ଆସିଲା ଆଉ ଏକ ସର୍ଭେ ରିପୋର୍ଟ, ବିଜେଡିକୁ ମିଳିବ ମାତ୍ର ୮ଟି ସିଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଟିଏ ପରେ ଗୋଟିଏ ଜାତୀୟ ଗଣମାଧ୍ୟମଙ୍କ ପକ୍ଷରୁ ସର୍ଭେ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହି ସବୁ ସର୍ଭେ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ, ତାହେଲେ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାର ପାଇଁ ଏହା ଆଦୌ ଶୁଭଙ୍କର ହେବନାହିଁ। ପ୍ରଥମେ ଏବିପି-ସି ଭୋଟ ପରେ ରିପବ୍ଲକ୍‌ –ସି ଭୋଟର ସର୍ଭେରେ ବିଜେଡି ୨୧ଟି ଲୋକସଭା ଆସନରୁ ୯ଟି ପାଇବ ବୋଲି କହିଥିଲେ। ଏବେ ଟାଇମ୍ସ ନାଓ-ଭିଏମ୍‌ଆର୍‌ ସର୍ଭେ ମଧ୍ୟ […]

bjd-bjp

bjd-bjp

Hemant Lenka
  • Published: Wednesday, 30 January 2019
  • Updated: 30 January 2019, 10:26 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଟିଏ ପରେ ଗୋଟିଏ ଜାତୀୟ ଗଣମାଧ୍ୟମଙ୍କ ପକ୍ଷରୁ ସର୍ଭେ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହି ସବୁ ସର୍ଭେ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ, ତାହେଲେ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାର ପାଇଁ ଏହା ଆଦୌ ଶୁଭଙ୍କର ହେବନାହିଁ। ପ୍ରଥମେ ଏବିପି-ସି ଭୋଟ ପରେ ରିପବ୍ଲକ୍‌ –ସି ଭୋଟର ସର୍ଭେରେ ବିଜେଡି ୨୧ଟି ଲୋକସଭା ଆସନରୁ ୯ଟି ପାଇବ ବୋଲି କହିଥିଲେ। ଏବେ ଟାଇମ୍ସ ନାଓ-ଭିଏମ୍‌ଆର୍‌ ସର୍ଭେ ମଧ୍ୟ ସମାନ ଚିତ୍ର ଉପସ୍ଥାପନ କରିଛି।

ବୁଧବାର ଟାଇମ୍ସ ନାଓ-ଭିଏମ୍‌ଆର୍‌ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡି ୨୧ଟି ଲୋକସଭା ଆସନରୁ ମାତ୍ର ୮ଟିରେ ହିଁ ଜିତିପାରିବ। ୨୦୧୪ରେ ଦଳ ରାଜ୍ୟର ୨୦ଟି ଲୋକସଭା ଆସନ ଜିତିଥିଲା। କିନ୍ତୁ ସମୟ ବଦଳିବା ସହ ଲୋକଙ୍କ ମୁଡ୍‌ ମଧ୍ୟ ବଦଳିଛି। ବିଜେଡି ଏଥର ୧୨ଟି ଆସନ ହରାଇବ। ଏହି ୧୨ଟି ଆସନ ଏନ୍‌ଡିଏ ଅର୍ଥାତ ବିଜେପି ପାଖକୁ ଯିବ। ବିଜେପି ୨୦୧୪ରେ ମାତ୍ର ଗୋଟିଏ ଆସନ ଜିତିଥିଲା। କିନ୍ତୁ ଏଥର ବିଜେପି ୧୩ଟି ଲୋକସଭା ଆସନରେ ଜିତିବ ବୋଲି ସର୍ଭେ ସଂସ୍ଥା ପୂର୍ବାନୁମାନ କରିଛି। ସେହିପରି ଏବିପି ଓ ରିପବ୍ଲିକ୍ ଭଳି ଟାଇମ୍ସ ନାଓ ମଧ୍ୟ କଂଗ୍ରେସ ଓଡ଼ିଶାରେ ଖାତା ଖୋଲି ପାରିବ ନାହିଁ ବୋଲି ଆକଳନ କରିଛି।

ଅନ୍ୟପକ୍ଷରେ ସାରା ଦେଶର ଚିତ୍ରକୁ ସମୀକ୍ଷା କଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୫୪୫ ଆସନ ଲୋକସଭା ଆସନରୁ ୨୫୨ଟିରେ ଜିତିବ। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଖାତାକୁ ୧୪୭ଟି ଓ ଅନ୍ୟାନ୍ୟ ଦଳ ୧୪୪ଟି ଆସନ ପାଇବେ।

ବିଜେପି ୨୦୧୪ରେ ଏକାକୀ ୨୮୨ଟି ଆସନ ପାଇଥିଲା। କିନ୍ତୁ ଏଥର ୨୧୫ଟି ଆସନ ପାଇବ। କଂଗ୍ରେସ ୨୦୧୪ରେ ଏକାକୀ ୪୪ଟି ଆସନ ଜିତିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୯୬ରେ ପହଞ୍ଚିବ ବୋଲି ଟାଇମ୍ସ ନାଓ-ଭିଏମ୍‌ଆର ସର୍ଭେ ପକ୍ଷରୁ କୁହାଯାଇଛି।

ଉତ୍ତର ପ୍ରଦେଶର ୮୦ଟି ଆସନରୁ ସପା-ବିଏସ୍‌ପି ମେଣ୍ଟ ୫୧ଟି, ଏନ୍‌ଡିଏ ୨୭, କଂଗ୍ରେସ ୨ ଓ ଅନ୍ୟାନ୍ୟ ଦଳ କୌଣସି ଆସନ ପାଇବେ ନାହିଁ।
ମହାରାଷ୍ଟ୍ରର ୪୮ଟି ଆସନରୁ ଏନ୍‌ଡିଏ ୪୩ ଓ ୟୁପିଏ ୫ଟି ଆସନ ପାଇବେ। ପଶ୍ଚିମବଙ୍ଗର ୪୨ଟି ଆସନରୁ ଟିଏମସି ୩୨, ଏନ୍‌ଡିଏ ୯, ୟୁପିଏ ୧, ବାମପନ୍ଥୀ ୧ ଓ ଅନ୍ୟାନ୍ୟ ଦଳ ୧ଟି ଆସନ ପାଇବେ।

ବିହାରର ୪୦ଟି ଆସନରୁ ଏନ୍‌ଡିଏ ୨୫ ଓ ୟୁପିଏ ୧୫ଟି ଆସନ ପାଇବେ। ତାମିଲନାଡୁରେ ଏନ୍‌ଡିଏ ଆଦୌ ଖାତା ଖୋଲି ପାରିବ ନାହିଁ। ଡିଏମ୍‌କେ କଂଗ୍ରେସ ମେଣ୍ଟ ଅର୍ଥାତ ୟୁପିଏ ୩୫ଟି ଓ କ୍ଷମତାସୀନ ଏଆଇଏଡିଏମକେ ୪ଟି ଆସନ ପାଇବେ। ମଧ୍ୟପ୍ରଦେଶର ୨୯ଟି ଆସନରୁ ଏନ୍‌ଡିଏ ୨୩ଟି ଓ ୟୁପିଏ ୬ଟି ଆସନ ପାଇବେ। ବିଏସ୍‌ପି ଏଠାରେ ଜିତିବାର କୌଣସି ସୁଯୋଗ ନାହିଁ। କର୍ଣ୍ଣାଟକାର ୨୮ଟି ଆସନରୁ ଏନ୍‌ଡିଏ ଓ ୟୁପିଏ ୧୪ଟି ଲେଖାଏ ଆସନ ପାଇପାରନ୍ତି।

ଗୁଜରାଟର ୨୬ଟି ଆସନରୁ ଏନ୍‌ଡିଏ ୨୪ଟି ଓ ୟୁପିଏ ୨ଟି ଆସନ ପାଇବ। ଆନ୍ଧ୍ରପ୍ରଦେଶର ୨୫ଟି ଆସନରୁ ୱାଇଏସ୍‌ଆର କଂଗ୍ରେସ ୨୩ଟି ଓ କ୍ଷମତାସୀନ ଟିଡିପି ୨ଟି ଆସନ ପାଇବ। ଏଠାରେ ଏନ୍‌ଡିଏ କିମ୍ବା ୟୁପିଏ ଖାତା ଖୋଲିପାରିବେ ନାହିଁ। ରାଜସ୍ଥାନାର ୨୫ଟି ଆସନରୁ ଏନ୍‌ଡିଏ ୧୭ଟି ଓ ୟୁପିଏ ୮ଟି ଆସନରେ ଜତିବ। ବିଏସ୍‌ପି କିମ୍ବା ଅନ୍ୟାନ୍ୟ ଦଳ ଗୋଟିଏ ହେଲେ ବି ଆସନ ପାଇପାରିବେ ନାହିଁ। କେରଳର ୨୦ଟି ଆସନରୁ ୟୁଡିଏଫ୍‌ ୧୬ଟି ଓ ଏଲ୍‌ଡିଏଫ୍‌ ୩ଟି ଓ ଏନ୍‌ଡିଏ ୧ଟି ଆସନ ପାଇବ। ତେଲେଙ୍ଗାନର ୧୭ଟି ଲୋକସଭା ଆସନରୁ କ୍ଷମତାସୀନ ଟିଆର୍‌ଏସ୍‌ ୧୦ଟି, ୟୁପିଏ ୫ଟି, ଏନ୍‌ଡିଏ ଓ ଅନ୍ୟାନ୍ୟ ଦଳ ଗୋଟିଏ ଲେଖାଏ ଆସନରେ ବାଜିମାତ କରିବେ।

ଝାରଖଣ୍ଡର ୧୪ଟି ଆସନରୁ ୟୁପିଏ ୮ଟି ଓ ଏନ୍‌ଡିଏ ୬ଟି ଆସନ ପାଇବେ। ଆସମର ୧୪ଟି ଆସନରୁ ଏନ୍‌ଡିଏ ୮ଟି, ୟୁପିଏ ୩, ଏଆଇୟୁଡିଏଫ୍‌ ୨ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇବେ। ପଞ୍ଜାବର ୧୩ଟି ଲୋକସଭା ଆସନରୁ ୟୁପିଏ ୧୨ଟି ଓ ଆପ୍‌ ଗୋଟିଏ ଆସନ ପାଇବ। ଏଠାରେ ଏନ୍‌ଡିଏ ଖାତା ଖୋଲି ପାରିବ ନାହିଁ। ଛତିଶଗଡ଼ର ୧୧ଟି ଆସନରୁ ୟୁପିଏ ୬ଟି ଓ ଏନ୍‌ଡିଏ ୫ଟି ଆସନ ପାଇବ। ହରିଆଣାର ୧୦ଟି ଆସନରୁ ଏନ୍‌ଡିଏ ୮ଟି ଓ ୟୁପିଏ ୨ଟି ଆସନରେ ବାଜିମାତ କରିବ। ଦିଲ୍ଲୀର ୭ଟି ଲୋକସଭା ଆସନରୁ ଏନ୍‌ଡିଏ ୬ଟି ଓ ଆପ୍‌ ଗୋଟିଏ ଆସନ ପାଇବ। ଏଠାରେ ୟୁପିଏ କିମ୍ବା ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।

ଜମ୍ମୁ-କଶ୍ମୀରର ୬ଟି ଆସନରୁ ନାଶନାଲ କନଫରେନ୍ସ ୪ଟି, ଏନ୍‌ଡିଏ ଓ ୟୁପିଏ ଗୋଟିଏ ଲେଖାଏ ଆସନ ପାଇବେ। ପିଡିପି ଏଠାରେ ଖାତା ଖୋଲି ପାରିବ ନାହିଁ। ଉତ୍ତରାଖଣ୍ଡର ୫ଟି ଯାକ ଆସନ ଏନ୍‌ଡିଏ ପୋଛି ନେବ। ହିମାଚଳପ୍ରଦେଶର ୪ଟି ଆସନରୁ ଏନଡିଏ ୩ଟି ଓ ୟୁପିଏ ଗୋଟିଏ ଆସନ ପାଇବ।

ଅରୁଣାଚଳର ୨ଟି ଯାକ ଆସନ ଏନ୍‌ଡିଏ ସପକ୍ଷରେ ଯିବ। ମଣିପୁରର ୨ଟି ଆସନରୁ ଉଭୟ ଏନ୍‌ଡିଏ ଓ ୟୁପିଏ ୧ ଲେଖାଏ ପାଇବେ। ତ୍ରିପୁରାର ୨ଟି ଯାକ ଆସନ ଏନ୍‌ଡିଏ ଜିତିବ। ଗୋଆର ୨ଟି ଆସନରୁ ଗୋଟିଏ ଏନ୍‌ଡିଏ ଏବଂ ଅନ୍ୟଟି ୟୁପିଏ ପାଇବ। ନାଗାଲ୍ୟାଣ୍ଡ, ମିଜୋରାମ ଓ ମେଘାଳୟରେ ଥିବା ଗୋଟିଏ ଲେଖାଏ ଲୋକସଭା ଆସନରେ ଏନ୍‌ଡିଏ ଜିତିବ।

ସିକ୍କିମର ଏକମାତ୍ର ଆସନ ଅନ୍ୟାନ୍ୟ ଦଳ ଖାତାକୁ ଯିବ। ଦାଦ୍ରାନଗର ହାବେଳୀ ଓ ଡାମନ୍‌ ଡିୟୁର ଗୋଟିଏ ଲେଖାଏ ଆସନ ଏନ୍‌ଡିଏ ପାଖକୁ ଯିବ ବୋଲି ସର୍ଭେ ସଂସ୍ଥା ପୂର୍ବନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos