ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଦୀର୍ଘ ୩୪ ବର୍ଷ ପରେ ବୁଧବାର ନୂଆ ଶିକ୍ଷା ନୀତିକୁ ମୋଦି ସରକାରଙ୍କ କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ଶିକ୍ଷାନୀତିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହା ଭିତରେ ଗୋଟିଏ ଐତିହାସିକ ପରିବର୍ତ୍ତନ ହେଉଛି ବୋର୍ଡ ପରୀକ୍ଷା। ବୋର୍ଡ ପରୀକ୍ଷାର ଚାପ ଓ ଗୁରୁତ୍ୱକୁ ପିଲାଙ୍କ ଉପରକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ବ୍ୟବସ୍ଥା କରିଥିବା ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏଣିକି ୧୦ ଓ ୧୨ମ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ଅଧିକ ସହଜ କରାଯାଇଛି ଓ ଛାତ୍ରଛାତ୍ରୀମାନେ ବର୍ଷକ ଦୁଇ ଥର ବୋର୍ଡ ପରୀକ୍ଷା ଦେବେ। ପିଲାମାନଙ୍କ ଦକ୍ଷତାକୁ ଅଧିକ ଗୁରୁତ୍ୱ ଦିଆଯିବ। ଦକ୍ଷତାକୁ ଗୁରୁତ୍ୱ ଦେବାକୁ ନୂଆ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପିଲାମାନେ କେବଳ ବହି ପଢ଼ା କିମ୍ବା କୋଚିଂ ସେଣ୍ଟର ଉପରେ ଅଧିକ ନିର୍ଭର କରିବେ ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଓ ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଡେଇଁଲା

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି

ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍

କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ

ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’

ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ!

ବିଶ୍ୱରେ ୧୦ ଲକ୍ଷ ଅତିକ୍ରମ କଲା କରୋନା ମୃତକଙ୍କ ସଂଖ୍ୟା

‘ଯଦି ମୁଁ କରୋନାରେ ଆକ୍ରାନ୍ତ ହେବି, ତା’ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ