ନାଗରିକତ୍ୱ ସଂଶୋଧନ ବିଲ୍: ଆତ୍ମହତ୍ୟା ପାଇଁ ଧମକ ଦେଲେ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ବିଜେପି ଆଣିଥିବା ବହୁଚର୍ଚ୍ଚିତ ‘ନାଗରିକତ୍ୱ ସଂଶୋଧନ ବିଲ’କୁ ଦଳ ଭିତରୁ ହିଁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଆତ୍ମହତ୍ୟା କରିବେ ବୋଲି ମେଘାଳୟର ପୂର୍ବତନ ବାଚସ୍ପତି ତଥା ଶିଲଂର ବିଜେପି ସାଂସଦ ପ୍ରାର୍ଥୀ ସାନବର ସୁଲାଇ ଚେତାବନୀ ଦେଇଛନ୍ତି। ଉତ୍ତର ପୂର୍ଵ ଭାରତକୁ ଛାଡ଼ି ଏହି ବିଲ୍ ଅନ୍ୟ ରାଜ୍ୟରେ ଲାଗୁ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଦଳର ପ୍ରାର୍ଥୀ ସାନବର ସୁଲାଇ କହିଛନ୍ତି। ତେବେ ଏହି ବିଲ୍‌କୁ ସାନବର […]

Sanbor_Shullai

Subhransu Sekhar
  • Published: Friday, 12 April 2019
  • , Updated: 12 April 2019, 01:51 PM IST

ନୂଆଦିଲ୍ଲୀ: ବିଜେପି ଆଣିଥିବା ବହୁଚର୍ଚ୍ଚିତ ‘ନାଗରିକତ୍ୱ ସଂଶୋଧନ ବିଲ’କୁ ଦଳ ଭିତରୁ ହିଁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଆତ୍ମହତ୍ୟା କରିବେ ବୋଲି ମେଘାଳୟର ପୂର୍ବତନ ବାଚସ୍ପତି ତଥା ଶିଲଂର ବିଜେପି ସାଂସଦ ପ୍ରାର୍ଥୀ ସାନବର ସୁଲାଇ ଚେତାବନୀ ଦେଇଛନ୍ତି।

ଉତ୍ତର ପୂର୍ଵ ଭାରତକୁ ଛାଡ଼ି ଏହି ବିଲ୍ ଅନ୍ୟ ରାଜ୍ୟରେ ଲାଗୁ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଦଳର ପ୍ରାର୍ଥୀ ସାନବର ସୁଲାଇ କହିଛନ୍ତି।

ତେବେ ଏହି ବିଲ୍‌କୁ ସାନବର ସୁଲାଇ ସମ୍ପୂର୍ଣ୍ଣ ବିରୋଧ କରି ନାହାଁନ୍ତି। ବରଂ ସେ ଏହାର କିଛି ନିୟମରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର କେନ୍ଦ୍ରୀୟ ନେତା ଏବଂ ଏନଜିଓ ଗୁଡ଼ିକୁ ସେ ଚିଠି ଲେଖିଥିବା କହିଛନ୍ତି।

Related story