ମୁସଲିମଙ୍କ ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ଅଡ଼ୁଆରେ ବିଜେପି ସାଂସଦ

ହାଇଦ୍ରାବାଦ୍‌: ତେଲେଙ୍ଗାନର ବିଜେପି ସାଂସଦ ସୌମ୍ୟ ବାପୁ ରାଓ ମୁସଲିମ ସଂପ୍ରଦାୟକୁ ଟାର୍ଗେଟ କରି ଅଡ଼ୁଆରେ ପଡ଼ିଛନ୍ତି। ଆଦିଲାବାଦରୁ ସାଂସଦ ହୋଇଥିବା ସୌମ୍ୟ ବାପୁ ଆଦିବାସୀଙ୍କ ଭଲ ପାଇବା ସାଉଁଟିବାକୁ ଯାଇ ମୁସଲିମଙ୍କୁ ମୁଣ୍ଡ କାଟ ହେବ ବୋଲି କହିଛନ୍ତି। ସେ କହିଛନ୍ତି, ଆଦିବାସୀ ମହିଳାଙ୍କୁ ନିର୍ଯାତନା ଓ ଶୋଷଣ କରୁଥିବା ମୁସଲିମ ସଂପ୍ରଦାୟର ଲୋକଙ୍କ ମୁଣ୍ଡ କାଟ କରାଯିବ। ସୌମ୍ୟ ବାପୁଙ୍କ ଏଭଳି ବୟାନକୁ ସାରା ଦେଶରେ ନିନ୍ଦା କରାଯାଇଛି। ଏଥିସହ ମୁସଲିମଙ୍କ ପ୍ରତି ବିଜେପିର […]

sqw

Hemant Lenka
  • Published: Monday, 24 June 2019
  • , Updated: 24 June 2019, 05:36 PM IST

ହାଇଦ୍ରାବାଦ୍‌: ତେଲେଙ୍ଗାନର ବିଜେପି ସାଂସଦ ସୌମ୍ୟ ବାପୁ ରାଓ ମୁସଲିମ ସଂପ୍ରଦାୟକୁ ଟାର୍ଗେଟ କରି ଅଡ଼ୁଆରେ ପଡ଼ିଛନ୍ତି। ଆଦିଲାବାଦରୁ ସାଂସଦ ହୋଇଥିବା ସୌମ୍ୟ ବାପୁ ଆଦିବାସୀଙ୍କ ଭଲ ପାଇବା ସାଉଁଟିବାକୁ ଯାଇ ମୁସଲିମଙ୍କୁ ମୁଣ୍ଡ କାଟ ହେବ ବୋଲି କହିଛନ୍ତି।

ସେ କହିଛନ୍ତି, ଆଦିବାସୀ ମହିଳାଙ୍କୁ ନିର୍ଯାତନା ଓ ଶୋଷଣ କରୁଥିବା ମୁସଲିମ ସଂପ୍ରଦାୟର ଲୋକଙ୍କ ମୁଣ୍ଡ କାଟ କରାଯିବ। ସୌମ୍ୟ ବାପୁଙ୍କ ଏଭଳି ବୟାନକୁ ସାରା ଦେଶରେ ନିନ୍ଦା କରାଯାଇଛି। ଏଥିସହ ମୁସଲିମଙ୍କ ପ୍ରତି ବିଜେପିର ଆଭିମୁଖ୍ୟ କ’ଣ ତାହା ଏହି ବୟାନରୁ ପ୍ରମାଣିତ ହୋଇଛି ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି।

ସୌମ୍ୟ ବାପୁ ରାଓଙ୍କ ବିରୋଧରେ ମୁସଲିମ ସଂପ୍ରଦାୟର ନେତାମାନେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। କଂଗ୍ରେସ ସଂଖ୍ୟାଲଘୁ ସେଲର ସଭାପତି ସାଜିଦ୍‌ ଖାନ୍‌ ଅଭିଯୋଗ ଦାଖଲ କରି ସୌମ୍ୟ ବାପୁ ନିଜ ବୟାନ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ଏଥିସହ ସେ କହିଛନ୍ତି, “ଜଣେ ସାଂସଦ ହୋଇ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପ୍ରତି ଏଭଳି ବୟାନ ଦେବା ନିନ୍ଦନୀୟ। ସେ ଏଭଳି ବୟାନ ଦେଇ ବିଜେପି ମୁସଲିମମାନଙ୍କୁ କେଉଁ ଦୃଷ୍ଟିରେ ଦେଖେ, ସେକଥା ପ୍ରମାଣିତ କରିଛନ୍ତି।”

ଟିଆରଏସ୍‌ ମଧ୍ୟ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ “ମୋଦିଜୀ ସବକା ସାଥ, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସର ନାରା ଦେଉଛନ୍ତି। ହେଲେ ବିଜେପି ସାଂସଦ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଟାର୍ଗେଟ କରି ନିଜର ଅସଲ ଚରିତ୍ର ସମସ୍ତଙ୍କୁ ଦେଖାଇଛନ୍ତି।”

Related story