ପଶ୍ଚିମବଙ୍ଗରେ ବିଜେପିର କଳା ଦିବସ ପାଳନ, ଆଇନ ଶୃଙ୍ଖଳା ଠିକ୍ ଅଛି କହିଲେ ମମତା ସରକାର

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ବଶିରହାଟ ହିଂସା ଘଟଣାକୁ ବିରୋଧ କରି ଆଜି ବିଜେପି ୧୨ ଘଣ୍ଚିଆ ବନ୍ଦ ପାଳନ କରିଛି। ବଶିରହାଟରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ବେଳେ ପଶ୍ଚିମବଙ୍ଗର ଅନ୍ୟ ସ୍ଥାନଗୁଡ଼ିକରେ କଳାଦିବସ ପାଳନ କରାଯାଇଥିଲା। ବିଶରହାଟରେ ଘଟିଥିବା ହିଂସା ଘଟଣାରେ ଶାସକ ଟିଏମସି ଥିବାରୁ ପୁଲିସ୍‌ ଠିକ୍‌ ଭାବେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ତେଣୁ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ଏପରି ବନ୍ଦ ଓ […]

sqw

Hemant Lenka
  • Published: Monday, 10 June 2019
  • , Updated: 10 June 2019, 06:41 PM IST

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ବଶିରହାଟ ହିଂସା ଘଟଣାକୁ ବିରୋଧ କରି ଆଜି ବିଜେପି ୧୨ ଘଣ୍ଚିଆ ବନ୍ଦ ପାଳନ କରିଛି। ବଶିରହାଟରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ବେଳେ ପଶ୍ଚିମବଙ୍ଗର ଅନ୍ୟ ସ୍ଥାନଗୁଡ଼ିକରେ କଳାଦିବସ ପାଳନ କରାଯାଇଥିଲା।

ବିଶରହାଟରେ ଘଟିଥିବା ହିଂସା ଘଟଣାରେ ଶାସକ ଟିଏମସି ଥିବାରୁ ପୁଲିସ୍‌ ଠିକ୍‌ ଭାବେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ତେଣୁ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ଏପରି ବନ୍ଦ ଓ କଳାଦିବସ ପାଳନ କରାଯାଇଛି।

ବନ୍ଦ ଡାକରା ଯୋଗୁ ବଶିରହାଟ୍‌ରେ ଯାନବାହାନ ଚଳାଚଳ, ଟ୍ରେନ, ଦୋକାନ ବଜାର ଆଦି ଠପ ହୋଇଯାଇଥିଲା।  ବିଜେପି କର୍ମୀମାନେ ପିକେଟିଂ କରି ହତ୍ୟା ଘଟଣାରେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ବଶିରହାଟ ନିକଟରେ ଥିବା ଭ୍ୟବଲ ରେଲଓ୍ୱେ ଷ୍ଟେସନରେ ରେଳ ଧାରଣା ଉପରେ ବିଜେପି କର୍ମୀମାନେ ବସି ରହିବାରୁ ରେଳ ଯାତ୍ରା ବ୍ୟାହାତ ହୋଇଥିଲା। ସେହିପରି ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା ମଧ୍ୟ ଦିଆଯାଇଥିଲା।

ଶୁକ୍ରାବାର ଦିନ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ନୟଜତ ଅଞ୍ଚଳରେ ତୃଣମୂଳ କଂଗ୍ରେସ ବୁଥ ସ୍ତରୀୟ ବୈଠକ କରୁଥିଲା। ସେଠାରେ ଉପସ୍ଥିତ ଥିବା ବିଜେପି ସମର୍ଥକଙ୍କ ସହ ତୃଣମୂଳ କଂଗ୍ରେସ କର୍ମୀଙ୍କର ବଚସା ହୋଇଥିଲା। ଏହାପରେ ବିବାଦ ଘନେଇବାରୁ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା।

ଏଥିରେ ବିଜେପିର ଦୁଇ କର୍ମୀ ଓ ଟିଏମସିର ଜଣେ କର୍ମୀ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣାରେ ଆଉ ଜଣେ ବିଜେପି କର୍ମୀର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ବିଜେପି କର୍ମୀ ନିଖୋଜ ଥିବା ବିଜେପି କହିଛି। ନିର୍ବାଚନ ସମୟରୁ ଆଜି ଯାଏ ପଶ୍ଚିମବଙ୍ଗରେ ବାରମ୍ବାର ରାଜନୀତିକ ହିଂସା ଘଟି ଚାଲିଛି। ଏଥିରେ ବିଜେପିର ୫୪ ଜଣ ନେତାଙ୍କର ମୃତ୍ୟୁ ହୋଇଥିବା ଦଳ ଅଭିଯୋଗ କରିଛି। ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଆକ୍ରମଣ ପାଇଁ ବିଜେପି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛି।

ଆଜି ବିଜେପିର ବନ୍ଦ ପାଳନକୁ ନେଇ ଟିଏମସି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ପଠାଇଛି। ଯେଉଁଥିରେ ଏହି ବନ୍ଦ ପାଳନ ଏବଂ ହିଂସାକୁ ରାଜନୀତିକ ଉଦ୍ଦେଶ୍ୟ ବୋଲି ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି। ବିଜେପି ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ। ଦିଲ୍ଲୀରେ ବସି ଏଠିକାର ସ୍ଥିତି ବୁଝିପାରୁ ନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ଘଟଣାରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି କହିଛନ୍ତି, ରାଜ୍ୟ ସରକାର ଆଇନ ଓ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏଠାରେ ସବୁ କିଛି ଠିକ୍‌ ଠାକ ଚାଲିଛି।

Related story