ଉପବାଚସ୍ପତି ପଦକୁ ୱାଇଏସ୍‌ଆର କଂଗ୍ରେସର ନା, ଏବେ ଶିବସେନା ଓ ବିଜେଡି ଉପରେ ନଜର

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ବିଜେପି ସାଂସଦ ଓମ ବିର୍ଲାଙ୍କୁ ୧୭ତମ ଲୋକସଭାର ବାଚସ୍ପତି କରିଥିବା ବେଳେ ଏବେ ଉପବାଚସ୍ପତି ପଦ କାହାକୁ ମିଳିବ,ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ପୂର୍ବରୁ ଶିବସେନା କିମ୍ବା ବିଜେଡିକୁ ଏହି ପଦ ଉପହାର ଦେବାକୁ ବିଜେପି ଚାହୁଁଥିବା କୁହାଯାଉଥିଲା। ପରେ ଉପବାଚସ୍ପତି ଦୌଡ଼ରେ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସ ସାମିଲ ହୋଇଥିଲା। କିନ୍ତୁ ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର […]

q

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 04:15 PM IST

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ବିଜେପି ସାଂସଦ ଓମ ବିର୍ଲାଙ୍କୁ ୧୭ତମ ଲୋକସଭାର ବାଚସ୍ପତି କରିଥିବା ବେଳେ ଏବେ ଉପବାଚସ୍ପତି ପଦ କାହାକୁ ମିଳିବ,ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ପୂର୍ବରୁ ଶିବସେନା କିମ୍ବା ବିଜେଡିକୁ ଏହି ପଦ ଉପହାର ଦେବାକୁ ବିଜେପି ଚାହୁଁଥିବା କୁହାଯାଉଥିଲା।

ପରେ ଉପବାଚସ୍ପତି ଦୌଡ଼ରେ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସ ସାମିଲ ହୋଇଥିଲା। କିନ୍ତୁ ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଇନାହାନ୍ତି, ସେଯାଏ ଏନ୍‌ଡିଏ ସରକାରଙ୍କ କୌଣସି ପ୍ରସ୍ତାବକୁ ଦଳ ଗ୍ରହଣ କରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିବା ଜଣାପଡ଼ିଛି।

ଏପରି ସ୍ଥିତିରେ ବିଜେପି ଏବେ ଶିବସେନା, ବିଜେଡି ଓ ଜେଡିୟୁ ଉପରେ ଆଖି ପକାଇଛି। ଏହି ୩ ଦଳ ମଧ୍ୟରୁ ଜଣଙ୍କୁ ଉପବାଚସ୍ପତି ପଦ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଶିବସେନା ଏହି ଦୌଡ଼ରେ ଆଗରେ ରହିଛି। ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ।

ତେଣୁ ବିଜେପି ସହଯୋଗୀ ଶିବସେନାକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ। ଶିବସେନା ମଧ୍ୟ ମେଣ୍ଟରେ ରହିବା ପାଇଁ ପରୋକ୍ଷରେ ଉପ ବାଚସ୍ପତି ପଦ ନେବାକୁ ବିଜେପିକୁ ଜଣାଇ ଦେଇଛି। ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ବିଜେଡି ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତାରେ ରହିଥିବା ବାରମ୍ବାର ଦାବି କରି ଆସୁଛି। କିନ୍ତୁ ଅନେକ ପ୍ରସଙ୍ଗରେ ବିଜେଡି ମୁଖିଆ ବିଜେପିକୁ ସମର୍ଥନ କରୁଛନ୍ତି। ଏପରିକି ରାଜ୍ୟରେ ଖାଲି ହୋଇଥିବା ୩ ରାଜ୍ୟସଭା ଆସନରୁ ବିଜେଡି ଗୋଟିଏ ଆସନ ବିଜେପିକୁ ମଧ୍ୟ ଛାଡ଼ିଛି।

ସେହିପରି ନୀତୀଶ କୁମାରଙ୍କ ଜେଡିୟୁ ପୂର୍ବରୁ କ୍ୟାବିନେଟ୍‌ ମନ୍ତ୍ରୀ ପଦକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲା। ଏବେ ବିଜେପି ତା’ର ବିହାର ସହଯୋଗୀ ଜେଡିୟୁକୁ ବୁଝାଇବା ପାଇଁ ଉପ ବାଚସ୍ପତି ପଦର ଲୋଭ ଦେଖାଇବାକୁ ପଛେଇବ ନାହିଁ। ୨୦୧୪ ସରକାରରେ ବିଜେପି ଉପ ବାଚସ୍ପତି ପଦ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେକୁ ଦେଇଥିଲା। ଏଥର ଉଭୟ ଏକାଠି ଲୋକସଭା ନିର୍ବାଚନ ତାମିଲନାଡୁରେ ଲଢ଼ିଥିଲେ।

Related story