କର୍ଣ୍ଣାଟକ ଡ୍ରାମାରେ ଶେଷସ୍ପର୍ଶ ଦେବାକୁ ବୋପେଆ ହେଲେ ଅସ୍ଥାୟୀ ବାଚସ୍ପତି: ବିରୋଧୀଙ୍କ ଆଶଙ୍କା, ହୋଇପାରେ ଗଡ଼ବଡ଼

କର୍ଣ୍ଣାଟକର ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ବିଜେପି ନେତା କେ.ଜି. ବୋପେଆ। ଆଜି ରାଜ୍ୟପାଳ ବାଜୁ ଭାଇ ତାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ତେବେ ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ବହୁ ବରିଷ୍ଠ ବିଧାୟକଙ୍କୁ ଅଣଦେଖା କାହିଁକି କରାଗଲା ବୋଲି ଅଭିଯୋଗ କରିଛି ଦଳ। ୧୭ ଅକ୍ଟୋବର ୧୯୫୫ ମସିହାରେ ଜନ୍ମ ଗ୍ରହଣ କରିଥିବା କେ.ଜି. ବୋପେଆ ଦୀର୍ଘ ଦିନ ଧରି ସଂଘ ପରିବାର ସହ ଜଡ଼ିତ। କୁହାଯାଉଛି କେ.ଜି […]

64223496

64223496

Rakesh Mallick
  • Published: Friday, 18 May 2018
  • Updated: 18 May 2018, 08:20 PM IST

Sports

Latest News

କର୍ଣ୍ଣାଟକର ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ବିଜେପି ନେତା କେ.ଜି. ବୋପେଆ। ଆଜି ରାଜ୍ୟପାଳ ବାଜୁ ଭାଇ ତାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ତେବେ ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ବହୁ ବରିଷ୍ଠ ବିଧାୟକଙ୍କୁ ଅଣଦେଖା କାହିଁକି କରାଗଲା ବୋଲି ଅଭିଯୋଗ କରିଛି ଦଳ।

୧୭ ଅକ୍ଟୋବର ୧୯୫୫ ମସିହାରେ ଜନ୍ମ ଗ୍ରହଣ କରିଥିବା କେ.ଜି. ବୋପେଆ ଦୀର୍ଘ ଦିନ ଧରି ସଂଘ ପରିବାର ସହ ଜଡ଼ିତ। କୁହାଯାଉଛି କେ.ଜି ବୋପେଆ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଖୁବ୍ ନିକଟତମ। ୨୦୦୯-୨୦୧୩ ଯାଏଁ ବୋପେଆ କର୍ଣ୍ଣାଟକ ବିଧାନସଭାରେ ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି। ଆସ୍ଥା ଭୋଟରେ ବାଚସ୍ପତିଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କଂଗ୍ରେସକୁ ବ୍ୟାକ୍‌ଫୁଟ୍‌ରେ ରଖିବାକୁ ବିଜେପି ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି।

କର୍ଣ୍ଣାଟକରେ ଏଥର ୨୨୨ଟି ବିଧାନସଭା ଆସନରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଅନୁସାରେ ବିଜେପିର ସିଟ୍ ସଂଖ୍ୟା ୧୦୪ ଥିବାବେଳେ କଂଗ୍ରେସକୁ ୭୮ ଓ ଜେଡିଏସକୁ ମିଳିଛି ୩୮ ଆସନ। ଅନ୍ୟାନ୍ୟ ପାଇଛନ୍ତି ୨ଟି ଆସନ। ସରକାର ଗଢିବାକୁ ହେଲେ ଆଉ ୮ ବିଧାୟକଙ୍କ ସମର୍ଥନ କେମିତି ଯୋଗାଡ଼ କରିବ ବିଜେପି, ତା ଉପରେ ସମସ୍ତଙ୍କ ନଜର। ତେଣୁ ବିଧାନସଭା ଭିତରେ ବିଜେପିକୁ ଯେପରି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ିବ ସେଥିପାଇଁ ୟେଦ୍ୟୁରପ୍ପା ବୋପେଆଙ୍କୁ ଅସ୍ଥାୟୀ ଭାବେ ବାଚସ୍ପତି ପଦରେ ବସାଇଥିବା ବେଳେ ଏହାକୁ ନେଇ କଂଗ୍ରେସ ଓ ଜେଡ଼ିଏସ୍‌ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story