ପୁଲିସ ଅଧିକାରୀ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକଙ୍କ ସହ ବିଜେପିର ସମ୍ପର୍କ! ଫଟୋ ଭାଇରାଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦଶହର ପୁଲିସ୍‌ ଅଧିକାରୀ ହତ୍ୟାକାଣ୍ତର ମୁଖ୍ୟ ଖଳନାୟକ କୁହାଯାଉଥିବା ବ୍ୟକ୍ତିଙ୍କ ସହ ବିଜେପିର ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି। ବିଜେପିର ଜଣେ ବରିଷ୍ଠ ନେତା ଉକ୍ତ ଅଭିଯୁକ୍ତ ସହ ଉଠାଇଥିବା ଫଟୋ ଏବେ ଭାଇରାଲ ହେବାରୁ ବିବାଦ ସୃଷ୍ଟି ହୋଇଛି।

ବିଜେପିର ବୁଲନ୍ଦଶହର ସଭାପତି ଅନୀଲ ସିସୋଦିଆ ଜୁଲାଇ ୧୪ରେ ଆୟୋଜିତ ପ୍ରଧାନମନ୍ତ୍ରୀ ଜନ କଲ୍ୟାଣକାରୀ ଯୋଗୀ ଜାଗୃତ ଅଭିଯାନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିସୋଦିଆ ମଞ୍ଚରେ ଉପସ୍ଥିତ ଶିଖର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଉଥିବାର ଫଟୋ ସାମ୍ନାକୁ ଆସିଛି।

ଶିଖର ହେଉଛନ୍ତି ୨୦୧୮ ପୁଲିସ୍‌ ଇନସପେକ୍ଟର ସୁବୋଧ କୁମାର ସିଂହଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ହେଲେ ସେ ଜାମିନରେ ଖଲାସ ହୋଇଛନ୍ତି।

ଜୁଲାଇ ୧୪ରେ ଆୟୋଜିତ କାର୍ଯ୍ୟକ୍ରମରେ ସିସୋଦିଆ ଅଭିଯୁକ୍ତ ଶିଖରକୁ ସାଧାରଣ ସମ୍ପାଦକର ପ୍ରମାଣପତ୍ର ଦେଉଥିବା ଜଣାପଡ଼ିଛି। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ବେଆଇନ ଗୋ-ହତ୍ୟା ଗୁଜବକୁ ନେଇ ବୁଲନ୍ଦଶହରରେ ପ୍ରବଳ ମାରପିଟ ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ସୁବୋଧ କୁମାର ଯାଇଥିଲେ। ହେଲେ ସେଠାରେ ଉପସ୍ଥିତ ପ୍ରାୟ ୪୦୦ ଜଣ ଲୋକ ସୁବୋଧଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ। ଘଟଣା ବେଳେ କୁରାଢ଼ୀ ଧରିଥିବା ଜଣେ ବ୍ୟକ୍ତି ସୁବୋଧ କୁମାରଙ୍କଙ୍କ ଦୁଇଟି ଆଙ୍ଗୁଠିକୁ ହାଣି ଦେଇଥିଲା।

ଏହାପରେ ଅନ୍ୟମାନେ ତାଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରୁ ଅଳ୍ପ କିଛି ଦୂରରେ ପୁଲିସ୍‌ ଗାଡ଼ି ମଧ୍ୟରେ ପଡ଼ିଥିବା ସୁବୋଧଙ୍କ ମୃତଦେହ ଉଦ୍ଧାର କରିଥିଲା। ଏବେ ବିଜେପି ନେତାଙ୍କ ସହ ଅଭିଯୁକ୍ତଙ୍କ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ