ଲାଞ୍ଚ ନେଇ ବିଜେପି କାଉନସିଲର ଗିରଫ

ନୂଆଦିଲ୍ଲୀ: ଲାଞ୍ଚ ନେଇ ଧରା ପଡ଼ିଛନ୍ତି ବିଜେପି କାଉସିଲର ମନୋଜ ମାହାଲାୱତ। ସେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା ବସନ୍ତ କୁଞ୍ଜର କାଉନସିଲର ଭାବେ କାର୍ଯ୍ୟ କରୁଥିଲେ। ତେବେ ଗୋଟିଏ ଘର ତିଆରିକୁ ଅନୁମତି ନେବା ଦେବା ପାଇଁ ସେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।

ଟଙ୍କା ନେଉଥିବା ବେଳେ ମନୋଜଙ୍କୁ ସିବିଆଇ ରେଡ୍‌ ହ୍ୟାଣ୍ଡେଡ ଗିରଫ କରିଥିଲା। ଏହାକୁ ନେଇ ବିଜେପି ଅଡ଼ୁଆରେ ପଡ଼ିବାରୁ ତୁରନ୍ତ ମନୋଜଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି।

ଦିଲ୍ଲୀର ବିଜେପି ସଭାପତି ଆଦେଶ ଗୁପ୍ତାଙ୍କ ନିର୍ଦ୍ଦେଶକ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀନ ଶଙ୍କର କପୁର କହିଛନ୍ତି, ପ୍ରାଥମିକ ରିପୋର୍ଟ ଆସିବା ପରେ ବିଜେପିର ଦିଲ୍ଲୀ ମୁଖ୍ୟ ଆଦେଶ ଗୁପ୍ତା କାଉନସିଲର ମନୋଜଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଦୁର୍ନୀତି ବିରୋଧରେ ଦଳ ସର୍ବଦା ଜିରୋ ଟଲାରନ୍ସ ନୀତି ଆପଣାଇ ଥାଏ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।