ଦିଲ୍ଲୀରେ ବିସ୍ଫୋରଣ

ନୂଆଦଲ୍ଲୀ: ଗୋଟିଏ ପଟେ ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ଦିବସର ଧ୍ୱଜାବତରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ବିସ୍ଫୋରଣ ଘଟିଛି। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣର କାରଣ ଜଣାପଡ଼ି ନଥିଲେ ହେଁ ଏଥରେ ଦୂତାବାସ ନିକଟରେ ଥିବା କିଛି କାର୍‌ କ୍ଷତିଗ୍ରସ୍ତ ହୋଇଛି। ସେହିପରି କେହି ଆଇଇଡି ଖଞ୍ଜି ବିସ୍ଫୋରଣ କରିଛି ନାଁ ଏହା ପଛରେ ଆଉ କିଛି କାରଣ ରହିଛି କି, ସେକଥା ଜଣାପଡ଼ିନି। ପୁଲିସ୍‌ କହିଛି […]

ff

ff

Hemant Lenka
  • Published: Friday, 29 January 2021
  • Updated: 29 January 2021, 06:29 PM IST

Sports

Latest News

ନୂଆଦଲ୍ଲୀ: ଗୋଟିଏ ପଟେ ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ଦିବସର ଧ୍ୱଜାବତରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ବିସ୍ଫୋରଣ ଘଟିଛି। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।

ବିସ୍ଫୋରଣର କାରଣ ଜଣାପଡ଼ି ନଥିଲେ ହେଁ ଏଥରେ ଦୂତାବାସ ନିକଟରେ ଥିବା କିଛି କାର୍‌ କ୍ଷତିଗ୍ରସ୍ତ ହୋଇଛି। ସେହିପରି କେହି ଆଇଇଡି ଖଞ୍ଜି ବିସ୍ଫୋରଣ କରିଛି ନାଁ ଏହା ପଛରେ ଆଉ କିଛି କାରଣ ରହିଛି କି, ସେକଥା ଜଣାପଡ଼ିନି।

ପୁଲିସ୍‌ କହିଛି ଯେ ଅପରାହ୍ନ ୫.୦୫ରେ ଏହି ବସ୍ଫୋରଣ ହୋଇଛି। ବିସ୍ଫୋରଣ କାରଣ ଖୋଜିବା ପାଇଁ ତଦନ୍ତ କରାଯାଉଛି। ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନାହାନ୍ତି। ବିସ୍ଫୋରଣ ଅତ୍ୟନ୍ତ ଛୋଟ ଧରଣର। ଘଟଣା ପରେ ଅବଦୁଲ କଲାମ ରୋଡକୁ ସିଲ କରାଯାଇଛି। ସେହିପରି ଡକସ୍କ୍ୱାଡକୁ ଆଣି ଯାଞ୍ଚ ଆରମ୍ଭ କରାଯାଇଛି। ସେହିପରି ଜାତୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ବିସ୍ଫୋରଣ ସ୍ଥଳଟି ବିଜୟ ଚୌକଠାରୁ ୨ କିମି ଦୂର। ଏଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଧ୍ୱଜାବତରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos