କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବିଦ୍ରୋହୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ତିକ୍ତତା ସମାଧାନ ହୋଇଥିଲେ ହେଁ କଂଗ୍ରେସ ସରକାର ଗୋଳିଆ ପାଣିରୁ ଏଯାଏ ବାହାରି ପାରିନାହିଁ। ଆସନ୍ତାକାଲି ରାଜସ୍ଥାନ ବିଧାନସଭା ଅଧିବେଶନ ବସୁଥିବା ବେଳେ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ସରକାର ବିରୋଧରେ ବିଜେପି ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ଏ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ନେତା […]

du

du

Hemant Lenka
  • Published: Thursday, 13 August 2020
  • Updated: 13 August 2020, 07:04 PM IST

Sports

Latest News

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବିଦ୍ରୋହୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ତିକ୍ତତା ସମାଧାନ ହୋଇଥିଲେ ହେଁ କଂଗ୍ରେସ ସରକାର ଗୋଳିଆ ପାଣିରୁ ଏଯାଏ ବାହାରି ପାରିନାହିଁ। ଆସନ୍ତାକାଲି ରାଜସ୍ଥାନ ବିଧାନସଭା ଅଧିବେଶନ ବସୁଥିବା ବେଳେ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।

କଂଗ୍ରେସ ସରକାର ବିରୋଧରେ ବିଜେପି ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ଏ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ନେତା ତଥା ବିଜେପି ନେତା ଗୁଲାବଚାନ୍ଦ କଟାରିଆ କହିଛନ୍ତି, କଂଗ୍ରେସ ଦଳ ମଧ୍ୟରେ ଥିବା ଫାଟରେ ପ୍ୟାଚ୍‌ ପକାଇବାକୁ ଚେଷ୍ଟା କରୁଛି।

ହେଲେ ଏହି ଫାଟ ବର୍ତ୍ତମାନ ଘାଇ ସୃଷ୍ଟି କଲାଣି। କଂଗ୍ରେସର ଦୁଇ ଗୋଷ୍ଠୀଙ୍କୁ ଏକାଠି କରିବାକୁ ଚେଷ୍ଟା କରାଯାଉଥିଲେ ହେଁ ଗୋଟିଏ ପକ୍ଷ ଜୟପୁର ଆସୁଥିବା ବେଳେ ଆଉ ଗୋଟିଏ ପକ୍ଷ ଜୈସଲମେର ଯାଉଛନ୍ତି। ଦଳୀୟ ଫାଟ ପାଇଁ କଂଗ୍ରେସ ବିରୋଧୀ ବିଜେପିକୁ ଦାୟୀ କରୁଛି।

ହେଲେ ଏଥିରେ ଆମର କିଛି ହାତ ନାହିଁ। ଗେହଲଟ ସରକାର ଦେଇଥିବା ପରସ୍ପର ବିରୋଧୀ ବୟାନ ପାଇଁ ଭୁଶୁଡ଼ି ପଡ଼ିବ। ବିଜେପି ଆସନ୍ତାକାଲି ବିଧାନସଭାରେ ଗେହଲଟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos