ରାହୁଲଙ୍କ ସହ ବୁଆ-ବବୁଆ ହାତ ମିଳାଇଲେ ପୋଛି ହୋଇଯିବ ବିଜେପି : ସର୍ଭେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପିକୁ ଚେକ୍‌ ଦେବା ପାଇଁ ବୁଆ ମାୟାବତୀ ଓ ତାଙ୍କ ବବୁଆ ଅଖିଲେଶ ଯାଦବ ମେଣ୍ଟ କରିଛନ୍ତି। ଏହି ମେଣ୍ଟରୁ କଂଗ୍ରେସ ବାଦ୍‌ ପଡ଼ିଛି ସତ କିନ୍ତୁ ଯଦି ରାହୁଲ ଗାନ୍ଧି ବୁଆ-ବବୁଆ ମେଣ୍ଟ ସହ ହାତ ମିଳାନ୍ତି, ତା’ହେଲେ ଉତ୍ତର ପ୍ରଦେଶରେ ବିଜେପି ସଂପୂର୍ଣ୍ଣ ଭାବେ ପୋଛି ହୋଇଯିବ। ଇଣ୍ଡିଆ ଟୁଡେ-କାର୍ତ୍ତି ଇନ୍‌ସାଇଟସ୍‌ ପକ୍ଷରୁ ମୁଡ୍‌ ଅଫ୍‌ ନେଶନ୍‌ ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ମାୟାବତୀଙ୍କ […]

rt

rt

Hemant Lenka
  • Published: Wednesday, 23 January 2019
  • Updated: 23 January 2019, 08:45 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପିକୁ ଚେକ୍‌ ଦେବା ପାଇଁ ବୁଆ ମାୟାବତୀ ଓ ତାଙ୍କ ବବୁଆ ଅଖିଲେଶ ଯାଦବ ମେଣ୍ଟ କରିଛନ୍ତି। ଏହି ମେଣ୍ଟରୁ କଂଗ୍ରେସ ବାଦ୍‌ ପଡ଼ିଛି ସତ କିନ୍ତୁ ଯଦି ରାହୁଲ ଗାନ୍ଧି ବୁଆ-ବବୁଆ ମେଣ୍ଟ ସହ ହାତ ମିଳାନ୍ତି, ତା’ହେଲେ ଉତ୍ତର ପ୍ରଦେଶରେ ବିଜେପି ସଂପୂର୍ଣ୍ଣ ଭାବେ ପୋଛି ହୋଇଯିବ। ଇଣ୍ଡିଆ ଟୁଡେ-କାର୍ତ୍ତି ଇନ୍‌ସାଇଟସ୍‌ ପକ୍ଷରୁ ମୁଡ୍‌ ଅଫ୍‌ ନେଶନ୍‌ ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଏଥିରେ କୁହାଯାଇଛି ଯେ ମାୟାବତୀଙ୍କ ବିଏସ୍‌ପି ଓ ଅଖିଲେଶ ଯାଦବଙ୍କ ସପା ବର୍ତ୍ତମାନ ସ୍ଥିତିରେ କଂଗ୍ରେସକୁ ମେଣ୍ଟରୁ ବାଦ ଦେଇଛନ୍ତି। କିନ୍ତୁ ରାଜନୀତିରେ ସବୁ ସମ୍ଭବ ହେଉଥିବାରୁ ରାହୁଲ ଗାନ୍ଧି ପରବର୍ତ୍ତୀ ଅବସ୍ଥାରେ ମେଣ୍ଟରେ ସାମିଲ ହୋଇପାରନ୍ତି। ଏକଥା ଖୋଦ୍‌ କଂଗ୍ରେସ ନେତା ପି ଚିଦାମ୍ବରମ୍‌ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ପରୋକ୍ଷରେ ସୂଚନା ଦେଇଛନ୍ତି।

ଯଦି ସପା ଓ ବିଏସ୍‌ପି ମେଣ୍ଟ ସହ କଂଗ୍ରେସ ହାତ ମିଳାଏ, ତା’ହେଲେ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ବିଜେପି ମାତ୍ର ୫ଟିରେ ଜିତି ପାରିବ। ଅର୍ଥାତ ଦଳ ୨୦୧୪ ତୁଳନାରେ ୬୮ଟି ଆସନ ହରାଇବ। ୨୦୧୪ରେ ବିଜେପି ଓ ତା’ର ସହଯୋଗୀ ଆପନା ଦଳ ୮୦ଟି ଲୋକସଭା ଆସନରୁ ୭୩ଟିରେ ଜିତିଥିଲେ। ସପା,ବିଏସ୍‌ପି, ଆର୍‌ଏଲ୍‌ଡି ଓ କଂଗ୍ରେସ ମିଳିତ ଭାବେ ମାତ୍ର ୭ଟି ଆସନ ପାଇଥିଲେ।

କିନ୍ତୁ ସପା,ବିଏସ୍‌ପି, ଆର୍‌ଏଲ୍‌ଡି ଓ କଂଗ୍ରେସ ଯଦି ଏଥର ଏକାଠି ଲଢ଼ିବେ, ତା’ହେଲେ ୭୫ଟି ଆସନରେ ଜିତିବେ ବୋଲି ସର୍ଭେ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ବିଜେପି ଯେଉଁ ୬୮ଟି ଆସନ ହରାଇବ ସେହି ୬୮ଟି ଆସନ ମେଣ୍ଟ ଦଳଗୁଡ଼ିକ ପାଖକୁ ଯିବ ବୋଲି ସର୍ଭେରୁ ପୂର୍ବାନୁମାନ କରାଯାଇଛି।

୨୦୧୪ରେ ବିଜେପି ଓ ଆପନା ଦଳର ଭୋଟ ଭାଗ ୪୩.୩% ଥିଲା। ଏଥର ଏହାର ୩୬%କୁ ଖସି ଆସିବ। ସେହିପରି ମେଣ୍ଟ ଦଳଗୁଡ଼ିକର ଭୋଟ ଭାଗ ୫୬.୭%ରୁ ୬୪%କୁ ବୃଦ୍ଧି ପାଇବ। ମୁଡ୍‌ ଅଫ୍ ନେଶନ ସର୍ଭେ ଜରିଆରେ ୨୪୭୮ ଜଣ ଲୋକଙ୍କୁ ନେଇ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos