ଇଡି ଅଫିସ ଆଗରେ ଲାଗିଲା ବିଜେପି କାର୍ଯ୍ୟାଳୟ ଲେଖାଥିବା ବ୍ୟାନର

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି କରିଥିବା ସମନ ଘଟଣା ଏବେ ରାଜନୀତିକ ଲଢ଼େଇରେ ପରିଣତ ହେବାରେ ଲାଗିଛି। ଆଜି ମୁମ୍ବାଇରେ ଥିବା ଇଡି କାର୍ଯ୍ୟାଳୟ ଆଗରେ ବିଜେପି ଅଫିସ ଲେଖାଥିବା ଗୋଟିଏ ବ୍ୟାନର ମରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବ୍ୟାନ୍‌ରେ ଲେଖା ଯାଇଥିଲା ଯେ ଏହା ବିଜେପିର ରାଜ୍ୟ କାର୍ଯ୍ୟାଳୟ। ଶିବସେନାର କର୍ମୀମାନେ ଏଭଳି କରିଥିବା ଅଭିଯୋଗ ହୋଇଛି। ରାଜନୀତିକ ଦୃଷ୍ଟି କୋଣରୁ ଇଡି ବିଜେପି କଥାରେ ପଡ଼ି […]

ds

ds

Hemant Lenka
  • Published: Monday, 28 December 2020
  • Updated: 28 December 2020, 08:52 PM IST

Sports

Latest News

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି କରିଥିବା ସମନ ଘଟଣା ଏବେ ରାଜନୀତିକ ଲଢ଼େଇରେ ପରିଣତ ହେବାରେ ଲାଗିଛି। ଆଜି ମୁମ୍ବାଇରେ ଥିବା ଇଡି କାର୍ଯ୍ୟାଳୟ ଆଗରେ ବିଜେପି ଅଫିସ ଲେଖାଥିବା ଗୋଟିଏ ବ୍ୟାନର ମରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଏହି ବ୍ୟାନ୍‌ରେ ଲେଖା ଯାଇଥିଲା ଯେ ଏହା ବିଜେପିର ରାଜ୍ୟ କାର୍ଯ୍ୟାଳୟ। ଶିବସେନାର କର୍ମୀମାନେ ଏଭଳି କରିଥିବା ଅଭିଯୋଗ ହୋଇଛି। ରାଜନୀତିକ ଦୃଷ୍ଟି କୋଣରୁ ଇଡି ବିଜେପି କଥାରେ ପଡ଼ି ବର୍ଷାଙ୍କୁ ସମନ କରିଥିବା ସଞ୍ଜୟ ରାଉତ କହିଥିଲେ। ଏହାପରେ ହିଁ ବିଜେପି କାର୍ଯ୍ୟାଳୟ ଥିବା ବ୍ୟାନର ଇଡି ଅଫିସରେ ମରା ଯାଇଥିଲା। ଏପରି କରି ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିକୁ ଶିବସେନା ବିଜେପିର କାର୍ଯ୍ୟାଳୟ ଭାବେ ଦେଖାଇବାକୁ ଚାହୁଁଥିବା କୁହାଯାଉଛି।

ସେହିପରି ଆଉ ଗୋଟିଏ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ବ୍ୟାନର ମାରିବା ବେଳେ ପୁଲିସ୍‌ ଅଟକାଉଥିବା ଦେଖିବାକୁ ମିଳିଛି। ପୁଲିସ୍‌ ତାଙ୍କୁ ପୋଷ୍ଟର ମାରିବାକୁ ବାରଣ କରୁଥିଲେ ହେଁ ବ୍ୟକ୍ତି ଜଣଙ୍କ ଏ ବିଷୟରେ ବିଏମସିକୁ ଅଭିଯୋଗ କରିବାକୁ କହିଥିଲେ।

ଏହି ଘଟଣା ପୂର୍ବରୁ ବର୍ଷାଙ୍କୁ ସମନ କରିବା ଘଟଣାରେ ସଞ୍ଜୟ ରାଉତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଭଳି ଏଜେନ୍ସିର ଗୁରୁତ୍ୱ ଦିନକୁ ଦିନ ହ୍ରାସ ପାଇବାରେ ଲାଗୁଛି। କାରଣ ଏହି ଏଜେନ୍ସିଗୁଡ଼ିକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ମୁଁ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବେସନାର ନେତାମାନଙ୍କ ସହ କଥା ହୋଇ ସାରିଛି। ସେମାନେ ନିଜ ଶୈଳୀରେ ଏହାର ଜବାବ ଦେବେ। କେହି ବି ଭୟଭୀତ ହେବାର କାରଣ ନାହିଁ।

ଦିନକୁ ଦିନ ସିବିଆଇ, ଇଡି ଓ ଇନକମ ଟ୍ୟାକ୍ସ ଭଳି ଏଜେନ୍ସିର ବିଶ୍ୱସନୀୟତା ହ୍ରାସ ପାଉଛି। ପୂର୍ବରୁ ଏହି କେନ୍ଦ୍ରୀୟ ଏଜେନ୍ସି କିଛି ପଦକ୍ଷେପ ନେଉଥିଲେ, ତା’କୁ ସମସ୍ତେ ଗୁରୁତ୍ୱର ସହ ନେଉଥିଲେ। ଏଥିସହ କିଛି ବଡ଼ ଘଟଣା ଘଟିଛି ବୋଲି ଆଶଙ୍କା କରୁଥିଲେ। କିନ୍ତୁ କିଛି ବର୍ଷ ହେଲାଣି ରାଜନୀତିକ ଦଳ ଯେତେବେଳେ କାହାକୁ ସହ୍ୟ କରୁ ପାରୁନାହାନ୍ତି ସେତେବେଳେ କେନ୍ଦ୍ରୀୟ ଏଜେନ୍ସି ସାମ୍ନାକୁ ଆସୁଛି।

ବିଜେପିର ଗୋଟିଏ ଦୁର୍ନୀତି ଫାଇଲ ମୋ ପାଖରେ ରହିଛି। ଏଥିରେ ୧୨୧ ଜଣଙ୍କ ନାଁ ଅଛି। ଖୁବଶୀଘ୍ର ଏଗୁଡ଼ିକୁ ମୁଁ ଇଡିକୁ ଦେବି। ଫାଇଲରେ ଏମିତି କିଛି ନାଁ ରହିଛି, ଯାହାକୁ ଇଡି ୫ ବର୍ଷ ଧରି ତର୍ଜମା କରିବ। କେନ୍ଦ୍ର ସରକାର ଏତେ ତଳକୁ ଖସି ଗଲେଣି ଯେ ନିଜର ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ପରିବାର, ପତ୍ନୀ ଓ ପିଲାଙ୍କୁ ଟାର୍ଗେଟ କରୁଛନ୍ତି। ଇଡିକୁ କେହି ବି ଡରୁନାହାନ୍ତି। ଆମ ପରିବାର କିଛି ବି ଭୁଲ କରିନାହିଁ। ଏହା ବିରୋଧରେ ଲଢ଼େଇ କରିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଥିଲେ।

ଗତକାଲି ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଜେରା କରିବା ପାଇଁ ଇଡି ସମନ କରିଥିଲ। ୨୯ ତାରିଖରେ ବର୍ଷାଙ୍କୁ ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story