ତିଆରି ହେଉଛି ବିଜେପିର ହାଇଫାଇ ଅଫିସ୍: ଡିଜିଟାଲ କାନ୍ଥ, ତାରକା ହୋଟେଲ୍ ସୁବିଧା

ବଦଳି ଯିବ ବିଜେପିର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଠିକଣା। ପୂରା ତାରକା ହୋଟେଲ ଭଳି ନିର୍ମାଣ ହେଉଛି ବିଜେପିର ନୂଆ କାର୍ଯ୍ୟାଳୟ। ରେଡିଫ୍ ଡଟ୍ କମ୍‌ରେ ପ୍ରକାଶିତ ଖବର ଅନୁଯାୟୀ ଚଳିତବର୍ଷ ଡିସେମ୍ୱର ୨୫ରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ନୂଆ ପରିଚୟ ପାଇବ ବିଜେପିର ମୁଖ୍ୟ କାର୍ଯ୍ୟାଳୟ। ଏହି ଦିନ ୧୧-ଅଶୋକ ରୋଡରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ ଦୀନଦୟାଲ ଉପାଧ୍ୟାୟ ମାର୍ଗର ୬ ନମ୍ୱର ପ୍ଲଟ୍‌କୁ। ୩ଟି […]

BJP

BJP

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 02:14 PM IST

Sports

Latest News

ବଦଳି ଯିବ ବିଜେପିର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଠିକଣା। ପୂରା ତାରକା ହୋଟେଲ ଭଳି ନିର୍ମାଣ ହେଉଛି ବିଜେପିର ନୂଆ କାର୍ଯ୍ୟାଳୟ। ରେଡିଫ୍ ଡଟ୍ କମ୍‌ରେ ପ୍ରକାଶିତ ଖବର ଅନୁଯାୟୀ ଚଳିତବର୍ଷ ଡିସେମ୍ୱର ୨୫ରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ନୂଆ ପରିଚୟ ପାଇବ ବିଜେପିର ମୁଖ୍ୟ କାର୍ଯ୍ୟାଳୟ। ଏହି ଦିନ ୧୧-ଅଶୋକ ରୋଡରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ ଦୀନଦୟାଲ ଉପାଧ୍ୟାୟ ମାର୍ଗର ୬ ନମ୍ୱର ପ୍ଲଟ୍‌କୁ।

new office୩ଟି ବିଲ୍ଡିଂ: ଏକ ନୂଆ ରୂପରେ ଶୋଭା ପାଇବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟ। ପ୍ରାୟ ୨ ଏକର ଜମିରେ ନିର୍ମାଣ ହେଉଛି ଦଳର ମୁଖ୍ୟ କାର୍ଯ୍ୟାଳୟ। ଏଥିରେ ୩ଟି ଅତ୍ୟାଧୁନିକ ବିଲ୍ଡିଂ ରହିବ। ୨ଟି ବିଲଡିଂ ୩ ତାଲା ବିଶିଷ୍ଟ ଓ ଅନ୍ୟଏକ ବିଲଡିଂ ୭ ମହଲା ବିଶିଷ୍ଟ ହେବ। ସମ୍ପୂର୍ଣ୍ଣ ହାଇଟେକ୍ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଦଳୀୟ କାର୍ଯ୍ୟାଳୟ।

କାହା ପାଇଁ କେଉଁ ସ୍ଥାନ: ବିଜେପିର ଏହି ନୂଆ କାର୍ଯ୍ୟାଳୟର ସାଜସଜ୍ଜା ଓ ଲୁକ୍ କୌଣସି ତାରକା ହୋଟେଲଠାରୁ ମଧ୍ୟ କମ୍ ହେବ ନାହିଁ। ୭ ମହଲା ବିଶିଷ୍ଟ ସୁଉଚ୍ଚ ବିଲଡିଂରେ ରହିବ ୪୫ଟି ବଡ଼ ବଡ଼ ପ୍ରକୋଷ୍ଠ। ଉପର ମହଲାରେ ରହିବ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ କାର୍ଯ୍ୟାଳୟ। ସେହିପରି ଏହି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ପାଇଁ ରହିବ ୨୫ଟି କୋଠରୀ। ସେହିପରି ଦଳର ପ୍ରତ୍ୟେକ ମହାସଚିବଙ୍କ ପାଇଁ ରହିବ ସ୍ୱତନ୍ତ୍ର ପ୍ରକୋଷ୍ଠ। ନୂଆ କାର୍ଯ୍ୟାଳୟରେ ନିର୍ମାଣ ହେଉଛି ୪ଟି ଅତ୍ୟାଧୁନିକ ଅଡିଟୋରିୟମ।

bjp new officeହାଇଟେକ୍ ବ୍ୟବସ୍ଥା: ନୂଆ କାର୍ଯ୍ୟାଳୟରେ ୧୦୦ଟି ପ୍ରକୋଷ୍ଠ ନିର୍ମାଣ ହେଉଛି। ସବୁ ପ୍ରକୋଷ୍ଠରେ ଭିଡିଓ କନଫରେସିଂ ସହ ହାଇଟେକ୍ ସୁବିଧା ରହିବ। ଦଳର ଲୋକସଭା ଓ ରାଜ୍ୟସଭା ସଂସଦୀୟ ଦଳ ନେତାଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ମଧ୍ୟ ରହିବ। କାର୍ଯ୍ୟାଳୟ ପରିସରରେ ଏକ ସମୟରେ ୫୦୦ କାର୍ ପାର୍କିଂ କରିବା ଭଳି ସୁବିଧା କରାଯାଉଛି।

ଇ-ଲାଇବ୍ରେରୀ: ନୂଆ କାର୍ଯ୍ୟାଳୟରେ ଇ-ଲାଇବ୍ରେରୀ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ଇ-ବୁକ୍ କମ୍ପ୍ୟୁଟରରେ ଅପ୍‌ଲୋଡ୍‌ କରାଯିବା ସହ ବିଭିନ୍ନ ଲେଖକଙ୍କ ପ୍ରକାଶିତ ୫୦୦୦ ବହି ଲାଇବ୍ରେରୀରେ ଶୋଭା ପାଇବ।

ଡିଜିଟାଲ କାନ୍ଥ: ସଂପୂର୍ଣ୍ଣ କାର୍ଯ୍ୟାଳୟଟି ସୌରଶକ୍ତିରେ ପରିଚାଳିତ ହେବ। କାର୍ଯ୍ୟାଳୟ ଭିତରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ୭ ମହଲା ବିଲଡିଂର ଗୋଟିଏ ପାର୍ଶ୍ୱ କାନ୍ଥ ସମ୍ପୂର୍ଣ୍ଣ କାଚରେ ନିର୍ମାଣ ହେବ, ଯାହା ରାତି ସମୟରେ ଆପଣାଛାଏଁ ଡିଜିଟାଲ କାନ୍ଥରେ ପରିବର୍ତ୍ତିତ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos