ ୟୁନିଭର୍ସିଟିର ଟେକ୍ନୋଲୋଜି ବିଜନେସ୍ ଇକ୍ୟୁଭେସନ୍ ସେଣ୍ଟର ବିବେକଙ୍କ ଏହି ଟେକ୍ନୋଲଜିକୁ ଷ୍ଟାର୍ଟଅପ୍ ଭାବେ ରେଜିଷ୍ଟର କରିଛି। ଏଥିପାଇଁ ସେଣ୍ଟର ପ୍ରୋଜେକ୍ଟ ପାଇଁ ବିବେକଙ୍କୁ ୭୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos