ଶିବସେନା ସହ ପୁଣିଥରେ ହାତ ମିଶାଇବାକୁ ରାଜି ଥିବା ଘୋଷଣା କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ଏକାଠି ନିର୍ବାଚନ ଲଢ଼ି ପରେ ଅଲଗା ହୋଇଯାଇଥିବା ବିଜେପି ଓ ଶିବସେନାକୁ ନେଇ ଏବେ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ବିଜେପି ପୁଣିଥରେ ଶିବସେନା ସହ ହାତ ମିଳାଇବାକୁ ପ୍ରସ୍ତୁତ ଥିବା ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଆଜି ଘୋଷଣା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମହାରାଷ୍ଟ୍ରର ବିଜେପି କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ଦଳ କେମିତି ରାଜ୍ୟରେ ଏକାକୀ କ୍ଷମତାକୁ ଫେରିବ, ତା’ର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ […]

du

du

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 05:46 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଏକାଠି ନିର୍ବାଚନ ଲଢ଼ି ପରେ ଅଲଗା ହୋଇଯାଇଥିବା ବିଜେପି ଓ ଶିବସେନାକୁ ନେଇ ଏବେ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ବିଜେପି ପୁଣିଥରେ ଶିବସେନା ସହ ହାତ ମିଳାଇବାକୁ ପ୍ରସ୍ତୁତ ଥିବା ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଆଜି ଘୋଷଣା କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମହାରାଷ୍ଟ୍ରର ବିଜେପି କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ଦଳ କେମିତି ରାଜ୍ୟରେ ଏକାକୀ କ୍ଷମତାକୁ ଫେରିବ, ତା’ର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀ ପାଟିଲ ଶିବସେନା ସମ୍ପର୍କରେ ଏମିତି ବୟାନ ଦେଇଛନ୍ତି।

ମହାରାଷ୍ଟ୍ର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଫାଟ ଦେଖାଦେଇଥିଲା। ଏହାପରେ ଶିବସେନା ସହଯୋଗୀ ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଛି।

ତେବେ ଆଜି କୋଲାପୁରରେ ବିଜେପିର ମହାରାଷ୍ଟ୍ର ମୁଖ୍ୟ ପାଟିଲ କହିଛନ୍ତି, “ଯଦି ବି ଆମେ କ୍ଷମତାକୁ ଆସୁ ଓ ଶିବସେନା ସହ ମେଣ୍ଟ କରୁ, ତା’ହେଲେ ବି ଆମେ ନିର୍ବାଚନ ଏକାକୀ ଲଢ଼ିବୁ। ଆମେ ଶିବସେନା ସହ ମିଶି ସରକାର ଗଠନ କରିପାରୁ, ହେଲେ ଏହାର ଅର୍ଥ ନୁହେଁ ଯେ ଆମେ ଏକାଠି ନିର୍ବାଚନ ନିର୍ବାଚନ ଲଢ଼ିବୁ।

ରାଜ୍ୟର ମଙ୍ଗଳ ପାଇଁ ଆମେ ଶିବସେନା ସହ ହାତ ମିଳାଇବାକୁ ପ୍ରସ୍ତୁତ ରହିଛୁ। ଯଦି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଫର୍ମୁଲାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାନିବେ, ତା’ହେଲେ ଆମେ ଶିବସେନା ସହ ହାତ ମିଳାଇବୁ। ଯଦି ବି ଆମେ ଏକାଠି ହେବୁ, ତା’ହେଲେ ମୁଖ୍ୟମନ୍ତ୍ରୀ ପଦର ନିଷ୍ପତ୍ତି କେନ୍ଦ୍ର ହିଁ ନେବ।”

ପାଟିଲଙ୍କ ଏଭଳି ବୟାନ ପରେ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story