ପାରାଦୀପ ଆସୁଥିବା ତୈଳ ବୋଝେଇ ଜାହାଜରେ ଲାଗିଗଲା ନିଆଁ

କଲମ୍ବୋ: କ୍ୟୁଏତର ମିନା ଅଲ ଅହମାଦି ବନ୍ଦରରୁ ତେଲ ଧରି ଓଡ଼ିଶାର ପାରଦୀପ ଆସୁଥିବା ଗୋଟିଏ ସୁପର ଟ୍ୟାଙ୍କରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶ୍ରୀଲଙ୍କାର ପୂର୍ବ ଉପକୂଳରେ ହିଁ ଜାହାଜରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ପରେ ଶ୍ରୀଲଙ୍କାର ହାମବୋଣ୍ଟାଟା ବନ୍ଦରରୁ ଦୁଇଟି ରୁଷିଆ ଯୁଦ୍ଧ ଜାହାଜ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁ ଲାଗିଥିବା ନ୍ୟୁ ଡାଇମଣ୍ଡରେ ୨୩ ଜଣ ସଦସ୍ୟ ରହିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଆଉ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଉଦ୍ଧାର ୨୨ ଜଣଙ୍କ ମଧ୍ୟରୁ ଜଣେ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଜାହାଜରେ ଲାଗିଥିବା ନିଆଁ ନିୟନ୍ତ୍ରଣ ମଧ୍ୟରେ ରହିଛି। ନ୍ୟୁ ଡାଇମଣ୍ଡ ଜାହାଜଟି ଇଣ୍ଡିଆନ ଓଏଲ କର୍ପୋରେସନ(ଆଇଓସି) ଦ୍ୱାରା ପରିଚାଳିତ ହେଉଥିଲା। ଏଥିରେ ପ୍ରାୟ ୨ ମିଲିୟନ ବ୍ୟାରେଲ ତେଲ ରହିଥିଲା। ଶ୍ରୀଲଙ୍କା ଏୟାରପୋର୍ସ ପକ୍ଷରୁ ଉଠା ଯାଇଥିବା ଫଟୋ ଅନୁଯାୟୀ, ଜାହାଜର ଫୁନେଲରେ ନିଆଁ ଲାଗିବା ଯୋଗୁ ବ୍ୟାପକ କ୍ଷତି ଘଟିଛି।

ନିଆଁ ଲାଗିବା ପରେ ଭାରତ ପକ୍ଷରୁ ମଧ୍ୟ ଏକାଧିକ ଯୁଦ୍ଧ ବିମାନ ଓ ଜାହାଜ ଘଟଣାସ୍ଥଳକୁ ପଟାଯାଇଥିବା ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଶ୍ରୀଲଙ୍କାର ଅଧିକାରୀମାନେ ଟ୍ୟାଙ୍କରରୁ ତେଲ ଲିକ କରି ସମୁଦ୍ରରେ ମିଶୁଛି କି ନାହିଁ, ତା’ର ଯାଞ୍ଚ କରୁଛନ୍ତି।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା