ସିଏବି ପାସ ପରେ କ’ଣ କହିଲେ ମୋଦି

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ଲୋକସଭା ପରେ ରାଜ୍ୟସଭାରେ ପାସ ହୋଇଛି। ଏହି ବିଲ ପାସ ହେବା କ୍ଷଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଆମ ଦେଶର ଭାଇଚାରର ବିଜୟ ହୋଇଛି। ମୁଁ ଖୁସି ଯେ  ଆଜି ରାଜ୍ୟସଭାରେ ସିଏବି୨୦୧୯ ପାସ ହୋଇଛି। ଯେଉଁ ସାଂସଦମାନେ ଏହି ବିଲକୁ ସମର୍ଥନ କରିଛନ୍ତି ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ସମ୍ମାନିତ କରିବା ପାଇଁ ବିଲକୁ ସମର୍ଥନ ମିଳିଛି। ମୁଁ ସମର୍ଥନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏହି ବିଲ ଦୀର୍ଘ ବର୍ଷ ହେଲା ଧର୍ମ ଉତ୍ପୀଡ଼ନାର ଶିକାର ହୋଇଥିବା ଲୋକଙ୍କ ଯନ୍ତ୍ରଣାକୁ କମ କରିବ।”

ବିଲ ପାସ ପରେ ଅମିତ ଶାହ ଟ୍ୱିଟ କରି କହିଛନ୍ତି, “ଆଜି ସଂସଦ ସିଏବି ୨୦୧୯ ବିଲ ପାସ କରିବା ପରେ ନିର୍ଯାତିତ ହୋଇଥିବା ସମସ୍ତ ଭାଇଭଉଣୀଙ୍କ ସ୍ୱପ୍ନ ସାକାର ହୋଇଛି। ଏହି ନିଷ୍ପେସିତ ଓ ନିର୍ଯାତିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଉଁ କାମ କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।