କଶ୍ମୀରରେ ରାଷ୍ଟ୍ରପତି ଶାସନ ମିଆଦ ବୃଦ୍ଧି କରିବାକୁ ରାଜ୍ୟସଭାରେ ଆସିଲା ବିଲ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନର ମିଆଦ ବୃଦ୍ଧି କରିବାକୁ ଲୋକସଭା ପରେ ଆଜି ରାଜ୍ୟସଭାରେ ଏକ ବିଲ୍‌ ଆଗତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲ୍‌ ଆଗତ କରିଛନ୍ତି। ଏହାବାଦ୍‌ ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଆଗତ ହୋଇଛି। ଏହି ଦୁଇ ବିଲ୍‌ ଲୋକସଭାରେ ପାସ୍‌ ହୋଇସାରିଛି। ଏବେ ରାଜ୍ୟସଭାରେ ଏହାକୁ ନେଇ ବିତର୍କ ଜାରି ରହିଛି। ୨୦୧୮ ଜୁନ୍‌ ମାସରୁ ଜମ୍ମୁ-କଶ୍ମୀରରେ ପ୍ରଥମେ ରାଜ୍ୟପାଳ ଓ ପରେ ରାଷ୍ଟ୍ରପତି ଶାସନ […]

amit

Hemant Lenka
  • Published: Monday, 01 July 2019
  • , Updated: 01 July 2019, 03:38 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନର ମିଆଦ ବୃଦ୍ଧି କରିବାକୁ ଲୋକସଭା ପରେ ଆଜି ରାଜ୍ୟସଭାରେ ଏକ ବିଲ୍‌ ଆଗତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲ୍‌ ଆଗତ କରିଛନ୍ତି।

ଏହାବାଦ୍‌ ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଆଗତ ହୋଇଛି। ଏହି ଦୁଇ ବିଲ୍‌ ଲୋକସଭାରେ ପାସ୍‌ ହୋଇସାରିଛି। ଏବେ ରାଜ୍ୟସଭାରେ ଏହାକୁ ନେଇ ବିତର୍କ ଜାରି ରହିଛି। ୨୦୧୮ ଜୁନ୍‌ ମାସରୁ ଜମ୍ମୁ-କଶ୍ମୀରରେ ପ୍ରଥମେ ରାଜ୍ୟପାଳ ଓ ପରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ଏହାକୁ କେନ୍ଦ୍ର ସରକାର ଆଉ ୬ ମାସ ବୃଦ୍ଧି କରିବାକୁ ଚାହୁଁଛନ୍ତି।

ଚଳିତ ବର୍ଷ ଶେଷ ବେଳକୁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାର ଅଛି। ସେ ପର୍ଯ୍ୟନ୍ତ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସପକ୍ଷରେ କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ରେ ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ଗାଁ ଗୁଡ଼ିକର ଲୋକମାନଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି।

Related story